POLITICALS

୨୦୧୯ ନିର୍ବାଚନ ବିଜେପି ସହିତ ନୁହେଁ ବରଂ ଏକାକି ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇବ ଶିବସେନା

କେନ୍ଦ୍ରରେ ସତ୍ତାରୁଢ଼ ଏନଡିଏ ସରକାର ସହିତ ପ୍ରାୟ ଦୁଇ ଦଶନ୍ଧୀ ଧରି ମେଣ୍ଟ କରିଥିବା ଶିବସେନା ଏବେ ଦଳକୁ ଏକ ବଡ଼ ଝଟକା ଦେଇଛି ।  ଶିବସେନାର ଜାତୀୟ କାର୍ୟ୍ୟକାରିଣୀ ବୈଠକରେ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରଯାଇଛି  । ଶିବସେନା ଘୋଷଣା କରିଛି ୨୦୧୯ରେ ସେ ବିଜେପି ସହିତ ନୁହେଁ ବରଂ ଏକାକି ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇବ ।

ଏତଦ ବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନରେ ଦଳ ୨୮୮ ଆସନରୁ ୧୫୦ଟି ଆସନ ଓ ୪୮ଟି ଲୋକସଭା ଆସନରୁ ୨୫ଟି ଜିଣିବ ବୋଲି ଆଜିର ଏହି କାର୍ୟ୍ୟକାରିଣୀ ବୈଠକରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ଶ୍ରୀ ରାଉତ ବିଜେପି- ଶିବସେନା ସମ୍ପର୍କ ବିଚ୍ଛିନ୍ନ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ସେହିପରି ସେନାର ଯୁବ ସଙ୍ଗଠନର ମୁଖ୍ୟ ଆଦିତ୍ୟ ଠାକରେ ଗୋଟିଏ ବର୍ଷ ମଧ୍ୟରେ ମହାରାଷ୍ଟ ସରକାର ଠାରୁ ଅଲଗା ହୋଇଯିବ ବୋଲି ଘୋଷଣା କରିଥିଲେ । ଯଦିଓ ଶିବସେନା ମହାରାଷ୍ଟ୍ରରେ ଶିବସେନା ବିଜେପି ମେଣ୍ଟ ରହିଛି, ତଥାପି ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ସମାଲୋଚନା କରିବାରେ ପଛାଉ ନାହିଁ ।

ଆଜିର ଶିବସେନାର ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଉଦ୍ଧବ ଠାକରେ ପୁଣି ଥରେ ସେନାର ଅଧ୍ୟକ୍ଷ ନିର୍ବାଚିତ ହେବା ପ୍ରାୟ ସ୍ଥିର ହୋଇ ସାରିଛି। ୨୦୧୩ ମସିହା ଜାନୁଆରି ୨୩ ରେ ଉଦ୍ଧବ ଠାକ୍‌ରେ ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଆଜି ପୁଣି ଦଳର ଅଧ୍ୟକ୍ଷଭାବେ ଶ୍ରୀ ଠାକେରେଙ୍କୁ ନିର୍ବାଚିତ କରାଯିବା କାର୍ଯ୍ୟକ୍ରମ ରହିଛିି।

ପଢନ୍ତୁ ;

ଆସନ୍ତୁ ଜାଣିବା , ଶିଶୁଙ୍କ ବୁଦ୍ଧି ବଢାଇବା ପାଇଁ କେତେକ ତଥ୍ୟ

 

 

Related posts

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା, କିଏ ରହିବେ କିଏ ଯିବେ ଏ ନେଇ ବୈଠକ

ENO Beuro

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି

ENO Beuro

ଭୋଟ କାଲି, ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ କରୁଛି ବିଜେଡ଼ି

Ratnamani Moharana

1 comment

Leave a Comment