ଭାରତୀୟ ସେନାର ଦୟନୀୟ ଜୀବନଯାତ୍ରାର ଏକ କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ହିମାଳୟ ସିଆଚେନ୍ ଅଞ୍ଚଳରେ ମୁତୟନ ଯବାନମାନେ ଅତି ଦୟନୀୟ ସ୍ଥିତିରେ ରହି ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ନା ମିଳୁଛି ଆବଶ୍ୟକ ପରିମାଣ ଖାଦ୍ୟ, ନା ପୋଷାକ…। ତଥାପି କର୍ତ୍ତବ୍ୟରେ ଅବହେଳା କରୁନାହାନ୍ତି, ଦେଶମାତୃକାର ସେବା କରିବାରେ କେବେ ଆନମନା ହୋଇ ନାହାନ୍ତି।କିନ୍ତୁ ଏହିସବୁ ସ୍ଥାନରେ ମୁତୟନ ଥିବା ସୈନିକମାନଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ସାମଗ୍ରୀ ଓ ପାଗ ଅନୁସାରେ କପଡା ପହଞ୍ଚିପାରିନୁହିଁ । ଉପଯୁକ୍ତ ସମୟରେ ଆବଶ୍ୟକୀୟ ସାମଗ୍ର କିଣାଯାଇପାରୁନାହିଁ , ତେଣୁ ସେମାନଙ୍କ ନିକଟରେ ସାମଗ୍ରୀ ମଧ୍ୟ ପହଞ୍ଚିପାରୁନାହିଁ । ଯାହାଦ୍ବାର ସୈନିକମାନଙ୍କୁ ପୁରୁଣା କପଡା ଓ ଉପକରଣ ବ୍ୟବହାର କରିବାକୁ ପଡୁଛି । ୨୦୧୭-୧୮ ସିଏଜି ରିପୋର୍ଟରେ ଏହା ଖୁଲାସା ହୋଇଛି । ଯାହା ସୋମବାର ଦିନ ସଂସଦରେ ଉପସ୍ଥାପିତ କରାଯାଇଛି ।
ରିପୋର୍ଟ ମୁତାବିକ ଅତ୍ୟଧିକ ଉଚ୍ଚତାରେ ମୁତୟନ ଥିବା ସୈନିକମାନଙ୍କ ଏନର୍ଜି ପାଇଁ ପ୍ରତିଦିନ ବିଶେଷ ଧ୍ୟାନ ଦିଆଯାଇଥାଏ । ସାମାନ୍ୟ ପରିବର୍ତ୍ତେ ମହଙ୍ଗା ଖାଦ୍ୟ ପାଇଁ ମଂଜୁରୀ ଦିଆଯାଉଛି । ସୈନିକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଉପକରଣ ଯୋଗାଇବା ପାଇଁ ହେଉଥିବା ଟେଣ୍ଡରରେ ଅସମାନତା ଯୋଗୁଁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
1 comment