POLITICALS

ବାପା ମା’ଙ୍କ ଆଗରେ ବଜେଟ୍ ଉପସ୍ଥାପନା କଲେ ନିର୍ମଳା ସିତାରମଣ

Untitled 1

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍  ଉପସ୍ଥାପନ କରିଛନ୍ତି ।  ସୀତାରମଣ୍ ହେଉଛନ୍ତି ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ ୧୯୭୦ ମସିହାରେ ଇନ୍ଦିରା ଗାନ୍ଧୀ   ମଧ୍ୟ ବଜେଟ୍ ଉପସ୍ଥାପନ କରିଥିଲେ । କିନ୍ତୁ ସେ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଅର୍ଥବିଭାଗ ମଧ୍ୟ ତାଙ୍କ ପାଖରେ ହିଁ ଥିଲା । ନିର୍ମଳା ସୀତାରମଣ୍ ଆଜି ବଜେଟ ଉପସ୍ଥାପନ କଲାସମୟରେ ସେଠାରେ ଉପସ୍ଥିତ ଥିଲେ ତାଙ୍କ ପିତା ନାରାୟଣନ୍ ସୀତାରମଣ ଓ ମା ସାବିତ୍ରୀ ସୀତାରମଣ।

ତେଣୁ ଏହା ନିଶ୍ଚିତ ଭାବେ ନିର୍ମଳା ସୀତାରମଣଙ୍କ ଲାଗି ଏକ ଐତିହାସିକ ମୁହୂର୍ତ୍ତ। ଏଭଳି ଏକ ବିରଳ ମୁହୂର୍ତ୍ତକୁ ଅନୁଭବ କରିବା ପାଇଁ ନିର୍ମଳାଙ୍କ ବାପା ଓ ମା’ ସଂସଦରେ ଉପସ୍ଥିତ ରହି ଝିଅର ପ୍ରଥମ ବଜେଟ୍ ଉପସ୍ଥାପନକୁ ଉପଭୋଗ କରିଥିଲେ । ନିର୍ମଳାଙ୍କ ବାପା ଭାରତୀୟ ରେଳର ଜଣେ ପୂର୍ବତନ କର୍ମଚାରୀ ଓ ସେ ତାମିଲନାଡୁର ବାସିନ୍ଦା।
ପଢନ୍ତୁ: ଏଣିକି ‘ଆଧାର’ କାର୍ଡରେ କରିହେବ ଆୟକର ରିଟର୍ଣ୍ଣ ଫାଇଲ୍‌

Related posts

ଜଳପଥରୁ ଭାରତକୁ ଆତଙ୍କବାଦୀ ଆକ୍ରମଣ ଯୋଜନା

Ratnamani Moharana

ଦାରିଦ୍ର୍ୟତା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବେ ରାହୁଲ ଗାନ୍ଧୀ

Ratnamani Moharana

ଆଜି ପୁରୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

Leave a Comment