EnewsOdia.Com

କାଶ୍ମୀରରେ ଭୀଷଣ ତୁଷାରପାତ

କାଶ୍ମୀର ଘାଟିରେ ଗତ ୭ ଦିନ ଧରି ଲଗାତର ଭାବେ ତୁଷାରପାତ ଜାରି ରହିଛି।ପରିବେଶ ଏପରି ହୋଇଛି ଦେଖିଲେ ଲାଗିବ ସତେ ଯେମିତି କିଏ ଗୋଟିଏ ଧଳା ଚାଦର ଶ୍ରୀନଗର ସହର ଉପରେ ଘୋଡାଇ ଦେଇ ଯାଇଛି । ମାଟି ଉପରେ ବରଫର ଆସ୍ତରଣ । ଘର ଉପରେ ଜମିଛି ବରଫ । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ହଜାର ହଜାର ସେଓ ବଗିଚା ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ଅଧିକ ଖ୍ୟତିଗ୍ରସ୍ତ ହୋଇଛନ୍ତି।

ଏହାସହିତ ରାଜପଥ ଘୋଡାଇ ହୋଇ ଯାଇଛି ବରଫର ବହଳିଆ ଆସ୍ତରଣରେ । ଏହା ମଧ୍ୟରେ ବାଟରେ ଅଟକି ରହିଛି ଅନେକ ଗାଡି । ଫଳରେ ଶ୍ରୀନଗର ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ସମସ୍ୟା ବି ବଢିଗଲାଣି । ବରଫ ପାତ ଜୋର ହେବା ସହିତ ବିଜୁଳି କାଟ ହୋଇଛି । ବିଜୁଳି ସେବା ଏବେ ପୁରା ଅଚଳ ହୋଇଛି । ପାଣି ସେବା ବି ମିଳିନି । ପାଣି ଓ ବିଜୁଳି ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି।
ପଢନ୍ତୁ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଣିଷର ମୁହଁ ଭଳି ଦେଖାଯାଉଥିବା ମାଛର ମୁହଁ

ସମ୍ବନ୍ଧିତ ଖବର

ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ

Ratnamani Maharana

ପୁଣି ବିବାଦରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର

Ratnamani Maharana

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

Ratnamani Maharana

ପ୍ରଧାନମନ୍ତ୍ରୀ ହେବତ ଏମିତି : ପଡିଆରେ କ୍ରିକେଟ ଖେଳାଳିଙ୍କ ପାଇଁ ୱାଟର ବଏ ପାଲଟିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

Ratnamani Maharana

ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana