Loading...

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଖାରଜ କରିବାକୁ ହାଇକୋର୍ଟରେ ସୋମାଲିକା

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଖାରଜ କରିବାକୁ ହାଇକୋର୍ଟରେ ସୋମାଲିକା

ପ୍ରତ୍ୟୁଷା ନନ୍ଦ ନାମକ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବିଜୟ ଆବେଦନ କରିଛନ୍ତି । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନିକଟରେ ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ। ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଖାରଜ କରିବାକୁ ହାଇକୋର୍ଟରେ ସୋମାଲିକା। ଗତ ମାସ ୨୧ ତାରିଖରେ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟ । କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ଏନେଇ କଟକ ସବ ରେଜିଷ୍ଟ୍ରାର ଅଫିସରେ ଅବଜେକସନ ପିଟିସନ ଦାଖଲ ମଧ୍ୟ କରିଥିଲେ ସୋମାଲିକା । ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ କରିବି ବୋଲି ସେ କହିଛନ୍ତି ।

ସୂଚନାନୁସାରେ, ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ । ଆବେଦନର ୧ ମାସ ପରେ ଉଭୟ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବେ । ଏହି ସମୟରେ ୩ ଜଣ ସାକ୍ଷୀ ମଧ୍ୟ ଉପସ୍ଥିତ ରହିବେ । ତେବେ ୯୦ ଦିନ ମଧ୍ୟରେ ବିବାହ ପ୍ରକ୍ରିୟା ଶେଷ ହେବ ବୋଲି କଟକ ଜିଲ୍ଲା ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡା ସୂଚନା ଦେଇଛନ୍ତି । ପ୍ରତ୍ୟୁଷା ନନ୍ଦ ନାମକ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବିଜୟ ଆବେଦନ କରିଛନ୍ତି । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.