LIFESTYLE

ଆପଣ ବି ଅସମୟରେ ଶୋଇପଡୁଛନ୍ତି କି ? ଜାଣିରଖନ୍ତୁ କେତେବେଳେ ଭଲ, କେତେବେଳେ ଖରାପ

ଆପଣ ବି ଅସମୟରେ ଶୋଇପଡୁଛନ୍ତି କି ? ଜାଣିରଖନ୍ତୁ କେତେବେଳେ ଭଲ, କେତେବେଳେ ଖରାପ

ମନୁଷ୍ୟ ଜୀବନରେ ନିଦ୍ରାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ଯେମିତି ଆବଶ୍ୟକ, ସଠିକ ସମୟର ନିଦ୍ରା ମଧ୍ୟ ସେମିତି ଜରୁରୀ । ମନୁଷ୍ୟ ଯଦି ଆବଶ୍ୟକତା ଅନୁସାରେ ନିଦ୍ରା ପୂର୍ଣ୍ଣ ନ କରେ ତେବେ ଶରୀର ଅସୁସ୍ଥ ହୋଇପଡେ । ଅନେକ ଲୋକ ଶୋଇବାକୁ ଭାରି ଭଲ ପାଆନ୍ତି। ଟିକେ ସମୟ ମିଳିଲେ ଶୋଇପଡ଼ନ୍ତି। କେହି କେହି ସକାଳ ଜଳଖିଆ ଖାଇବା ପରେ ଶୋଇପଡ଼ନ୍ତି। ଅନେକ ଲୋକ ଅଛନ୍ତି ଦ୍ୱିପହରେ ଶୋଇବାକୁ ଭଲ ପାଆନ୍ତି। ଆଉ ଜଣେ ଜଣେ ସନ୍ଧ୍ୟା ବେଳେ ଅଫିସ୍‌ରୁ ଫେରିଲେ ଟିକେ ଶୋଇପଡ଼ନ୍ତି। ଶରୀରକୁ ସୁସ୍ଥ ରଖିବାକୁ ପ୍ରତିଦିନ ୮ ଘଣ୍ଟା ଶୋଇବା ଜରୁରୀ। ମାତ୍ର ଶସ୍ତ୍ର ମୁତବକ ନିଦ୍ରା ପାଇଁ ମଧ୍ୟ ଉଦ୍ଧିଷ୍ଟ ସମୟସୀମା ରହିଛି । ଆସନ୍ତୁ ଜାଣିବା କେଉଁ ସମୟରେ ଶୋଇବା ଉଚିତ ଓ କେଉସମୟରେ ଅନୁଚିତ :-

ସୂର୍ଯ୍ୟୋଦୟ ପରେ ଶୋଇବା ଅନୁଚିତ

ଶାସ୍ତ୍ର ଅନୁଯାୟୀ ସମସ୍ତଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ବିଛଣା ତ୍ୟାଗ କରିବା ଉଚିତ। କାରଣ ସକାଳର ତାଜା ପବନ ଶରୀରରୁ ଅନେକ ବେମାର ଦୂର କରିଥାଏ। ଯେଉଁମାନେ ସୂର୍ଯ୍ୟୋଦୟ ପରେ ବିଳମ୍ବ ଯାଏଁ ଶୁଅନ୍ତି, ସେମାନଙ୍କର ସ୍ୱାସ୍ଥ ଖରାପ ହୁଏ। ଏହା ସହିତ ମା’ ଲକ୍ଷ୍ମୀ ମଧ୍ୟ ସେମାନଙ୍କ ଉପରେ କ୍ଷୁବ୍ଧ ହୋଇଥାନ୍ତି। ଏପରି ଲୋକଙ୍କର ଉନ୍ନତି ହୁଏ ନାହିଁ। ଏମାନେ ସବୁବେଳେ ଚିନ୍ତାରେ ବୁଡ଼ି ରୁହନ୍ତି।

