କିଡନି ଖରାପ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ଜାଣନ୍ତୁ ?

କିଡନି ରୋଗ ବିଷୟରେ ପୂର୍ବରୁ ଜାଣିବା କଷ୍ଟକର ହୋଇଥାଏ । ଅନେକ ସମୟରେ ଏହା ବିଷୟରେ ଜାଣିବା ବେଳକୁ ବିଳମ୍ବ ହୋଇ ସାରିଥାଏ । ଯେଉଁଥି ପାଇଁ ଏହାକୁ ‘ ସାଇଲେଣ୍ଟ ‘ କିଲର ବି କୁହାଯାଏ । ଅସନ୍ତୁଳିତ ଖାଦ୍ୟପେୟ କିମ୍ବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଅନେକ ସମୟରେ  କିଡନି ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଡନି ଖରାପ ହେବା ପୂର୍ବରୁ ଜାଣିବା କିପରି ?

କିଡନି ଖରାପ ହେବା ପୂର୍ବରୁ ସଙ୍କେତ :-

  • କିଡନି ଖରାପ ହେଲେ ବାରମ୍ବାର ପରିସ୍ରା ଲାଗିଥାଏ । ରାତିରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ।
  • ପରିସ୍ରା କରିବା ସମୟରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ । ଯନ୍ତ୍ରଣା ଯୋଗୁଁ ଭଲରେ ପରିସ୍ରା ହୋଇପାରେନି ।
  • ପରିସ୍ରାରେ ରକ୍ତ କିମ୍ବା ଫେଣ ଆସିବା ଏହାର ଆଉ ଏକ ଲକ୍ଷଣ । ଯଦି ଏପରି ହୋଇଥାଏ ତାହା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • କିଡନି ଖରାପ ହେଲେ ଶରୀରରେ ଜମିଥିବା ପାଣି ଓ ଲବଣ ନିଷ୍କସିତ ହୋଇ ପାରେନା । ଯେଉଁ କାରଣରୁ ପେଟ ଫୁଲି ଯାଏ । ଏହି ଅବସ୍ଥାକୁ ଇତିମା କୁହାଯାଏ ।
  •  କିଡନି ଖରାପ ହେଲେ ରକ୍ତରେ ଅମ୍ଳଜାନ ଯୋଗାଣ ଠିକ ଭାବରେ ହୋଇ ନ ଥାଏ । ଯେଉଁ କାରଣରୁ ରକ୍ତହୀନତା ଓ ଦୁର୍ବଳତା ଦେଖା ଯାଏ ।
  • କିଡନି ଖରାପ ହେଲେ ଶରୀରରେ ବିଷାକ୍ତ ବସ୍ତୁ ବାହାରକୁ ଆସିପାରେନି । ଏଥି ଯୋଗୁଁ ଚର୍ମ ସମସ୍ୟା ଦେଖା ଦେଇଥାଏ ।
  • ବୃତରେ ୟୁରିଆ ସ୍ତର ବଢି ପାଟିରୁ ଦୁର୍ଗନ୍ଧ ବାହାରି ଥାଏ ।
  • ଶରୀରରେ ପାଣି ଓ ଲବଣ ମାତ୍ରା ବଢିବା ଯୋଗୁଁ ରକ୍ତ ଚାପ ମଧ୍ୟ ବଢିଥାଏ ।
  • ତକ୍ସିଂସ ବାହାରକୁ ଆସି ନ ପାରି ମୁଣ୍ଡ ଘୂରାଏ ଓ ବାନ୍ତି ଲାଗିବା ପରି ଅନୁଭବ ହୁଏ ।
  • ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ରୋଗୀ ଦୁର୍ବଳ ଅନୁଭବ କରେ ।

ପଢନ୍ତୁ ;

ଆଇପିଏଲରୁ ବିଦା ହେଲେ ଷ୍ଟିଭ ସ୍ମିଥ : ଷ୍ଟିଭ ସ୍ମିଥଙ୍କ ସ୍ଥାନ ନେଲେ ଆଜିଙ୍କ୍ୟ ରାହାଣେ

କିଡନି ଖରାପ ହେଲେ ବାରମ୍ବାର ପରିସ୍ରା ଲାଗିଥାଏ - 90%

90%

ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ - 88%

88%
89%

Very Good!

କିଡନି ଖରାପ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ଜାଣନ୍ତୁ ?

କିଡନି ରୋଗ ବିଷୟରେ ପୂର୍ବରୁ ଜାଣିବା କଷ୍ଟକର ହୋଇଥାଏ । ଅନେକ ସମୟରେ ଏହା ବିଷୟରେ ଜାଣିବା ବେଳକୁ ବିଳମ୍ବ ହୋଇ ସାରିଥାଏ । ଯେଉଁଥି ପାଇଁ ଏହାକୁ ' ସାଇଲେଣ୍ଟ ' କିଲର ବି କୁହାଯାଏ । ଅସନ୍ତୁଳିତ ଖାଦ୍ୟପେୟ କିମ୍ବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଅନେକ ସମୟରେ  କିଡନି ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଡନି ଖରାପ ହେବା ପୂର୍ବରୁ ଜାଣିବା କିପରି ?

3/5 Votes: 1 user

You're not rated yet