• Home
  • SPORTS
  • ବଲ ଟ୍ୟାମ୍ପରିଂ : ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କ୍ଷମା ମାଗିଲେ ସ୍ମିଥ୍ , କହିଲେ ଏ ସବୁ ପାଇଁ ମୁଁ ଦାୟୀ
SPORTS

ବଲ ଟ୍ୟାମ୍ପରିଂ : ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କ୍ଷମା ମାଗିଲେ ସ୍ମିଥ୍ , କହିଲେ ଏ ସବୁ ପାଇଁ ମୁଁ ଦାୟୀ

ଜୀବନରେ କରିବିନି ଆଉ ଏମିତି ଭୁଲ

ବଲ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରୁ ଗୋଟିଏ ବର୍ଷ ପାଇଁ ବିଦା ହୋଇଥିବା ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମ ଥର ମିଡିଆ ସମ୍ମୁଖକୁ ଆସିଛନ୍ତି । ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ସ୍ମିଥ୍ ବଲ ଟାମ୍ପରିଂକୁ ନେଇ ନିଜର ଭୁଲ ପାଇଁ କ୍ଷମା ମାଗିଛନ୍ତି । ଏପରିିକି ସାମ୍ବାଦିକ ସମ୍ମିଳନୀରେ କାନ୍ଦିଛନ୍ତି ଷ୍ଟିଭ ସ୍ମିଥ । ଏହି ଭୁଲ ତାଙ୍କର ଜୀବନସାରା ମନେ ରହିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ।

ଏହି ଭୁଲ ପାଇଁ ତାଙ୍କୁ ଯେଉଁ ଦଣ୍ଡ ମିଳିବ ତାହାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି ସ୍ମିଥ । ବଲ ଟ୍ୟାମ୍ପରିଂ ମାମଲାର ସମସ୍ତ ଦୋଷକୁ ସେ ନିଜ ମୁଣ୍ଡକୁ ନେଇଛନ୍ତି । ଏହା ତାଙ୍କ ନେତୃତ୍ୱର ବିଫଳତା ଏବଂ ଏଭଳି ଏକ ଭୁଲ ନିଷ୍ପତି ନେଇଥିବାରୁ ସେ ଲଜ୍ଜିତ ବୋଲି କହିଛନ୍ତି ସ୍ମିଥ । ଏହି ସମୟରେ ସେ ନିଜର କୋହ ସମ୍ଭାଳି ପାରିନଥିଲେ ଏବଂ ତାଙ୍କ ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା ।

ପ୍ରେସ କନଫରେନ୍ସ ଚାଲୁଥିବା ବେଳେ ସ୍ମିଥ କାନ୍ଦି କାନ୍ଦି କହିଥିଲେ ଯେ, ଭଲ ଲୋକ ମଧ୍ୟ ଜୀବନରେ କେବେ ଭୁଲ କରିଥାନ୍ତି । ସେ ମଧ୍ୟ ବଲ ଟ୍ୟାମ୍ପରିଂ କରିବାକୁ କହି ବଡ ଭୁଲ କରିଛନ୍ତି । ଏଥିପାଇଁ ସେ ଲଜ୍ଜିତ । କିନ୍ତୁ ଆଗକୁ ଏହାର ପୁନରାବୃତ୍ତି ହେବନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି କଙ୍ଗାରୁ କ୍ୟାପଟେନ ।

ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ କେପଟାଉନରେ ଖେଳା ଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଫିଲ୍ଡିଂ  କରୁଥିବା ସମୟରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ବାନକ୍ରଫ୍ଟ ବଲ ଟାମ୍ପରିଂ କରିଥିଲେ । ଯାହା କ୍ୟାମେରାରେ ରେକର୍ଡିଂ ହୋଇ ଯାଇଥିଲା ।  ଏହି ଘଟଣା ପରେ ସ୍ମିଥ୍ ଏବଂ ଓ୍ଵାର୍ଣ୍ଣରଙ୍କ ସହିତ ଅଷ୍ଟ୍ରେଲିଆ ଦଳକୁ କ୍ରିକେଟ୍ ଜଗତରେ ସମାଲୋଚନାର ଶୀକାର ହେବାକୁ ପଡିଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏହି ଘଟଣାରେ  ଦୁଃଖ ପ୍ରକାଶ ମଧ୍ୟ କରିଥିଲେ ।

ଏହି  ବିବାଦରେ କ୍ରିକେଟ୍ ଅଷ୍ଟ୍ରେଲିଆ କଠୋର କାର୍ୟ୍ୟାନୁଷ୍ଠାନ ନେଇ  ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ ଓ୍ଵାର୍ଣ୍ଣରଙ୍କୁ କ୍ରିକେଟରୁ ଏକ ବର୍ଷ ପାଇଁ ବାସନ୍ଦ କରିଛି। ଏହା ସହ ବାନକ୍ରଫଟଙ୍କୁ କ୍ରିକେଟରୁ ୯ ମାସ ପାଇଁ ବାସନ୍ଦ କରାଯାଇଛି । ବିସିସିଆଇ ମଧ୍ୟ ସ୍ମିଥ୍ ଓ ଓ୍ଵାର୍ଣ୍ଣରଙ୍କୁ ଆଇପିଏଲରୁ ବାହାର କରିଛି ।

ବଲ ଟ୍ୟାମ୍ପରିଂ : ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କ୍ଷମା ମାଗିଲେ ସ୍ମିଥ୍  , କହିଲେ ଏ ସବୁ ପାଇଁ ମୁଁ ଦାୟୀ feed

ପଢନ୍ତୁ ;

ନର୍ଭସ ହେଲେ ଟାଇଗର ସ୍ରଫ୍ , ଜାଣନ୍ତୁ କାରଣ କ ‘ ଣ ?

Related posts

୨୧ତମ ବିଶ୍ୱକପ୍‌ ଫୁଟ୍‌ବଲ୍‌ ରୁଷିଆ ରାଜଧାନୀ ମସ୍କୋରେ ଆଜି ଆରମ୍ଭ ହେବାକୁ ଯାଉଛି

Krishna Kumar Manoj

ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି

Krishna Kumar Manoj

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡାବିତ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More