News

କେନ୍ଦ୍ରାପଡାରେ ଜିତିବ କିଏ? ବଗ ନା ଗଧ

ଚତୁର୍ଥ ପର୍ଯ୍ୟାୟର ସବୁଠୁ ହଟ୍ ସିଟ୍ ହେଉଛି କେନ୍ଦ୍ରାପଡା ଲୋକସଭା ଆସନ । କେନ୍ଦ୍ରାପଡା ଏବେ ଫୋକସ୍ ରେ ରହିଥିବାରୁ ଶାସକ ବିଜେଡି ଦଳର ବହୁ ହେବିଓ୍ବେଟ୍ ଏବେ ସେଠାରେ ଡେରା ପକାଇଛନ୍ତି ।  ସେହିଭଳି ବିଜେପି ଓ କଂଗ୍ରେସର ମଧ୍ୟ ରଣନୀତି ରହିଛି । କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେପି ବୈଜୟନ୍ତ ପଣ୍ଡାଙ୍କୁ  ପ୍ରାର୍ଥୀ କରିଛି । ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ବହୁ ବିଚାର ବିମର୍ଶ ପରେ ବିଜେଡି ଏଠାରେ ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ  ମଇଦାନରେ ଉତାରିଛି । କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ବରିଷ୍ଠ ଅଇନଜୀବୀ ଧରଣୀଧର ନାୟକ । ସେହିଭଳି କେନ୍ଦ୍ରାପଡା ବିଧାନସଭା ଆସନରୁ ବହୁ ଆଗରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛନ୍ତି। ବିଜେପି ସୁନାକର ବେହେରାଙ୍କୁ ପ୍ରାର୍ଥୀ କରିଛି।

ଏବେ ଯଦି କେନ୍ଦ୍ରାପଡାର କାହାକୁ ଆପଣ ପଚାରିବେ ଯେ, ସେ କାହାକୁ ଭୋଟ୍ ଦେବାକୁ ମନସ୍ତ କରିଛନ୍ତି ତାହାଲେ ଆପଣଙ୍କୁ ଉତ୍ତର ମିଳିବ ‘ଗଧ’ ନହେଲେ ‘ବଗ’ ।ପ୍ରଥମ କଥା ହେଲା ଭୋଟର ଏଥର କୌଣସି ଦଳର ବ୍ରାଣ୍ଡେଡ   ନୁହଁନ୍ତି ଏକଥା ମଧ୍ୟ ସ୍ପଷ୍ଟ ଜଣାପଡିଥିଲା । କେନ୍ଦ୍ରାପଡାର କୋର ପଞ୍ଚାୟତର ଜଣେ ଭୋଟର କହିଥିଲେ ଯେ, ତାଙ୍କ ପଞ୍ଚାୟତ ସବୁ ନିର୍ବାଚନରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମୂହ ଭୋଟ୍ ଦେଉଥିଲେ । ଏପରିକି ବିଧାନସଭାରେ ଯାହାକୁ ଭୋଟ୍ ଦିଅନ୍ତି ଲୋକସଭା ପାଇଁ ମଧ୍ୟ ସେହି ଦଳକୁ ହିଁ ଭୋଟ୍ ଦିଅନ୍ତି । କିନ୍ତୁ ଏଥରର ପରିସ୍ଥିତି ଆଉ ସେମିତି ନାହିଁ । ତାଙ୍କ ଉକ୍ତିକୁ ଅଧିକ ପ୍ରାଞ୍ଜଳ କରିବା ପାଇଁ ସେ କହିଥିଲେ ଯେ, କିଏ ‘ଗଧ’କୁ ଭୋଟ୍ ଦେବ ତ କିଏ ‘ବଗ’କୁ ଭୋଟ୍ ଦେବ । ‘ଗଧ’କୁ ବିଶ୍ଳେଷଣ କରି ସେ କହିଥିଲେ ଯେ, ‘ଗ’ ଅର୍ଥ କଂଗ୍ରେସର କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଗଣେଶ୍ବର ବେହେରା । ସେହିଭଳି ‘ଧ’ ଅର୍ଥ କଂଗ୍ରେସର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ । ଅନ୍ୟପକ୍ଷରେ ‘ବଗ’କୁ ମଧ୍ୟ ସେ ବିଶ୍ଳେଷଣ କରିଥିଲେ । ‘ବଗ’ର ‘ବ’ ଅର୍ଥ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ‘ଗ’ ଅର୍ଥ କଂଗ୍ରେସର ବିଧାନସଭା ପ୍ରାର୍ଥୀ ଗଣେଶ୍ବର ବେହେରା ।
ପଢନ୍ତୁ: ଅନୁଭବ ମହାନ୍ତିଙ୍କ ଜମୁଛି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ’

Related posts

ଅନ୍ତିମ ଯାତ୍ରାରେ ଅଟଳ,ଦିଲ୍ଲୀସ୍ଥିତ ବାସଭବନରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର

ENO Beuro

ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ENO Beuro

ନଅ ଥର ଗୁଳିର ଶିକାର ହେବା ପରେ ମରଣ ମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

ENO Beuro

Leave a Comment