News

ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ଖୁସିର ଖବର । ଆଉ ନେବାକୁ ପଡିବନି ଅନ୍ୟମାନଙ୍କ ସାହାଯ୍ୟ । ମୋଟର ବାଇକ ଭଳି କେବଳ ଏକ୍ସଲରେଟର ମୋଡ଼ିଲେ ଚାଲିବ ହୁଇଲ୍‌ ଚେୟାର। ଏହି ହୁଇଲ ଚେୟାର ସୌରଶକ୍ତିରେ ଚାର୍ଜ ହେବ । ବ୍ୟାଟେରୀ ଦ୍ଵାରା ଚାଲୁଥିବା ଏହି ହୁଇଲ ଚେୟାର ଥରେ ଚାର୍ଜ ହେଲେ ଲଗାତାର ୩ ଘଣ୍ଟା ଯାଏଁ ଚାଲିପାରିବ ।

କଟକର ଓଲଟପୁର ସ୍ଥିତ ଏସ୍‌ଭି ନିରତାରର ବିଭାଗୀୟ ମୁଖ୍ୟ ଡକ୍ଟର ପତିତପାବନ ମହାନ୍ତି ଓ ଅଧ୍ୟାପକ ବସନ୍ତ କୁମାର ନନ୍ଦଙ୍କ ଦିଗ୍‌ଦର୍ଶନରେ ଫିଜିଓଥେରାପି ବିଭାଗ ଅଷ୍ଟମ୍‌ ସେମିଷ୍ଟର ୧୦ ଜଣ ଛାତ୍ର ୨ମାସରେ ତିଆରି କରିପାରିଛନ୍ତି ଏଭଳି ଏକ ଅଭିନବ ପ୍ରକଳ୍ପ।  ତିଆରି ହୋଇଥିବା ଏହି ପ୍ରକଳ୍ପର ସ୍ୱୀକୃତି ପାଇଁ ତାହାକୁ ବିଶ୍ୱବିଦ୍ୟାଳୟକୁ ପଠାଯିବ ।

ଏହି ପ୍ରକଳ୍ପ ଭିନ୍ନକ୍ଷମ ବ୍ୟକ୍ତି ଓ ହାତଗୋଡ ଠିକ୍‌ଭାବରେ ଚାଲୁନଥିବା ରୋଗୀଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିବ।

ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

 

ପଢନ୍ତୁ, ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ମାମଲାର ଶୁଣାଣି କଲେ ସୁପ୍ରିମ୍‌କୋର୍ଟ

Related posts

୨୭ ଯାଏ ପ୍ରବଳ ବର୍ଷା

ENO Beuro

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର

ENO Beuro

ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁ

ENO Beuro

1 comment

Leave a Comment