SPORTS

ବଲ୍‌ ଟ୍ୟାମ୍ପରିଂ ମାମଲା : ସ୍ମିଥ୍‌, ଓ୍ବାର୍ନରଙ୍କୁ ୧୨ ମାସ ଏବଂ ବାନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ

ଆଇପିଏଲ-୧୧ ତମ ସଂସ୍କରଣରୁ ଉଭୟଙ୍କୁ ବାଦ ଦିଆଯାଇଛି

ବଲ୍‌ ଟ୍ୟାମ୍ପରିଂ ମାମଲାରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ଓ ଉପଅଧିନାୟକ ଦେଭିଡ଼ ଓ୍ବାର୍ନରଙ୍କୁ ୧୨ ମାସ ପାଇଁ ବାସନ୍ଦ କରିଛି । ସେହିପରି ଯୁବ ଓପନର କାମେରନ ବାନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ ହେବାକୁ ପହିଛି । ଏହି ସମୟ ମଧ୍ୟରେ ସେମାନେ ଘରୋଇ ଓ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବେ ।

ବାସନ୍ଦାଦେଶ ଅନୁସାରେ କ୍ରିକେଟ କ୍ୟାରିୟର ମଧ୍ୟରେ ଓ୍ବାର୍ନର ଆଉ କେବେ ବି ଅଧିନାୟକ ହୋଇପାରିବେ ନାହିଁ । କିନ୍ତୁ ସ୍ମିଥ୍‌ ୧୨ ମାସ ପରେ ପୁଣି ନେତୃତ୍ଵ ନେଇ ପାରିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚରେ ଟେଷ୍ଟରେ ବଲ୍‌ ଟ୍ୟାମ୍ପରିଂ କରିବା ୩ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ଅଭିଯୋଗ ଆସିବା ପରେ ସ୍ମିଥ୍‌ ଓ କାମେରନ ବାନକ୍ରାଫ୍ଟଙ୍କୁ ଆଇସିସି ଗୋଟିଏ ମ୍ୟାଚରୁ ବାସନ୍ଦ କରିବା ସହ ମ୍ୟାଚ ଫି କଟାଜାଇଥିଲା । ଏବେ କ୍ରିକେଟ ଅଷ୍ଟ୍ରେଲିଆ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଟାନ ଗ୍ରହଣ କରି ମୁଣ୍ଡରୁ ବଲ୍‌ ଟ୍ୟାମ୍ପରିଂ କାଲଙ୍କା ପୋଛିବାକୁ ଚେଷ୍ଟା କରିଛି ।

ଓ୍ବାର୍ନର ଏହି ମାମଲାର ମୁଖ୍ୟ ସୂତ୍ରଧର ଥିଲେ । ଅଧିନାୟକ ସ୍ମିଥ୍‌ ସବୁ କିଛି ଜାଣି ମଧ୍ୟ କୌଣସି ବି କାର୍ଯ୍ୟନୁଷ୍ଟାନ ନେଇ ନ ଥିଲେ । ଓ୍ବାର୍ନରଙ୍କ ଠାରୁ ଟିପ୍ସ ପାଇ ବାନକ୍ରାଫ୍ଟ ବଲ୍‌ ଟ୍ୟାମ୍ପରିଂ କରିଥିଲେ । ସିଏ ଦ୍ଵାରା ବାସନ୍ଦ ହେବା ପରେ ସ୍ମିଥ୍‌ ଓ ଓ୍ବାର୍ନରଙ୍କ ଚଳିତ ବର୍ଷ ଆଇପିଏଲ ଖେଳିବା ଉପରେ ମଧ୍ୟ ଅଙ୍କୁଶ ଲାଗିଛି । ଆଇପିଏଲ-୧୧ ତମ ସଂସ୍କରଣରୁ ଉଭୟଙ୍କୁ ବାଦ ଦିଆଯାଇଛି ।

ବଲ୍‌ ଟ୍ୟାମ୍ପରିଂ ମାମଲା : ସ୍ମିଥ୍‌, ଓ୍ବାର୍ନରଙ୍କୁ ୧୨ ମାସ ଏବଂ ବାନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ News 3

ପଢନ୍ତୁ ;

ତମ୍ବା ମୁଦି, ଚୁଡ଼ି କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧନ୍ତୁ ମିଳିବ ଅନେକ ଫାଇଦା!

Related posts

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

ENO Beuro

ଆଜି ଦ୍ୱିତୀୟ ଟି-୨୦: ରୋହିତ ବାହିନୀର ସିରିଜ ଲକ୍ଷ୍ୟ

ENO Beuro

ଇତିହାସ ରଚିଲେ ରୋଜର ଫେଡେରର : ଅଷ୍ଟ୍ରେଲିଆନ ଓପନ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More