News

ଆକାଂକ୍ଷିତ ଜିଲ୍ଲା ଗସ୍ତ କରିବେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଅଧିକାରୀ

ଅକ୍ଟୋବର 2, 2018ରୁ ଜାନୁଆରୀ 26, 2019 ମଧ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଦେଶର “ଆକାଂକ୍ଷିତ ଜିଲ୍ଲା”ଗୁଡ଼ିକୁ ଗସ୍ତ କରିବେ । ଏ ସଂକ୍ରାନ୍ତ ଏକ ଯୋଜନାକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁମୋଦନ କରିଛନ୍ତି । ମନ୍ତ୍ରଣାଳୟର ଏହି ଅଧିକାରୀମାନେ ଆକାଂକ୍ଷିତ ଜିଲ୍ଲାଗୁଡ଼ିକରେ ଦକ୍ଷତା କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟାନ୍ୱୟନରେ ଜିଲ୍ଲା ପ୍ରଶାସନ ପାଇଁ ଦେଖାଦେଉଥିବା ସମସ୍ୟା ଏବଂ ଆହ୍ୱାନଗୁଡ଼ିର ଅନୁଧ୍ୟାନ କରିବା ସହିତ ସାମର୍ଥ୍ୟ ବିକାଶରେ ସହାୟତା କରିବେ ।

skill ଆକାଂକ୍ଷିତ ଆକାଂକ୍ଷିତ ଜିଲ୍ଲା ଗସ୍ତ କରିବେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଅଧିକାରୀ skill

ବଛା ବଛା ପଛୁଆ ଜିଲ୍ଲାଗୁଡ଼ିକୁ ନେଇ ଭାରତ ସରକାର ଆକାଂକ୍ଷିତ ଜିଲ୍ଲା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ଯୋଜନା ମଧ୍ୟରେ ସଂଯୋଜନ; ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ଜିଲ୍ଲାଗୁଡ଼ିକ ମଧ୍ୟରେ ପ୍ରତିଯୋଗୀତା ମାଧ୍ୟମରେ ଚିହ୍ନଟ ଜିଲ୍ଲାଗୁଡ଼ିକରେ ପରବର୍ତ୍ତନକାରୀ ବିକାଶ ଲାଗି ଏହି ଯୋଜନାର ଆରମ୍ଭ କରାଯାଇଛି । ନାଗରିକଙ୍କ ଜୀବନ ଧାରଣରେ ସାମଗ୍ରୀକ ଉନ୍ନତି ଆଣିବା ଏବଂ ‘ସବକା ସାଥ ସବକା ବିକାଶ’ ଲକ୍ଷ୍ୟକୁ ସୁନିଶ୍ଚିତ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଜିଲ୍ଲାଗୁଡ଼ିକ ଉପରେ ଗୁରୁତ୍ୱାରୋପ କରୁଛି । ଏହି କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ କ୍ଷେତ୍ର ହେଉଛି ଦକ୍ଷତା ବିକାଶ ।

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଅଧିକାରୀମାନେ ଜିଲ୍ଲାପାଳ/ସିଇଓ-ଜିଲ୍ଲା ପରିଷଦ ଏବଂ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକରୁ ସେମାନଙ୍କ ଜିଲ୍ଲା ଗସ୍ତ ଆରମ୍ଭ କରିବେ । ଏହି ଟିମ ମଧ୍ୟ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ତାଲିମପ୍ରଦାନକାରୀ, ଆଇଟିଆଇ, ପଲିଟେକନିଜ ଏବଂ ଜେଏସଏସ ପ୍ରଶାସନ ସହିତ ଆଲୋଚନା କରିବେ । ଛାତ୍ରଛାତ୍ରୀ ଏବଂ ଏହି ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ସହିତ ମଧ୍ୟ ଏହି ଦଳ ବାର୍ତ୍ତାଳାପ କରିବେ । ଏହାଦ୍ୱାରା ଜିଲ୍ଲାସ୍ତରରେ ଥିବା ଦକ୍ଷତାର ସ୍ଥିତି, ଉପସ୍ଥିତ ତଥ୍ୟ ଅନୁଧ୍ୟାନ କରିବାରେ ସହାୟତା ମିଳିପାରିବ । ଫଳରେ ଯୁବକଯୁବତୀମାନଙ୍କୁ ରୋଜଗାରକ୍ଷମ କରିବା ଦିଗରେ ଦେଖାଦେଉଥିବା ଆହ୍ୱାନକୁ ବୁଝିବା ଏବଂ ଏହାର ମୁକାବିଲା କରିବା ସହଜ ହୋଇପାରିବ। ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତି ଫର୍ମାଟ ପ୍ରସ୍ତୁତ କରାଯାଇଛି ଯାହା ଗସ୍ତ କରୁଥିବା ଦଳ ଦ୍ୱାରା ଉପଯୋଗ କରାଯିବ।

ପଢନ୍ତୁ;ଓଡିଶା ଛୁଇଁଲା ‘ଡାଏ’,ଆଜି ବି ପ୍ରବଳ ବର୍ଷା

Related posts

ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ ମାମଲା: ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

Krishna Kumar Manoj

ଭଙ୍ଗା ହେଲା ଭୁବନେଶ୍ୱର ଇସ୍କନ ସମାଧି ପୀଠ,ଘଟଣାସ୍ଥଳରେ ଉତ୍ତେଜନା

Krishna Kumar Manoj

ବିଶ୍ଵର ସବୁଠାରୁ ସୁଖୀ ରାଷ୍ଟ୍ର ତାଲିକା: ଭାରତୀୟଙ୍କ ଠାରୁ ପାକିସ୍ତାନୀ ବେଶି ସୁଖୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More