News

ବିଦାୟ ପାରିକର: ତାଙ୍କ ଜୀବନର କିଛି ଅଜଣା କଥା

defence minister of india manohar parikar

ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତରେ ଆଜି ରାଷ୍ଟ୍ରୀୟ ଶୋକ, ସଂଧ୍ୟା ୫ଟାରେ ହେବ ଅନ୍ତିମ ସଂସ୍କାର

ଆଜି ଗୋଆରେ ପ୍ରତିରକ୍ଷା ମନ୍ତ୍ରୀ  ମନୋହର ପାରିକଙ୍କର ହେବ ଶେଷକୃତ୍ୟ। ପର୍ଯ୍ୟାୟକ୍ରମେ ପ୍ରଥମେ  ପାଣାଜୀ ସ୍ଥିତ ବିଜେପି କାର୍ଯ୍ୟାଳୟ, ସ୍ଥାନୀୟ କଳା ଏକାଡେମୀ, ସାଧାରଣ ଲୋକଙ୍କ ଶେଷଦର୍ଶନ ଓ ଶେଷରେ ପରିକରଙ୍କର ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର  କରାଯିବ। ତେବେ ପାରିକରଙ୍କ ବିୟୋଗରେ ଆଜି ରାଷ୍ଟ୍ରୀୟ ଶୋକ  ପାଳନ କରାଯାଉଛି । ଗୋଆରେ ଆଜି ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ ପ୍ରତିଷ୍ଠାନ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ ସବୁ ବନ୍ଦ ରହିଛି । ଗୋଆରେ ସମସ୍ତ କୋର୍ଟ ଆଜି ବନ୍ଦ ରହିଛି । ଏପଟେ ଆଜି ହେବାକୁ ଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବାତିଲ କରାଯାଇଛି ।

ଡିସେମ୍ବର ୧୩, ୧୯୫୫ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ପାରିକର। ମୁମ୍ବାଇ ଆଇଆଇଟିରୁ ମେଟାଲର୍ଜି ଇଞ୍ଜିନିୟରିଂ  ଶିକ୍ଷା ସାରି ଜଣେ ସାଧାରଣ ତେଜରାତି ଦୋକାନୀର ପୁଅ କେବେ ଉଚ୍ଚ ବେତନର ସମ୍ମାନଜନକ ଜାତୀୟସ୍ତରୀୟ ଚାକିରି ଛାଡ଼ିବା କଥା ଭୁଲରେ ବି ଚିନ୍ତା କରିବନି। ମାତ୍ର ପାରିକରଙ୍କ ଭଳି ଅସୀମ ଆତ୍ମବିଶ୍ବାସୀ ସ୍ଥାନୀୟ ସମ୍ବଳକୁ ପାଥେୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାଇଁ ନିଆରା ଉଦ୍ୟମ କରିଥିଲେ। ମୁଖ୍ୟମନ୍ତ୍ରିତ୍ବ  କାଳରେ ନିଜର ନିଷ୍ଠା ଓ ପରକାଷ୍ଠା ପାଇଁ ପାରିକର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେଣୁ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟର ନେତୃତ୍ବ ନେବାକୁ ଜଣେ ଦକ୍ଷ ବ୍ୟକ୍ତିତ୍ବଙ୍କୁ ଖୋଜୁଥିବା ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅନ୍ବେଷଣ ପାରିଙ୍କରଙ୍କ ଠାରେ ଆରମ୍ଭ ଓ ଶେଷ ହୋଇଥିଲା। ଗୋଆ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭଳି ଅତି ଗୁରୁତ୍ବପୂର୍ଣ୍ଣ ଆସନ ଅଳଙ୍କୃତ କରିଥିବା ପାରିକରଙ୍କ ବିରୋଧରେ କେହି ପ୍ରଶ୍ନ  ଉଠାଇ ପାରିନଥିଲେ।
ପଢନ୍ତୁ: ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

Related posts

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ENO Beuro

ଆଜି ପୁରୀରେ ଜଳିବ ଆଲୁଅ !

Ratnamani Moharana

ମହାନଦୀରେ ନିର୍ମାଣ ହେବ ଓଡିଶାର ଦୀର୍ଘତମ ସେତୁ

ENO Beuro

Leave a Comment