Loading...

‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବାକୁ ସ୍ମୃତି ଇରାନୀଙ୍କୁ ନିମନ୍ତ୍ରଣ

‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବାକୁ ସ୍ମୃତି ଇରାନୀଙ୍କୁ ନିମନ୍ତ୍ରଣ

ପୂର୍ବତନ କାଉନ୍‌ସିଲ୍‌ ସଦସ୍ୟ ଦୀପକ ସିଂହ କହିଛନ୍ତି, ‘ଭାରତ ଯୋଡ଼ୋ ଯାତ୍ରା’କୁ ଆପଣମାନଙ୍କୁ ନିମନ୍ତ୍ରଣ କରିବା ଲାଗି ଦଳର ବରିଷ୍ଠ ନେତାମାନଙ୍କଠାରୁ ନିର୍ଦେଶ ପାଇଛି। ତେଣୁ, ମୁଁ ଭାବିଲି ସର୍ବ ପ୍ରଥମେ ଆମେଠି ସାଂସଦ ସ୍ମୃତି ଜୁବିନ୍‌ ଇରାନୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବା ଉଚିତ।

କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ବାଧୀନ ‘ଭାରତ ଯୋ‌ଡ଼ୋ ଯାତ୍ରା’ରେ ଯୋଗ ଦେବା ପାଇଁ ଆମେଠି ସାଂସଦ ସ୍ମୃତି ଇରାନୀଙ୍କୁ ଜଣେ ସ୍ଥାନୀୟ କଂଗ୍ରେସ ନେତା ନିମନ୍ତ୍ରଣ ପତ୍ର ପଠାଇଥିବା ଜଣାପଡ଼ିଛି। ଜାନୁଆରି ୩ ତାରିଖରେ ଗାଜିଆବାଦ ଦେଇ ‘ଭାରତ ଯୋଡ଼ୋ ଯାତ୍ରା’ ଉତ୍ତର ପ୍ରଦେଶରେ ପ୍ରବେଶ କରିବ। ଗୁରୁବାର ଦିନ କଂଗ୍ରେସ ନେତା ଦୀପକ ସିଂହ ଆମେଠିର ‘ବିଜେପି’ ସାଂସଦ ସ୍ମୃତି ଇରାନୀଙ୍କ ସହକାରୀ ବ୍ୟକ୍ତିଗତ ସଚିବ ନରେଶ ଶର୍ମାଙ୍କୁ ଉକ୍ତ ନିମନ୍ତ୍ରଣ ପତ୍ର ଦେଇ ‘ଭାରତ ଯୋଡ଼ୋ ଯାତ୍ରା’ରେ ଭାଗ ନେବାକୁ ଇରାନୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। 

ପୂର୍ବତନ କାଉନ୍‌ସିଲ୍‌ ସଦସ୍ୟ ଦୀପକ ସିଂହ କହିଛନ୍ତି, ‘ଭାରତ ଯୋଡ଼ୋ ଯାତ୍ରା’କୁ ଆପଣମାନଙ୍କୁ ନିମନ୍ତ୍ରଣ କରିବା ଲାଗି ଦଳର ବରିଷ୍ଠ ନେତାମାନଙ୍କଠାରୁ ନିର୍ଦେଶ ପାଇଛି। ତେଣୁ, ମୁଁ ଭାବିଲି ସର୍ବ ପ୍ରଥମେ ଆମେଠି ସାଂସଦ ସ୍ମୃତି ଜୁବିନ୍‌ ଇରାନୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବା ଉଚିତ। ଡିସେମ୍ବର ୨୮ ତାରିଖ ଦିନ ଗୌରୀଗଞ୍ଜରେ ଥିବା ତାଙ୍କ କ୍ୟାମ୍ପ୍‌ ଅଫିସ୍‌ରେ ପହଞ୍ଚି ନରେଶ ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ଦେଇଛି। ସେ ମୋ ନିମନ୍ତ୍ରଣ ପତ୍ର ଗ୍ରହଣ କରି କହିଛନ୍ତି ଯେ, ସେଇଟିକୁ ସେ ସାଂସଦ ଇରାନୀଙ୍କୁ ଦେଇଦେବେ।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ଜିଲ୍ଲା ସଭାପତି ଦୁର୍ଗେଶ ତ୍ରିପାଠୀ କହିଛନ୍ତି ଯେ, ନିମନ୍ତ୍ରଣ କରିବା ତାଙ୍କର କର୍ତ୍ତବ୍ୟ। ‘ବିଜେପି’ ସଦାସର୍ବଦା ଅଖଣ୍ଡ ଭାରତ ଧାରାରେ କାର୍ଯ୍ୟ କରେ। ଭାରତ ଖଣ୍ଡବିଖଣ୍ଡିତ ହୋଇ ନ ଥିବା ବ‌େଳେ ‘ଯୋଡ଼ିବା’ କଥା ଉଠୁଛି କାହିଁକି? ଯାହା ଭାଙ୍ଗିଯାଏ ତାହା ଯୋଡ଼ାହୁଏ। ମୁମୂର୍ଷୂ କଂଗ୍ରେସ ପାର୍ଟିର ପୁନଃଜାଗରଣ ଲାଗି ରାହୁଲ୍‌ ଗାନ୍ଧୀ ଯାତ୍ରା କରୁଛନ୍ତି, କିନ୍ତୁ ତାହାର ନାଁ ‘ଭାରତ ଯୋଡ଼ୋ ଯାତ୍ରା’ ଦିଆଯାଇଛି।

ସୂଚନାଯୋଗ୍ୟ, ୩ ଥର ଆମେଠିର ସାଂସଦ ଥିବା ରାହୁଲ୍‌ ଗାନ୍ଧୀଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ପରାସ୍ତ କରିଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.