Entertainment

ଭାଇଜାନଙ୍କ ଜେଲ ଯିବାକୁ ନେଇ ଖୁସି ହେଲେ ଏହି ଅଭିନେତ୍ରୀ ଜଣଙ୍କ!

ସଲମାନଙ୍କ ବନ୍ଦୀକୁ ନେଇ ଖୁସି ହେଲେ ସୋଫିଆ ହାୟତ

କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ନେଇ ସାରା ଦେଶ ଦୁଃଖରେ ଥିବା ବେଳେ ନିଜର ଖୁସି ବ୍ୟକ୍ତ କରିଛନ୍ତି ପୂର୍ବତନ ‘ବିଗ ବସ’ ପ୍ରତିଯୋଗୀ ସୋଫିଆ ହାୟତ। ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ସୋସିଆଲ ମିଡିଆରେ ସୋଫିଆ ଏକ ଦୀର୍ଘ ପୋଷ୍ଟ ଜରିଆରେ ନିଜର ମନ କଥା ବ୍ୟକ୍ତ କରିଛନ୍ତି। ତାହାର ସାରାଂଶ ନିମ୍ନରେ ଦିଆଯାଇଛି।

ଶେଷରେ କର୍ମର ଫଳ ସମସ୍ତଙ୍କୁ ମିଳେ। ଅନେକ ଲୋକ ସଲମାନଙ୍କ ବିଷୟରେ ମୁହଁ ଖୋଲିବାକୁ ଡରନ୍ତି, କାହିଁକି ନା ସେମାନେ ଭାବନ୍ତି ବଲିଉଡକୁ ସଲମାନ ଆୟତ୍ତ କରନ୍ତି। ମାତ୍ର ମୁଁ ତାଙ୍କ ବିପକ୍ଷରେ କହିବାକୁ ଭୟ କରୁନାହିଁ। ମୁଁ ଏଥିନେଇ ବହୁତ ଖୁସି ଯେ ସଲମାନ ଜେଲ ଯାଇଛନ୍ତି।

ପ୍ରାଣୀମାନେ ପୃଥିବୀ ପାଇଁ ନିହାତି ଜରୁରୀ। ସଲମାନ ଯାହା କରିଛନ୍ତି କେବଳ ନିଜ ଗୁରୁତ୍ୱ ପାଇଁ କରିଛନ୍ତି। ସମାଜ ତାଙ୍କଠାରୁ କି ଶିକ୍ଷା ପାଇଲା? କ’ଣ ସେ ଜଣେ ସେଲିବ୍ରେଟି ବୋଲି ସବୁ କିଛି କରିପାରିବେ? ଅନେକ ସେବା ଧର୍ମ କରନ୍ତି କେବଳ ନିଜ କର୍ମର ପ୍ରାୟଶ୍ଚିତ ପାଇଁ।’ ଶେଷରେ ସେ ‘ହିନ୍ଦୁସ୍ଥାନ ଜିନ୍ଦାବାଦ’ ଲେଖି ନିଜର ପୋଷ୍ଟ ସମାପ୍ତ କରିଛନ୍ତି।

ପଢନ୍ତୁ; ଏମ୍ସରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ଜେଟଲୀ!

Related posts

ବାପାଙ୍କ ଠାରୁ ଅଲଗା ହେବେ ବରୁଣ ଧଓ୍ଵନ୍‌, ଜାଣନ୍ତୁ କାରଣ

ENO Beuro

ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେଙ୍କ ବିଭାହକୁ ନେଇ ଚର୍ଚା

ENO Beuro

ଶ୍ରୀଦେବୀଙ୍କୁ ନିଜର ସ୍ତ୍ରୀ ବୋଲି ମନେ କରୁଥିବା ବ୍ୟକ୍ତି ଲଣ୍ଡା ହୋଇ ଦେଲେ ଶ୍ରଦ୍ଧାଞ୍ଜଳି, ଲେଖିଥିଲେ ୩୦୦୦ ଚିଠି

ENO Beuro

Leave a Comment