EnewsOdia.Com

ମହାରାଷ୍ଟ୍ରରେ ଡିଲ ଫାଇନାଲ, ସରକାର ଗଢ଼ିବ ଶିବସେନା

ମହାରାଷ୍ଟ୍ରରେ ଡିଲ ଫାଇନାଲ । ସରକାର ଗଢ଼ିବ ଶିବସେନା । ସାମିଲ ହେବ ଏନସିପି । ବାହ୍ୟ ସମର୍ଥନ ଦେବ କଂଗ୍ରେସ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏନସିପିର ଅଜିତ ପାୱାର ହୋଇପାରନ୍ତି ଅଜିତ ପାୱାର । ଉଦ୍ଧବ ଠାକରେ-ସୋନିଆଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ପରେ ଚୂଡ଼ାନ୍ତ ହୋଇଛି ଡିଲ । ସୋନିଆଙ୍କ ସହ କଂଗ୍ରେସର ବଡ ନେତାଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଆଲୋଚନା ହୋଇଛି । ନିର୍ବାଚନ ଫଳାଫଳ ଆସିବା ପରଠୁ କିଏ ମହାରାଷ୍ଟ୍ରରେ ସରକାର ଗଢ଼ିବ ତାକୁ ନେଇ ଘଡିକେ ଘୋଡା ଛୁଟୁଥିବା ବେଳେ କିଛି ସମୟ ପୂର୍ବରୁ ଏହି ସୂଚନା ମିଳିଛି । ଆଦିତ୍ୟ ଠାକରେଙ୍କ ସହ ବରିଷ୍ଠ ଶିବସେନା ନେତା ରାଜଭବନ ଅଭିମୁଖେ ବାହାରିଛନ୍ତି । ସରକାର ଗଠନ ନେଇ ଦାବି ଜଣାଇବେ ଆଦିତ୍ୟ ଠାକରେ ।

ଆଜି ଦିନ ତମାମ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ସରକାର ଗଠନ ନେଇ ଚାଲିଥିଲା ଉଦ୍ୟମ । ଅନ୍ୟପଟେ ବିଜେପି କହିଛି ଶିବସେନା ହାତ ଛାଡିବା ଆମ ପାଇଁ ଶୁଭଙ୍କର । ଏହା ପୂର୍ବରୁ ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଅସୁସ୍ଥ ହେବାରୁ ତାଙ୍କୁ ଲୀଲାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଛନ୍ତି । ଏବେ ଶିବସେନା, ଏନସିପି ଓ କଂଗ୍ରେସର ୧୫୪ ସଦସ୍ୟ ଥିବାରୁ ଏହା ମ୍ୟାଜିକ ନମ୍ବର ୧୪୫କୁ ପାର କରୁଛି।

ପଢନ୍ତୁ: ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ଦାବି

ସମ୍ବନ୍ଧିତ ଖବର

ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି

Ratnamani Maharana

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

Ratnamani Maharana

ଶିବସେନାରେ ଯୋଗଦେଲେ ସଲ୍‌ମାନ୍‌ଙ୍କ ବଡିଗାର୍ଡ ଶେରା

Ratnamani Maharana

ଦାର୍ଜିଲିଂରେ ୧୦ କିଲୋମିଟର ଦୌଡିଲେ ଦିଦି

Ratnamani Maharana

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

Ratnamani Maharana

ୱାଇଫାଇ ସହ ଯୋଡି ହେବାକୁ ଯାଉଛି ବିଧାନସଭା

Ratnamani Maharana