POLITICALS

ନିର୍ବାଚନୀ ପ୍ରଚାରରେ ମାଳ ମାଳ ଷ୍ଟାର ପ୍ରଚାରକ

ଚଳିତ ବର୍ଷ ନିର୍ବାଚନରେ କଳାକାରଙ୍କ  ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷ ଭାବେ ଅନେକ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, ଗୀତିକାର ବିଭିନ୍ନ ରାଜନୈତିକ ଦଳରେ ମିସିଛନ୍ତି। ଅନେକ ଟିକେଟ ପାଇଛନ୍ତି ତ ଅନେକ ପାଇନାହାନ୍ତି। ମାତ୍ର ଏନେକ ଅଭିନେତା ସ୍ଵେଚ୍ଛାକୃତ  ଭାବେ ବିଭିନ୍ନ ଦଳ ତରଫରୁ କାମ୍ପେନରେ ସାମିଲ ହୋଇଛନ୍ତି। ଏଭଳି ଭାବେ ଦେଖିବାକୁ ଗଲେ ବର୍ତମାନ ନିର୍ବାଚନୀ ପ୍ରଚାରରେ ଦେଖିବାକୁ ମିଳିବେ ମାଳ ମାଳ ଅଭିନେତାଙ୍କୁ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ରହିଛି ସେମାନଙ୍କ ନାଁ।

ବିଜେଡ଼ିର ଷ୍ଟାର ପ୍ରଚାରକ ଭାବେ ଦେଖିବାକୁ ମିଳିବେ ମୁନ୍ନା ଖାଁ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଶ୍ରୀମୟୀ ମିଶ୍ର,ଉତ୍ତମ ମହାନ୍ତି, ଅସିତ ପତି, ଏଲିନ ଦାସ, କଣ୍ଠଶିଳ୍ପୀ ତୃପ୍ତି ଦାସ, ହୁମାନ ସାଗର, ସୁବାସ ଦାସ ଇତ୍ୟାଦି। ବିଜେପିରେ ଦେଖିବାକୁ ମିଳିବେ ପିଙ୍କି ପ୍ରଧାନ, ଅପରାଜିତା ମହାନ୍ତି, ମହେଶ୍ଵତା, ଅନୁ ଚୌଧୁରି, ବିଦୂସ୍ମିତା, ମିଳି ମହାନ୍ତି, ପଞ୍ଚାନନ ନାୟକ, ମିହିର ଦାସ, ଅଜିତ ଦାସ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଅଖିଲା ପଟ୍ଟନାୟକ, ଅଶ୍ରୁମୋଚନ, ମନ୍ମଥ ମିଶ୍ର ଏବଂ ତାଙ୍କ ପତ୍ନୀ କ୍ରୀଷ୍ଣା ମିଶ୍ର। ତେବେ କଂଗ୍ରେସରେ ବିଶେଷ କେହି ଷ୍ଟାର ପ୍ରଚାରକ ନାହାନ୍ତି। ତେବେ କଟକର କେବଳ ନବପ୍ରିତ ଓରଫ ଅଂଶୁମାନଙ୍କୁ ଦେଖିବାକୁ ମିଳିବ।
ପଢନ୍ତୁ: ୩୬୦ ଭାରତୀୟ ମତ୍ସଜୀବୀ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

Related posts

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ‘ନୂଆ ସରକାରର ଶପଥ ଗ୍ରହଣରେ ନିଶ୍ଚିତ ଡାକିବୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Moharana

ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି !

Ratnamani Moharana

ବାଚସ୍ପତିଙ୍କୁ ଚିଠି ଲେଖିଲେ ଭର୍ତ୍ତୃହରି ” ବୈଜୟନ୍ତଙ୍କୁ ହଟାଅ “

ENO Beuro

Leave a Comment