ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଅକ୍ଟୋବର ୨୫ ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟା ଦିନ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ହେବ। ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ କହିଲେ ପରାଗ ଥାଇ ସୂର୍ଯ୍ୟ ଅସ୍ତ ହୋଇଯିବ। ତାହା ପରଦିନ ଅର୍ଥାତ୍ ୨୬ ତାରିଖ ବୁଧବାର ସୂର୍ଯ୍ୟୋଦୟ ପରେ ମୋକ୍ଷ ପ୍ରାପ୍ତି, ଦେବନୀତି ଓ ପାକ ଆରମ୍ଭ ହେବ।
ଅକ୍ଟୋବର ୨୫ ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟା ଦିନ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ହେବ। ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ କହିଲେ ପରାଗ ଥାଇ ସୂର୍ଯ୍ୟ ଅସ୍ତ ହୋଇଯିବ। ତାହା ପରଦିନ ଅର୍ଥାତ୍ ୨୬ ତାରିଖ ବୁଧବାର ସୂର୍ଯ୍ୟୋଦୟ ପରେ ମୋକ୍ଷ ପ୍ରାପ୍ତି, ଦେବନୀତି ଓ ପାକ ଆରମ୍ଭ ହେବ। ଏଭଳି ସ୍ଥିତି ୧୯୯୯ ମସିହା ଅଗଷ୍ଟ ୧୧ ତାରିଖରେ ପଡ଼ିଥିବା ବେଳେ ଆଗକୁ ୨୦୫୯ ମସିହା ନଭେମ୍ବର ୫ ତାରିଖରେ ଘଟିବ। ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ହେଲେ ଏହାର କିଛି ମାସ ପରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ରହିଥାଏ ବୋଲି ଗଣନାକାରଙ୍କ ମତ। ଏଥି ପାଇଁ ଆସନ୍ତା ୨୪ ତାରିଖ ସୋମବାର ଦିନ କାଳୀପୂଜା ଓ ଦୀପାବଳି ନୀତି କରାଯାଇ ପାରିବ ବୋଲି ପାଞ୍ଜିକାରମାନେ କହିଛନ୍ତି। ସୂଚନା ଅନୁଯାୟୀ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟା ତିଥିରେ ସୂର୍ଯ୍ୟୋପରାଗ ସଂଗଠିତ ହେବ। ଗୁରୁତ୍ବପୂ୍ର୍ଣ୍ଣ କଥା ହେଉଛି, ସୂର୍ଯ୍ୟୋପରାଗ ପୁରୀ ସମୟ ଅନୁସାରେ, ଦିନ ୪ଟା ୫୭ ମିନିଟ୍ ୪୫ ସେକେଣ୍ଡରେ ସୂର୍ଯ୍ୟଙ୍କୁ ସ୍ପର୍ଶ କରିବ। ଦିନ ୫ଟା ୧୪ମିନିଟ୍ ପରାଗର ମଧ୍ୟ ସମୟ ଓ ୫ଟା ୧୭ ମିନିଟରେ ମୋକ୍ଷ ହେବ।