• Home
  • SPORTS
  • ବଲ ଟେମ୍ପରିଂ ମାମଲା: ବିଦା ହେଲେ ସ୍ମିଥ, ୱାର୍ଣ୍ଣର ଓ ବେନକ୍ରଫ୍ଟ
SPORTS

ବଲ ଟେମ୍ପରିଂ ମାମଲା: ବିଦା ହେଲେ ସ୍ମିଥ, ୱାର୍ଣ୍ଣର ଓ ବେନକ୍ରଫ୍ଟ

ସ୍ମିଥ୍‌, ଓ୍ଵାର୍ନର, ବନକ୍ରଫ୍ଟ ନିଲମ୍ବିତ

ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟମ୍ୟାଚ୍‍ରେ ବଲ୍‍ ଟାମ୍ପରିଂ କରିବା ଯୋଗୁଁ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍, ଉପଅଧିନାୟକ ଡେଭିଡ୍‍ ୱାର୍ଣ୍ଣର ଓ ଓପ୍‍ନର କାମେରନ୍‍ ବାନ୍‍କ୍ରଫ୍ଟଙ୍କୁ ଦୋଷୀ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ। ଏହି ୩ ଖେଳାଳିଙ୍କୁ ବୁଧବାର ଦକ୍ଷିଣ ଆଫ୍ରିକା ଛାଡ଼ି ଅଷ୍ଟ୍ରେଲିଆ ଫେରିଯିବାକୁ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଜେମ୍‍ସ ସଦରଲାଣ୍ଡ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ଏହି ୩ ଖେଳାଳିଙ୍କ ସ୍ଥାନରେ ୪ର୍ଥ ଟେଷ୍ଟ ପାଇଁ ମ୍ୟାଟ୍‍ ରେନ୍‍ସ, ଜୋ ବର୍ନସ୍‍ ଓ ଗ୍ଲେନ୍‍ ମ୍ୟାକ୍ସୱେଲ୍‍ଙ୍କୁ ଦଳରେ ସାମିଲ କରାଯାଇଛି।

ବଲ୍‌ ଟ୍ୟାମ୍ପରିଂ ମାମଲାରେ ଏହି ୩ଜଣ ଖେଳାଳି ସାମିଲ ଥିଲେ। ତେବେ କୋଚ୍‌ ଲିମ୍ୟାନଙ୍କ ସମେତ ଅନ୍ୟ ଖେଳାଳିମାନେ ଏ ବିଷୟରେ ଅଜ୍ଞ ଥିଲେ । ତେଣୁ ଏମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସଦରଲାଣ୍ଡ କହିଛନ୍ତି। ତେବେ ଲିମ୍ୟାନ ଏହି ଘଟଣାରେ ତାଙ୍କ ଆଡୁ ଇସ୍ତଫା ଦେଇନାହାନ୍ତି ବୋଲି ସଦରଲାଣ୍ଡ ସ୍ପଷ୍ଟ କରିଛନ୍ତି। ଏହି ଘଟଣାରେ ଅଷ୍ଟ୍ରେଲିଆ କ୍ରିକେଟର ପ୍ରଭୁତ କ୍ଷତି ଘଟିଛି। ଦେଶବ୍ୟାପୀ କ୍ରିକେଟ ପ୍ରଶଂସକମାନେ ଅସନ୍ତୋଷ ଜାହିର କରିଛନ୍ତି। ଗଣମାଧ୍ୟମଗୁଡିକ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପ୍ରୟୋଗ କରିଆସୁଥିଲେ। ଏହି ଘଟଣାରେ ଆମେ ଦୁଃଖିତ ଓ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରର୍ଥନା କରୁଛୁ ବୋଲି ସଦରଲାଣ୍ଡ କହିଛନ୍ତି। ଏ ନେଇ ଆମେ ପ୍ରାଥମିକ ତଦନ୍ତ କରିଛୁ।

ଉଲ୍ଲେଖଯୋଗ୍ୟ ,ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଅଷ୍ଟ୍ରେଲୀୟ ଯୁବ ଓପନର କାମେରନ ବ୍ୟାଙ୍କ୍ରଫ୍ଟ ଏକ ହଳଦିଆ ଟେପରୁ କିଛି ଅଠା ଭଳି ଜିନିଷ ବଲରେ ଲଗାଉଥିବାର ଦେଖାଯାଇଥିଲା ଓ ସେ କ୍ୟାମେରାରେ ଧରା ପଡିଥିଲେ। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ସ୍ମିଥ୍‌ ଓ ଓ୍ବାର୍ନର ଖବରଦାତା ସମ୍ମିଳନୀରେ ବଲ୍‌ ଟ୍ୟାମ୍ପରିଂ କରିବା କଥା ସ୍ବୀକାର କରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲେ। ତୃତୀୟ ଦିନ ଲଞ୍ଚ ସେସନରେ ଆମେ ଆଲୋଚନା କରିଥିଲୁ ଓ ବଲ୍‌ ଟ୍ୟାମ୍ପରିଂ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ ବୋଲି ସ୍ମିଥ୍‌ କହିଥିଲେ। ଅବଶ୍ୟ ଏହି କାର୍ଯ୍ୟ ପାଇଁ ସେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ। ତୃତୀୟ ଟେଷ୍ଟମ୍ୟାଚରେ ଅଷ୍ଟ୍ରେଲିଆ ୩୨୨ରନରେ ଘରୋଇ ଦକ୍ଷିଣ ଆଫ୍ରିକାଠାରୁ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା।

ବଲ ଟେମ୍ପରିଂ ମାମଲା: ବିଦା ହେଲେ ସ୍ମିଥ, ୱାର୍ଣ୍ଣର ଓ ବେନକ୍ରଫ୍ଟ austrilia

ପଢନ୍ତୁ; ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କେଉଁ ବସ୍ତୁ ଦ୍ଵାରା ଅଭିଷେକ କଲେ ପୂର୍ଣ୍ଣ ହେବ ମନସ୍କାମନା

Related posts

ଫିଫା ମାନ୍ୟତା:ଶୀର୍ଷରେ ଫ୍ରାନ୍ସ

Krishna Kumar Manoj

ଆଇପିଏଲ୍‌ : ଚେନ୍ନାଇକୁ ୪ ରନ୍‌ରେ ହରାଇଲା ପଞ୍ଜାବ

Krishna Kumar Manoj

ଦୁବାଇରେ ସାମିଙ୍କୁ ଭେଟିଥିଲି : ପାକ ମଡେଲ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More