• Home
  • News
  • ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ : ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ , ୭ଜଣ ଯବାନ ଆହତ
News

ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ : ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ , ୭ଜଣ ଯବାନ ଆହତ

ସେନା ଶିବିରରେ ଆତଙ୍କୀ ଆକ୍ରମଣ

ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କୀମାନେ ଆକ୍ରମଣ କରିଛନ୍ତି । ଆତଙ୍କୀମାନେ ଜମ୍ମୁର ସୁଞ୍ଜୁଆନ ସେନା ଶିବିର ଉପରକୁ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ଘଟଣାରେ ୭ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଆକ୍ରମଣ ପରେ ସମଗ୍ର ଜମ୍ମୁରେ ରେଡ଼ ଆଲର୍ଟ ଜାରି କରି ଦିଆଯାଇଛି।

ସୂଚନାଯୋଗ୍ୟ ଯେ,ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ଭୋର ସକାଳ ୫ଟାରେ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ୩-୪ ଜଣ ଆତଙ୍କୀ ଶିବିରର ଜାଲି କାଟି ଭିତରକୁ ପ୍ରବେଶ କରିଛନ୍ତି । ପରେ ସେମାନେ ଗୁଳିବର୍ଷା କରିଛନ୍ତି । ଆତଙ୍କୀଙ୍କ ଏହି ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କୀମାନେ ଶିବିରର ରିହାୟସୀ ଅଞ୍ଚଳରେ ପ୍ରବେଶ କରିଛନ୍ତି।

ଗୃହମନ୍ତ୍ରୀ ରାଜନାଥ ଆତଙ୍କବାଦ ଆକ୍ରମଣ ବିଷୟରେ ଫୋନ୍‌ ଯୋଗେ ଜମ୍ମୁ ଓ କଶ୍ମୀରର ପୁଲିସ ମହାନିର୍ଦେଶକଙ୍କ ସହ କଥାବାର୍ତ୍ତା କରିଛନ୍ତି। ସୁଞ୍ଜୁଓ୍ଵାନ୍‌ରେ ଏବର ପରିସ୍ଥିତି ଏବଂ ଅଭିଯାନ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ ଚୁମ୍ବକେ ବୁଝାଇ ଦେଇଛନ୍ତି। ପୋଲିସ କହିବା ଅନୁଯାୟୀ , ସୁଞ୍ଜୁଓ୍ଵାନ୍‌ ଆର୍ମି କ୍ୟାମ୍ପ୍‌ରେ ପ୍ରବେଶ କରିବାକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିବା ସହ ବିପୁଳ ପରିମାଣର ସ୍ୱୟଂକ୍ରିୟ ବନ୍ଧୁକ ଫୁଟାଇଛନ୍ତି।

କ୍ୟାମ୍ପ୍‌ରେ ଅନେକ ସେନା କର୍ମଚାରୀ ଆବାସିକ କ୍ୱାର୍ଟର୍ସଗୁଡ଼ିକରେ ରହନ୍ତି। ସେହି କ୍ୱାର୍ଟର୍ସ ନିକଟରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା କଥା କୁହାଯାଉଛି।

ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ : ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ ,  ୭ଜଣ ଯବାନ ଆହତ army 1

ପଢନ୍ତୁ;

ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତିକ୍ଷାର ଅନ୍ତ : ସମ୍ବଲପୁର ଦେଇ ଗଡ଼ିଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

Related posts

ଏସସି/ଏସଟି ଆକ୍ଟ: ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

Krishna Kumar Manoj

କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜରରେ ନିଆଁ !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More