News

ଜମ୍ମୁ କାଶ୍ମୀର: ପୁଣି ସଫଳତା, ୬ ଆତଙ୍କବାଦୀ ନିହତ

ସୁରକ୍ଷାକର୍ମୀଙ୍କ ଏନ୍‍କାଉଣ୍ଟରରେ ରବିବାର ସକାଳେ ଆଉ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାକୁ ମିଶାଇ ଗତ ୬ ଦିନ ମଧ୍ୟରେ ୧୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟର ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

naxal

ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ମୁସ୍ତାକ ମୀର୍‌ ଥିବା ଜଣାପଡ଼ିଛି। ତା’ ସହିତ ହିଜ୍‌ବୁଲ୍‌ର ଜିଲ୍ଲା କମାଣ୍ଡର ଅବ୍ବାସ, ହିଜ୍‌ବୁଲର ଜିଲ୍ଲା ଡେପୁଟି କମାଣ୍ଡର ୱସିମ୍ ୱାଗେ ଓ ପାକିସ୍ତାନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ଅପରେସନ୍‌ରେ ସେନା, ସିଆର୍‌ପିଏଫ୍‌ ଓ ରାଜ୍ୟ ପୁଲିସ୍‌ର ଯବାନ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ,ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଦକ୍ଷିଣ-କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି।

ପଢନ୍ତୁ; ଖାଲି ପେଟରେ ପିଅନ୍ତୁ କିସ୍‌ମିସ ପାଣି, ମିଳିବ ଅନେକ ଫାଇଦା

Related posts

ଆଜିଠୁ ପ୍ରବଳ ବର୍ଷା,୨୧ରେ ସାରା ଓଡିଶାରେ ଭୀଷଣ ବର୍ଷା ସମ୍ଭାବନା

ENO Beuro

Due To Heavy Traffic, BDA Planning To Construct 2 Parallel Roads On Jayadev Vihar-Nandankanan

ENO Beuro

ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ‘ନାଗ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More