Movie News

ଏସ କେ ଏନ୍ଟରଟେନମେନ୍ଟର ପ୍ରଥମ ଚଳଚିତ୍ର “ବଦମାସ ଟୋକା” ର ଶୁଟିଙ୍ଗ କାର୍ଯ୍ୟ ଶେଷ ହେଇଛି

ବଦମାସ ଟୋକା ବିଷୟରେ:

ଏସ କେ ଏନ୍ଟରଟେନମେନ୍ଟର ପ୍ରଥମ ଚଳଚିତ୍ର “ବଦମାସ ଟୋକା” ର ନିକଟରେ ଶୁଟିଙ୍ଗ କାର୍ଯ୍ୟ ଶେଷ ହେଇ ପୋଷ୍ଟ-ପ୍ରଡକସନ କାମ ଜୋରସୋରରେ ଚାଲୁରହିଛି ।  ଏହି ଚଳଚିତ୍ରରେ ଦର୍ଶକ ମାନଙ୍କ ପାଇଁ ପ୍ରେମ, ପରିବାର, ଏକଶନ, ଡ୍ରାମା ଓ କମେଡୀ କୁ ଆଖି ଆଗରେ ରଖି ଏକ ଭଲ ଚଳଚିତ୍ର ନିର୍ମାଣ କରାଯାଇଛି । ଆଗାମୀ ସପ୍ତାହରେ ଏହା ବଡ ପରଦାକୁ ଆସିବା ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି ।

ଫିଲ୍ମ – ବଦମାସ ଟୋକା

ବ୍ୟାନର – ଏସ କେ ଏନ୍ଟରଟେନମେନ୍ଟ

ପ୍ରଯୋଜକ – ସୌଭାଗ୍ୟ କୁମାର ପରିଡା

ନିର୍ଦେଶନା – ପ୍ରଶାନ୍ତ ପଲ

କାହାଣୀ – ଲିଙ୍ଗରାଜ ପତି

ସଂଳାପ – ଡଃ ରଜନୀ ରଞ୍ଜନ

ସଂଗୀତ – ପି କୁମାର

ଗୀତିକାର  – ଅରୁଣ ମନ୍ତ୍ରୀ, ପଙ୍କଜ ଜଲ, ଶଶାମଲ ମାନସ, ସୂର୍ଯ୍ୟ ନାରାୟଣ

କଣ୍ଠଶିଳ୍ପୀ – କୁମାର ବାପି, ବିନୋଦ ରାଥୋଡ, ପଙ୍କଜ ଜାଲ, ପିଣ୍ଟୁ, କୁଲଦୀପ, ଟିନା, ଲିସା

ଅଭିନୟରେ – ଉଦୟନ, ଶିବା, ମାଳୋବିକା, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ, ଅସିତ ପତି, ହାଡୁ, ଗୁଡ୍ଡୁ, ସୁମନ ଓ ଅନ୍ୟମାନେ

କାହାଣୀ :

ଗୁଣ୍ଡାଗିରି ତାର ଏକ ଅଭ୍ୟାସରେ ପରିଣତ ହେଇଯାଇଛି । ହେଲେ ସେ କେବେ କାହା ଉପରକୁ ଅନ୍ୟାୟରେ ହାତ ଉଠାଏ ନାହିଁ । ଏଭଳି ଜୀବନ ଭିତରେ ଜଣେ ଝିଅ ତା ଜୀବନକୁ ଆସୁଛି । ସମୟ କ୍ରମେ ନିଜ ପ୍ରେମିକା ପାଇଁ ସେ ଭଲ ପିଲା ହେଇଯାଇଛି । ହେଲେ ଭାଗ୍ୟ ତା ସହ ଖେଳ ଖେଳିଛି ।

ହଠାତ ଝିଅଟି ତା ଜୀବନରୁ ଦୂରେଇ ଯାଇଛି । ଆଉ ତା ପରେ ସେ କଣ ନିଜ ପ୍ରେମିକାକୁ ଫେରି ପାଉଛି । ପ୍ରେମିକା କୁ ହରାଇବା ପରେ ସେ କଣ ପୁଣି ଥରେ ଗୁଣ୍ଡାଗିରି ଆରମ୍ଭ କରୁଛି । ଏସବୁ ଉତ୍ତର ରହିଛି ଓଡିଆ ଚଳଚିତ୍ର ବଦମାସ ଟୋକାରେ ।

ଏସ କେ ଏନ୍ଟରଟେନମେନ୍ଟର ପ୍ରଥମ ଚଳଚିତ୍ର "ବଦମାସ ଟୋକା" ର ଶୁଟିଙ୍ଗ କାର୍ଯ୍ୟ ଶେଷ ହେଇଛି

 

Related posts

Odia Film Sister Shreedevi With New Avtar Of Babushan Releasing Today

ENO Beuro

“Dil Diwana Heigala” Upcoming Movie Of Producer Sitaram Agarwal

Jitendra

“Dil Ka Raja” Odia Movie Subha Mahurat

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More