SPORTS

ବଲ୍‌ ଟ୍ୟାମ୍ପରିଂ: ଅଧିନାୟକ ଓ ଉପ ଅଧିନାୟକ ପଦରୁ ବିଦା ହେଲେ ସ୍ମିଥ, ୱାର୍ନର

କ୍ରିକେଟ୍‌ରେ କଳଙ୍କ

ବଲ ଟ୍ୟାମ୍ପରିଂ ମାମଲାରେ ଆଇସିସି କଡା କାର୍ୟ୍ୟାନୁଷ୍ଠାନ ନେଇଛି। ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଓ ଓପନର କାମେରନ ବାନକ୍ରଫ୍ଟଙ୍କୁ ଆଇସିସି ଦୋଷୀ ସାବ୍ୟସ୍ତ କରିଛି। ଦଣ୍ଡ ସ୍ଵରୂପ ଆଇସିସି ସ୍ମିଥଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରିଥିବା ବେଳେ ଜୋରିମାନା ଭାବେ ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟିଛି। ଓପନର ବାନକ୍ରଫ୍ଟଙ୍କ ଉପରେ ମଧ୍ୟ ଜୋରିମାନା ଭାବେ ୭୫ ପ୍ରତିଶତ ମ୍ୟାଚ୍ ଫି କାଟିଛନ୍ତି। ବାନକ୍ରଫ୍ଟଙ୍କ ଉପରେ ୩ ଡିମେରିଟ୍ ଅଙ୍କ ଯୋଡା ଯାଇଛି। ଆଇସିସି ଟ୍ଵିଟ୍ କରି ଏହାର ସୂଚନା ଦେଇଛି।

ଏହି ଘଟଣାର କିଛି ଘଣ୍ଟା ପରେ ଅଷ୍ଟ୍ରେଲିଆ ସରକାର ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମେଲକମ୍ ଟର୍ନବୁଲ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ନିରାଶଜନକ ବୋଲି କହିଥିଲେ । ଏହି ଘଟଣାରେ ସେ ନିରାଶ ହୋଇଥିବା କହିଥିଲେ । ଏହା ବିଶ୍ୱାସର ଅତ୍ୟନ୍ତ ବାହାରେ ଯେ, ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଏହି ଫ୍ରଡରେ ସାମିଲ ଅଛି।

ସ୍ମିଥ୍‌ ମଧ୍ୟ ଏହି ବାସନ୍ଦାଦେଶକୁ ଗ୍ରହଣ କରିଛନ୍ତି। ଦୁଇଟି ସସ୍‌ପେନଶନ ପଏଣ୍ଟ କିମ୍ବା ପରବର୍ତ୍ତୀ ମ୍ୟାଚ୍‌ରୁ ବାସନ୍ଦ ହେବା ସହ ସ୍ମିଥ୍‌ଙ୍କୁ ୪ ଡିମେରିଟ ପଏଣ୍ଟରେ ଦଣ୍ଡିତ କରାଯାଇଛି। ଏହି ଘଟଣାରେ କ୍ରିକେଟ ଭଳି ଭଦ୍ରଲୋକଙ୍କ ଖେଳର ମର୍ଯ୍ୟାଦା ହାନି ହୋଇଛି ବୋଲି ରିଚାର୍ଡସନ କହିଛନ୍ତି। ଏହା ଏକ ସାମାନ୍ୟ କଥା ନୁହଁ। ଏହାକୁ ଆଇସିସି ବେଶ ଗୁରୁତର ସହ ଦେଇଛି । ଏଥିପାଇଁ ସ୍ମିଥ୍‌ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତ କେତୋଟି ସପ୍ତାହରେ ବିଶ୍ୱ କ୍ରିକେଟରେ ବିଭିନ୍ନ ଘଟଣା ଦେଖିବାକୁ ମିଳିଛି। ସ୍ଲେଜିଂ, ସେଣ୍ଡ- ଅଫ୍ସ ଓ ଅମ୍ପାୟରଙ୍କ ନିଷ୍ପତ୍ତି ବିରୋଧରେ ଖୋଲାଖୋଲି ଅସନ୍ତୋଷ, ଓ୍ବାକ୍‌ ଅଫ ଭଳି ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ଆଇସିସି କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରିବ ନାହିଁ ବୋଲି ରିଚାର୍ଡସନ ସ୍ପଷ୍ଟ କରିଛନ୍ତି।

ପଢନ୍ତୁ; କାର ଦୁର୍ଘଟଣାରେ ସାମି ଆହତ,ମୁଣ୍ଡରେ ଲାଗିଛି ଆଘାତ!

Related posts

ଗାଙ୍ଗୁଲି କହିଲେ: କାସ ୨୦୦୩ ବିଶ୍ଵ କପରେ ଧୋନୀ ମୋ ଦଳରେ ଥାଆନ୍ତେ !

ENO Beuro

ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଆଜି

Ratnamani Moharana

ଆଇପିଏଲ୍‌ରୁ ଓହରିଲେ ଷ୍ଟେନ

Ratnamani Moharana

1 comment

Leave a Comment