ଖରାବେଳେ ଶୋଇବା ଅନୁଚିତ

ଖାଇ ସାରି ଖରାବେଳେ ଶୋଇବା ଅନେକଙ୍କର ଅଭ୍ୟାସ ଅଛି। କିନ୍ତୁ ଏହା ଠିକ୍ ନୁହେଁ। ଶାସ୍ତ୍ର ଅନୁସାରେ  ଖରାବେଳେ ଶୋଇବା ଦ୍ୱାରା ପାଚନ କ୍ରିୟା ମନ୍ଥର ହୋଇଯାଏ। ଖାଦ୍ୟ ଭଲ ଭାବେ ହଜମ ହୁଏ ନାହିଁ। ତେଣୁ କୋଷ୍ଠ କାଠିନ୍ୟ ଓ ଗ୍ୟାସ୍‌ ପରି ରୋଗ ହୋଇପାରେ। ଖରାବେଳେ ଶୋଇଲେ ଶରୀରର ଓଜନ ମଧ୍ୟ ବଢ଼ିଯାଏ। ସ୍ମୃତି ଶକ୍ତି ହ୍ରାସ ପାଏ।

ସୂର୍ଯ୍ୟାସ୍ତ ସମୟ ବା ସନ୍ଧ୍ୟାରେ ଶୋଇବା ଅଶୁଭ

ସୂର୍ଯ୍ୟାସ୍ତ ସମୟରେ ଦେବାଦେବୀ ପୃଥିବୀରେ ଭ୍ରମଣ କରନ୍ତି। ତେଣୁ ଏହି ସମୟରେ ଶୋଇଥିବା ବ୍ୟକ୍ତି ସେମାନଙ୍କ କୃପାରୁ ବଞ୍ଚିତ ହୋଇଥାନ୍ତି। ସନ୍ଧ୍ୟା ସମୟରେ ପୂଜାପାଠ କରାଯାଏ। ଏହି ସମୟରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ତେଣୁ ଏହି ସମୟରେ ଶୋଇଥିବା ବ୍ୟକ୍ତି ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି।

ଏହିସବୁ ନିୟମକୁ ସମସ୍ତ ମନୁଷ୍ୟ ମାନି ଚାଲିଲେ ଜୀବନରେ ସୁଖ , ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ମିଳେ । ମାତ୍ର ଗର୍ଭବତୀ ସ୍ତ୍ରୀ, ଛୋଟ ପିଲା, ବୃଦ୍ଧବୃଦ୍ଧା ଓ ଅସୁସ୍ଥ ବ୍ୟକ୍ତିଙ୍କ ନିକଟରେ ଏ ନିୟମ ଲାଗୁ ହେଉନାହିଁ ।

ଆପଣ ବି ଅସମୟରେ ଶୋଇପଡୁଛନ୍ତି କି ? ଜାଣିରଖନ୍ତୁ କେତେବେଳେ ଭଲ, କେତେବେଳେ ଖରାପ

ପଢନ୍ତୁ, ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

Related posts

ଆପଣ ଶୋଇବା ପରେ ଶରୀରରେ ଝଟକା ଅନୁଭବ କରୁଛନ୍ତି କି ? ଜାଣନ୍ତୁ ଏହାର କାରଣ କ’ଣ

ENO Beuro

ଚେହେରାର ଚମକ ବଢାଇଥାଏ କଦଳୀ ଚୋପା! ଜାଣନ୍ତୁ ଏହାର ବିଭିନ୍ନ ଗୁଣ ସମ୍ପର୍କରେ

ENO Beuro

ଚାଲନ୍ତୁ ଜାଣିବା , ବ୍ୟକ୍ତି ନିକଟରେ କେଉଁ ସବୁ ଗୁଣ ଥିଲେ ଆମେ ତାହାଙ୍କୁ ଜଣେ ବିଚାରଶୀଳ ବ୍ୟକ୍ତି ବୋଲି ଭାବିଥାଉ

ENO Beuro

1 comment

Leave a Comment