LIFESTYLE

ଜୀବନରେ ସଫଳତା ପାଇବାକୁ ଚାହୁଁଥିଲେ ମନେ ରଖନ୍ତୁ କେତୋଟି କଥା

sucess

ଜୀବନରେ ସଫଳତା  ବା କିଏ ନ ଚାହେଁ। ସଫଳତା  ହାସଲ କରିବା ଅଟେ ସହଜ ହୋଇନଥାଏ। ସଫଳତା କିଛି  ଲୋକଙ୍କୁ ମିଳିଥାଏ ଯେଉଁମାନେ ଏହାର ପିପାସୁ ଥାନ୍ତି। ନିଜର ଜୀବନଶୈଳୀରେ ଟିକିଏ ପରିବର୍ତନ ମଧ୍ୟ ଆପଣଙ୍କୁ ସଫଳତା ଆଡକୁ ବାଟ କଢାଇ ନିଏ। ଏପରି କେତେ ଗୁଡିଏ ଅଭ୍ୟାସ ଆମେ ଜୀବନରେ ଆପଣେଇ  ନେଇଛେ ଯାହା ଆମକୁ ବିପଥଗାମୀ କରିଛି। ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଖରାପ ଅଭ୍ୟାସର ବଶବରତି ହୋଇଥାନ୍ତି। ଯଦି ଏହି ଅଭ୍ୟାସ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଗି ରହେ ତା ହାଲେ ଜୀବନରେ ସଫଳତା ହାସଲ କରିବା କ୍ଷେତ୍ରରେ ଅନେକ ବାଧା ଆଣିଥାଏ । ଆପଣ ଆଜି ହିଁ ସମୀକ୍ଷା କରନ୍ତୁ ଆପଣ କେଉଁ ରାସ୍ତାରେ ଅଛନ୍ତି । ଯଦି ଭୁଲ ରାସ୍ତାରେ ଅଛନ୍ତି ତେବେ ଆଜି ହିଁ ସେହି ରାସ୍ତାରୁ ଦୂରେଇ ଯାଆନ୍ତୁ ।

ଦିନଚର୍ଜ୍ୟା ଉପରେ ଧ୍ୟାନ ଦିଅନ୍ତୁ

ସକାଳୁ ଉଠିବାକୁ ଚେଷ୍ଟା କରନ୍ତୁ। କିଛି ପିଲାଙ୍କର ଡେରି ଯାଏ ଶୋଇବାର ଅଭ୍ୟାସ ଥାଏ। ସକାଳୁ ଉଠିଲେ ଆମର ଦିନଚର୍ଯ୍ୟା ଠିକ ସମୟରେ ଆରମ୍ଭ ହୋଇ ଶେଷ ହୋଇଥାଏ। ପ୍ରତିଦିନ କିଛି ସମୟ ଧ୍ୟାନ କରନ୍ତୁ। ପ୍ରତି ଦିନ ଧ୍ୟାନ କରିବା ଦ୍ୱାରା ଆପଣଙ୍କ ଏକାଗ୍ରତା, ମାନସିକ ଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ପ୍ରତିଦିନ ବୟାମ କରନ୍ତୁ

ସ୍ୱାସ୍ଥ୍ୟ ହିଁ ସମ୍ପଦ । ରୋଗଗ୍ରସ୍ତ ଓ କ୍ଲାନ୍ତ ଶରୀରକୁ ଧରି ଆପଣ ଏହି ପ୍ରତିଯୋଗିତାମୂଳକ ସମାଜରେ ତିଷ୍ଠି ରହିପାରିବେ ନାହିଁ ।ସବୁଦିନ ଚାଲନ୍ତୁ, ସାଇକେଲ ଚଲାନ୍ତୁ, ସୁଇମିଙ୍ଗ୍ ଇତ୍ୟାଦି କରନ୍ତୁ । ସମୟ ମିଳିଲେ ଗୋଟିଏ ଦୁଇଟି ଯୋଗାସନ ଯଦି କରିପାରୁଛନ୍ତି ତା ହେଲେ ଆହୁରି ଭଲ । ଏହା ଦ୍ଵାରା ଆପଣ ସୁସ୍ଥ ରହିବା ସହ ମାନସିକ ବିଷାଦ ମଧ୍ୟ ଘଟିବ ନାହି।

how to  be sucess
a step towards  success

ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ

ନିଜକୁ ଅନ୍ୟ ସହ ତୁଳନା କରିବା ସବୁଠୁ ବଡ଼ ମୁର୍ଖାମୀ ।ଆପଣ ଆପଣଙ୍କୁ ହିଁ ଭଲ ଭାବେ ଚିହ୍ନିଛନ୍ତି । ଆପଣ କ’ଣ କରିପାରିବେ ତାହା ଆପଣଙ୍କ ଅପେକ୍ଷା ଅଧିକ କେହି ଜାଣି ନାହାନ୍ତି । ତେଣୁ ଅନ୍ୟ ସହ ତୁଳନା କରି ନିଜକୁ ଦୁର୍ବଳ କରନ୍ତୁ ନାହିଁ । ବରଂ ଆପଣଙ୍କ ମାନସିକ ଦକ୍ଷତା ବଢ଼ାଇବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ଲକ୍ଷ୍ୟପଥରେ ପହଂଚାଇବାରେ ସାହାର୍ଯ୍ୟ କରିବା।

ଭୁଲରୁ ଶିଖିବାକୁ ଚେଷ୍ଟା କରନ୍ତୁ

ନିଜ ଭୁଲରୁ ଶିଖନ୍ତୁ ଯେ ଦୋଷ କେଉଁଠି ରହିଛି ଓ ଏହାକୁ ସଠିକ ଭାବେ କାମରେ ପ୍ରୟୋଗ କରନ୍ତୁ ।ସେପରି ଭୁଲ ଯେମିତି କେବେ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

କର୍ମ କରିଚାଲନ୍ତୁ

କର୍ମ କରିଚାଳନ୍ତୁ କାରଣ କର୍ମବିନା ଫଳର ଆଶା କରିବା ବୃଥା। ଚେଷ୍ଟା ହିଁ ମନୁଷ୍ୟକୁ ସଫଳତା ଆଡକୁ ଟାଣିଥାଏ।

ପଢନ୍ତୁ: ପିଲାର ନାମ କରଣ କରିବାକୁ ଯାଉଛନ୍ତି କି!! ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

Related posts

ନିୟମିତ ଛତୁଆ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ ଜାଣନ୍ତୁ ?

ENO Beuro

ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅ ମାନେ ହୋଇଥାନ୍ତି ସମସ୍ତଙ୍କର କେନ୍ଦ୍ରବିନ୍ଦୁ ! ଜାଣନ୍ତୁ

ENO Beuro

ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ ସର୍ବତ ପିଅନ୍ତୁ

ENO Beuro

Leave a Comment