SPORTS

ଏବେ କ୍ରିକେଟରେ ଦେଖିବାକୁ ମିଳିବ ‘ସ୍ମାର୍ଟବଲ୍’

Smart Ball In Cricket Thumbnail 750x430

କ୍ରିକେଟକୁ ଅଧିକ ସ୍ୱଚ୍ଛ କରିବା ପାଇଁ ନିୟମିତ କିଛି ନା କିଛି ନୂଆ ଟେକନିକର ବ୍ୟବହାର କରାଯାଉଛି। ବ୍ୟାଟରେ ସେନସର୍ ଲଗାଯିବା ପରେ ଏବେ କ୍ରିକେଟରେ ‘ସ୍ମାର୍ଟବଲ୍’ ଦେଖିବାକୁ ମିଳିବ, ଯେଉଁଥିରେ ମାଇକ୍ରୋଚିପ୍ ଲାଗିଥିବ। ମାଇକ୍ରୋଚିପ୍ କ୍ରିକେଟ୍ ବଲର ଉନ୍ମୋଚନ ଅଷ୍ଟ୍ରେଲିଆର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ୍ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ କରାଯିବ।

ଅଷ୍ଟ୍ରେଲୀୟ କମ୍ପାନୀ କୁକାବୁରା  ଏଭଳି ସ୍ମାର୍ଟବଲ୍‌ର ତିଆରି ମଧ୍ୟ କରିସାରିଛି। ସ୍ମାର୍ଟବଲ୍‌ର ବିକାଶ ପାଇଁ ବଲ୍ ନିର୍ମାଣକାରୀ କମ୍ପାନି ଟେକ୍ ଇନୋଭେଟର୍ସ ସ୍ପୋର୍ଟ୍ସ କାର୍ ସହ ଚୁକ୍ତି କରିଛି। ବଲ୍‌ରେ ଲାଗିଥିବା ଚିପ୍ ରିୟଲ ଟାଇମ୍ ଡାଟା ପ୍ରଦାନ କରିବ। ଏହି ବଲ୍ ଦେଖିବାକୁ ଠିକ୍ ପୁରୁଣା କୁକାବୁରା ବଲ୍ ଭଳି ଏବଂ ଏହା ସେହିଭଳି ମୁଭ୍ ମଧ୍ୟ କରିବ। କିନ୍ତୁ ଏହି ବଲ୍‌ର ବିଶେଷତ୍ୱ ହେଉଛି, ବଲ୍ ପକାଇବା ସମୟରେ ହିଁ ଚିପ୍‌ରୁ ଡାଟା ମିଳିଯିବ। ଏଥିରେ ଲାଗିଥିବା ଚିପ୍ ଏହାର ସ୍ପିଡ୍, ପ୍ରିବାଉନ୍ସ ଓ ପୋଷ୍ଟ୍‌ ବାଉନ୍ସ ମଧ୍ୟ ଦର୍ଶାଇବ। କ୍ରିକେଟ୍ ମଇଦାନରେ ଏଭଳି ସ୍ମାର୍ଟବଲ୍ ଆସିବା ଦ୍ୱାରା ଅମ୍ପାୟାରଙ୍କୁ ରିଭ୍ୟୁ ସିଷ୍ଟମରେ ମଧ୍ୟ ସହାୟତା ମିଳିବ। ବିଗ୍ ବାସ ଲିଗ୍‌ରେ ବ୍ୟବହାର କରିବା ପରେ ଏହାକୁ ସାରା ବିଶ୍ୱସ୍ତରକୁ ଅଣାଯିବ। ସୂଚନାଯୋଗ୍ୟ, ବିଶ୍ୱକପ୍ ବେଳେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ସେନସର୍ ବ୍ୟାଟ୍‌ର ବ୍ୟବହାର କରିଥିଲେ।
ପଢନ୍ତୁ: ଭାରତରେ ଅଛନ୍ତି ପାକିସ୍ତାନର ଅନେକ ସମର୍ଥକ

Related posts

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

ENO Beuro

କୋଲକାତା ନାଇଟ୍‌ ରାଇଡର୍ସକୁ ୩ ୱିକେଟ୍‌ରେ ହରାଇଲା ରାଜସ୍ଥାନ ରୟାଲ୍ସ

Ratnamani Moharana

ପାକିସ୍ତାନର ଲଜ୍ଜାଜନକ ପରାଜୟ:ଭାରତ ୮ ଓ୍ଵିକେଟ୍‌ରେ ବିଜୟୀ

ENO Beuro

Leave a Comment