କିନ୍ତୁ ସେହିଦିନ (୨୫ ଅକ୍ଟୋବର) ଦିନ ୫ଟା ୧୫ମିନିଟ୍ ୪୬ ସେକେଣ୍ଡରେ ସୂର୍ଯ୍ୟସ୍ତ ହେବ। ସୂର୍ଯ୍ୟୋପରାଗରେ ରହି ଅସ୍ତ ହେଉଥିବାରୁ ଏହା ଗ୍ରସ୍ତାସ୍ତ ସୂର୍ଯ୍ୟପରାଗ। ୨୫ ଅକ୍ଟୋବର ମଙ୍ଗଳବାର ରାତିରେ ଆଉ ଦେବନୀତି, ପାକ କାର୍ଯ୍ୟ ହୋଇପାରିବ ନାହିଁ। ତାହା ପରଦିନ ଅର୍ଥାତ୍ ୨୬ ତାରିଖ ବୁଧବାର ସକାଳ ୫ଟା ୪୬ ମିନିଟରେ ସୂର୍ଯ୍ୟ ଉଦୟ ପରେ ସ୍ନାନ, ଦେବନୀତି, ପାକ କାର୍ଯ୍ୟ କରାଯିବ। ଏଥି ପାଇଁ ୨୫ ତାରିଖରେ କାଳୀପୂଜା, ଦୀପାବଳି ନୀତି ବାରଣ କରାଯିବାର ବିଧି ରହିଛି। କିନ୍ତୁ ୨୫ ତାରିଖରେ ଶ୍ରାଦ୍ଧକର୍ମ ହୋଇପାରିବ। ସେଦିନ ଶ୍ରାଦ୍ଧ ଆମ ଦ୍ରବ୍ୟ (ଶୁଷ୍କ ପଦାର୍ଥ) ଯଥା ଫଳ, ସ୍ବର୍ଣ୍ଣ ଆଦିରେ ଶ୍ରାଦ୍ଧକର୍ମ ସଂପାଦିତ ହୋଇପାରିବ।
ଅସଲି ଖଡିରତ୍ନ ପଞ୍ଜିକାର ବିଶିଷ୍ଟ ଗଣନାକର ଇଞ୍ଜିନିୟର ଦେବଦର୍ଶୀ ଖଡିରତ୍ନଙ୍କ କହିବା ଅନୁସାରେ, ଚଳିତ ଅକ୍ଟୋବର ୨୪ ତାରିଖ ସୋମବାର ସଂଧ୍ୟା ୫ଟା ୨୭ ମିନିଟ୍ ପରଠାରୁ ଅମାବାସ୍ୟା ତିଥି ରହୁଥିବାରୁ ୨୪ତାରିଖ ରାତିରେ ଦୀପାବଳି ଓ କାଳୀପୂଜା ପାଳନ କରାଯାଇ ପାରିବ। ପରାଗ ଓ ଗ୍ରହଣ ସମୟରେ ଶ୍ରାଦ୍ଧ କର୍ମ ହୋଇପାରିବ ଓ ଏହା ଶୁଷ୍କ ଦ୍ରବ୍ୟରେ ସଂପାଦିତ ହୋଇପାରିବ ବୋଲି ଗଣନାକର ଦେବଦର୍ଶୀ ଖଡିରତ୍ନ ସୂଚନା ଦେଇଛନ୍ତି।
ପୁଣି ଆସନ୍ତା ନଭେମ୍ବର ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ପକ୍ଷରେ ପରାଗ ଓ ଗ୍ରହଣ ଶୁଭଙ୍କର ନୁହେଁ। ପୂର୍ବରୁ ୧୯୯୯ ମସିହା ଅଗଷ୍ଟ ୧୧ ତାରିଖରେ ଓଡ଼ିଶାରେ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ହୋଇଥିଲା। ଏହାର କିଛି ମାସ ପରେ ମହାବାତ୍ୟା ସଂଗଠିତ ହୋଇ ବ୍ୟାପକ କ୍ଷୟକ୍ଷତି କଲା। ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗର କିଛି ମାସ ପରେ ଦୈବ ଦୁର୍ବିପାକ ହେବାର ଆଶଙ୍କା ରହିଛି ବୋଲି ପାଞ୍ଜିକାର ଇଞ୍ଜିନିୟର ଖଡିରତ୍ନ କହିଛନ୍ତି। ଆଗକୁ ୨୦୫୯ ନଭେମ୍ବର ୫ ତାରିଖରେ ଏଭଳି ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ରହିଛି ବୋଲି ଇଞ୍ଜିନିୟର ଦେବଦର୍ଶୀ ଖଡିରତ୍ନ ଆକଳନ କରିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।