Loading...

ଛୋଟ ପିଲାଙ୍କୁ ଏସିଡିଟିରୁ ରକ୍ଷା କରିବା ପାଇଁ ଆପାଣନ୍ତୁ ଏହି ଉପାୟ

ଛୋଟ ପିଲାଙ୍କୁ ଏସିଡିଟିରୁ ରକ୍ଷା କରିବା ପାଇଁ ଆପାଣନ୍ତୁ ଏହି ଉପାୟ

ନିମ୍ନରେ ପ୍ରଦତ୍ତ ଲକ୍ଷଣ ଆପଣଙ୍କ ଶିଶୁଙ୍କ ଠାରେ ଦେଖାଦିଏ ତେବେ ଜାଣି ରଖନ୍ତୁ ଆପଣଙ୍କ ଶିଶୁ ଏସିଡିଟିର ଶିକାର ହୋଇଯାଇଛି ।

ଛୋଟ ପିଲାଙ୍କୁ ଏସିଡିଟି ସମସ୍ୟା ଅଧିକ ହୋଇଥାଏ ଏବଂ ଏସିଡିଟି ହେବା ଫଳରେ ପିଲା ମାନେ ବହୁତ କ୍ରନ୍ଦନ କରିଥାନ୍ତି । ପିଲାଙ୍କୁ ଏସିଡିଟି ହେବା ଫଳରେ ନିମ୍ନ ଲିଖିତ ଲକ୍ଷଣ ଦେଖାଯାଇଥାଏ ।ଯଦି ଆପଣଙ୍କ ଶିଶୁ ଅଧିକ କ୍ରନ୍ଦନ କରୁଥାଏ କିମ୍ବା ନିମ୍ନରେ ପ୍ରଦତ୍ତ ଲକ୍ଷଣ ଆପଣଙ୍କ ଶିଶୁଙ୍କ ଠାରେ ଦେଖାଦିଏ ତେବେ ଜାଣି ରଖନ୍ତୁ ଆପଣଙ୍କ ଶିଶୁ ଏସିଡିଟିର ଶିକାର ହୋଇଯାଇଛି । ପିଲାଙ୍କ ଠାରେ ଏସିଡିଟିର ସମସ୍ୟାର ଲକ୍ଷଣ

• ଚିଡିଚିଡାପଣ
• ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
• ବାନ୍ତି ହେବା
• କାଶ ହେବା
• ଖୀର କିମ୍ବା ଖାଦ୍ୟ ଗ୍ରହଣ ନକରିବା
• ଖୀର କିମ୍ବା ଖାଦ୍ୟ ଗଳାରେ ଅଟକି ଯିବା
• ଗ୍ୟାସ ହେବା
• ପେଟ ଦବାଇବା ଫଳରେ ଓଜନିୟା ଲାଗିବା
• ଅତ୍ୟଧିକ କ୍ରନ୍ଦନ କରିବା1. ପିଲାଙ୍କୁ ଏସିଡିଟି ହେଲେ ପିଲାଙ୍କୁ ଖୀର ପିଆଇବା ପରେ ତୁରନ୍ତ ଶୁଆନ୍ତୁ ନାହିଁ । ଏହିପରି କରିବା ଦ୍ୱାରା ପିଲାଙ୍କୁ ବାନ୍ତି ହୋଇଥାଏ ।କୌଣସି କାରଣ ବଶତଃ ପିଲାଙ୍କୁ ଶୁଣାଇବା ପାଇଁ ପଡେ ତେବେ ପିଲାଙ୍କ ମୁଣ୍ଡକୁ କିଛି ସମୟ ପାଇଁ ତକିଆରେ ରଖି ଦିଅନ୍ତୁ । ଯଦି ପିଲାଙ୍କୁ କୌଣସି କଠିନ ଖାଦ୍ୟ ଯେପରି ରୁଟି କିମ୍ବା ଅନ୍ୟ କୌଣସି ଖାଦ୍ୟ ଖାଇବା ପାଇଁ ଦିଅନ୍ତି ତେବେ ତୁରନ୍ତ ପିଲାଙ୍କୁ ଶୋଇବା ପାଇଁ ଦିଅନ୍ତୁ ନାହିଁ ।

2. ଖୀର କିମ୍ବା ଖାଦ୍ୟ ଖୁଆଇବା ପରେ 30ମିନିଟ ପର୍ଯ୍ୟନ୍ତ ନିଜ କୋଳରେ ଶିଶୁଙ୍କୁ ସିଧା ରଖନ୍ତୁ । ଏହିପରି କରିବା ଦ୍ୱାରା ଏସିଡିଟିର ପ୍ରଭାବ କମ ହୋଇଥାଏ ।

3. ଏସିଡିଟି ହେବା ଫଳରେ ପେଟ ଭାରି ହୋଇଯାଇଥାଏ ।ପିଲାଙ୍କୁ ଏସିଡିଟି ମୁକ୍ତ ରଖିବା ପାଇଁ ସିଧା ଶୁଆନ୍ତୁ । ପେଟରେ ଭରା ଦେଇ ଶୁଆଇବା ଫଳରେ ପେଟରେ ଚାପ ସୃଷ୍ଟି ହୋଇଥାଏ ଏବଂ ଶିଶୁଙ୍କୁ ବାନ୍ତି ହୋଇଥାଏ ।

4. ଶିଶୁଙ୍କ ଭୋକ ଅନୁସାରେ ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ । ଅତ୍ୟଧିକ ଖାଦ୍ୟ ଖୁଆଇବା ଫଳରେ ପିଲାଙ୍କ ବାନ୍ତି ହୋଇଥାଏ ।

5. ଯଦି ଆପଣଙ୍କ ଶିଶୁ ଖୀର ବ୍ୟତୀତ ଅନ୍ୟ ଖାଦ୍ୟ ଗ୍ରହଣ କରୁଥାଏ ତେବେ ଏସିଡିଟି ହେବା ପରେ ଶିଶୁଙ୍କୁ ଡାଲି ଖାଇବା ପାଇଁ ଦିଅନ୍ତୁ ଯାହାଫଳରେ ପିଲାଙ୍କ ହଜମ ଠିକ ହୋଇଥାଏ ଏବଂ ଶିଶୁଙ୍କ ଏସିଡିଟି ଦୂର ହୋଇଯାଇଥାଏ ।

6. ପିଲାଙ୍କୁ ଅତ୍ୟଧିକ ଖାଦ୍ୟ କିମ୍ବା ଖୀର ଦେବା ପ୍ରତି ବଦଳରେ ସମୟ ସମୟରେ କିଛି କିଛି ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ । କିଛି କିଛି ଖାଦ୍ୟ ଖାଇବା ପାଇଁ ଦେବା ଦ୍ୱାରା ଖାଦ୍ୟ ସଠିକ ହଜମ ହୋଇଥାଏ ଏବଂ ବାନ୍ତି ମଧ୍ୟ ହୋଇନଥାଏ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.