• Home
  • News
  • ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ
News

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ବିକଶିତ ବୋମା ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ର (SAAW)ର ସଫଳ ପରୀକ୍ଷଣ ଚନ୍ଦନ ରେଂଜର ଆଇଏଏଫ ଏୟାରକ୍ରାଫ୍ଟରୁ କରାଯାଇଛି । ଏହି ଯୁଦ୍ଧାସ୍ତ୍ର ପ୍ରକ୍ରିୟାରେ ଲାଇଭ ୱାରହେଡ ସମନ୍ୱିତ କରାଯାଇଥିଲା ଏବଂ ଏହା ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରିଥିଲା। ଏହି ପରୀକ୍ଷଣର ସମସ୍ତ ଗତିବିଧିକୁ ଟେଲିମେଟ୍ରି ଏବଂ ଟ୍ରାକିଂ ସିଷ୍ଟମ ଆୟତ କରିଥିଲା । ପ୍ରେସିସନ ନାଭିଗେସନର ବ୍ୟବହାର ଦ୍ୱାରା ବିବିଧ ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କରିବାରେ ଏହି ଯୁଦ୍ଧାସ୍ତ୍ର ସକ୍ଷମ। ୨୦୧୮ ଅଗଷ୍ଟ ୧୬ରୁ ୧୮ମଧ୍ୟରେ ବିଭିନ୍ନ ସର୍ତ୍ତରେ ମୋଟ ଉପରେ ୩ଟି ପରୀକ୍ଷଣ କରାଯାଇଥିଲା ଏବଂ ସମସ୍ତ ଉଦ୍ଦେଶ୍ୟ ହାସଲ କରାଯାଇଥିଲା।

saaw ଏୟାରଫିଲ୍ଡ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ saawଏପର୍ଯ୍ୟନ୍ତ ବିକାଶ ପର୍ଯ୍ୟାୟରେ ଏହି ଯୁଦ୍ଧାସ୍ତ୍ରର ୮ଟି ପରୀକ୍ଷଣ କରାଯାଇଛି ଏବଂ ବିବିଧ ଉତକ୍ଷେପଣ ସର୍ତ୍ତାବଳୀ ଅନ୍ତର୍ଗତ ବିଭିନ୍ନ ରେଂଜରୁ ଏହି ପରୀକ୍ଷଣର ପ୍ରଦର୍ଶନ କରାଯାଇଛି। ଡିଆରଡିଓ, ହାଲ ଏବଂ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ରହିବା ସହ ପରୀକ୍ଷଣକୁ ଦେଖିଥିଲେ।

ଦେଶର ସୁରକ୍ଷା ସାମର୍ଥ୍ୟକୁ ଅଧିକ ସଶକ୍ତ କରିବା ନେଇ ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆରଡିଓ, ଆଇଏଏଫ ଏବଂ ହାଲକୁ ଅଭିନନ୍ଦନ ଜଣାଇଥିଲେ।

ପଢନ୍ତୁ;ଶନିବାର କେଉଁ ସବୁ କାମ କଲେ ଶନିଦେବଙ୍କ କୃପା ମିଳେ ଜାଣନ୍ତୁ ?

Related posts

ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ ! ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ସିବିଆଇ

Krishna Kumar Manoj

କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ

Krishna Kumar Manoj

Conjoined Twins Jaga & Balia Went To AIIMS In New Delhi For Treatment

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More