29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ

ନୂଆବର୍ଷରେ ରାଜ୍ୟସରକାରଙ୍କ ନୂଆଯୋଜନା। ଏବେ ଓଡିଶାର ସ୍ମାର୍ଟ ସିଟିରେ ଗଡିବ ସ୍ମାର୍ଟ ଅଟୋ। ଓଲା, ଉବେର ଭଳି ଅନଲାଇନରେ ବି ଅଟୋ ବୁକ୍ କରିପାରିବେ ରାଜଧାନୀବାସିନ୍ଦା । ସେଥିପାଇଁ ନିଖିଳ ଓଡିଶା ଅଟୋ ମହାସଂଘ ପକ୍ଷରୁ ଓଡିଆ ଭାଷାରେ ଏକ ଆପ୍ ର ଶୁଭାରମ୍ଭ କରାଯାଇଛି ।  ୨ ତାରିଖରୁ ସ୍ମାର୍ଟ ସିଟିରେ ଗଡିବ ସ୍ମାର୍ଟ ଅଟୋ। ଏଣିକି ଅଟୋ ଚାଳକ ୟୁନିଫର୍ମ ପିନ୍ଧିବା ସହ ବେକରେ ପରିଚୟ ପତ୍ର ପକାଇବା ବାଧ୍ୟତାମୂଳକ କରାଯାଇଛି ।

ପ୍ରଥମେ ରାଜ୍ୟସରକାର ମହିଳାଙ୍କ ସୁରକ୍ଷା ପାଇଁ ପିଙ୍କ ଅଟୋର ଶୁଭରମ୍ଭ କରିଥିଲେ ମାତ୍ର କିଛିଦିନ ବ୍ଯବଧାନରେ ଏହି  ଅଟୋ ବ୍ୟବସ୍ଥା ଫେଲ୍‌ ମାରିଥିଲା । ନିକଟ ଅତୀତରେ ସ୍ବତନ୍ତ୍ର ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଯୋଗ ଦେବା ପରେ ଅଟୋ ବେ’ ଚିହ୍ନିତ ହୋଇଥିଲା । ଏଠାରେ କେବଳ ଅଟୋଗୁଡ଼ିକ ରହିବ ବୋଲି ନିର୍ଦ୍ଦେଶ ହୋଇଥିଲା । ହେଲେ ତାହା ଫାଙ୍କା ପଡ଼ିଥିବା ବେଳେ ରାସ୍ତାରେ ଅଟୋ ଛିଡ଼ା ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛନ୍ତି । ଏବେ ପୁଣି ଏହି ସ୍ବତନ୍ତ୍ର ଯୋଜନା ହୋଇଛି । ଅଟୋଗୁଡ଼ିକ ପାଇଁ ସ୍ବତନ୍ତ୍ର ଆପ୍‌ ପ୍ରସ୍ତୁତ ହେବ । ମୋ ବସ୍‌ ଓ ସାଇକେଲ୍‌ ଭଳି ଏହି ଅଟୋକୁ ବୁକ୍‌ କରି ହେବ । ଏଥିପାଇଁ ଅନ୍‌ଲାଇନ୍‌ରେ ଅଗ୍ରୀମ ଦେୟ ଦେବାକୁ ପଡ଼ିବ । ଏହି ବ୍ୟବସ୍ଥା ସ୍ବାଗତଯୋଗ୍ୟ ହୋଇଥିଲେ ମଧ୍ୟ କେତେଦୂର କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related posts

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana

ସୁଦର୍ଶନଙ୍କ ବାଲୁକା କଳାରେ ବାଗଦାଦିର ମୃତ୍ୟୁ

Ratnamani Maharana

ଏପ୍ରିଲ୍‌ ୨୮ ଦିନ ନିରାପଦରେ ପୃଥିବୀ ଅତିକ୍ରମ କରିବ ପ୍ରକାଣ୍ଡ ଗ୍ରହାଣୁ

Ratnamani Maharana

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More