News

ପରଲୋକରେ ପୂର୍ବତନ ବାଚସ୍ପତି ସୋମନାଥ ଚାଟର୍ଜୀ

ସୋମନାଥ ଚାଟାର୍ଜୀଙ୍କ ପରଲୋକ । ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ୧୯୭୧ରୁ ୨୦୦୯ ପର୍ଯ୍ୟନ୍ତ ଏମ୍‌ପି ଥିଲେ। ୧୯୨୯ ଜୁଲାଇ ୨୫ରେ ଆସାମର ତେଜ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ।

କିଡନୀ ଜନିତ ସମସ୍ୟାରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସୋମନାଥ। ୮ତାରିଖରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କର ହାର୍ଟ ସମସ୍ୟା ମଧ୍ୟ ଦେଖାଦେଇଥିଲା । ମାତ୍ର ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି । ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଗମ୍ଭୀର ହୋଇଥିବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇସାରିଛି।

somnath ସୋମନାଥ ପରଲୋକରେ ପୂର୍ବତନ ବାଚସ୍ପତି ସୋମନାଥ ଚାଟର୍ଜୀ somnath

ସାଂସଦ ଭାବରେ ସେ ୧୦ ଥର ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ । ୧୯୬୮ ମସିହାରେ ସେ ସିପିଏମ୍‍ରେ ଯୋଗ ଦେଇଥିଲେ । ୨୦୦୮ ପର୍ଯ୍ୟନ୍ତ ସେ ଦଳର ନେତା ଥିଲେ । ଜଣେ କମ୍ୟୁନିଷ୍ଟ ନେତା ଭାବେ ଦେଶ ବିଦେଶରେ ତାଙ୍କର ଖୁବ ସୁନାମ ରହିଛି । ତାଙ୍କର ମୃତ୍ୟୁ ଖବର ସାରା ଭାରତରେ ଶୋକର ପରିବେଶ ସୃଷ୍ଟି ହୋଇଛି।

 

ପଢନ୍ତୁ;ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ସ୍ଥାନରେ ଟଙ୍କା ରଖିବା ଭଲ ଜାଣନ୍ତୁ?

Related posts

ଦିଲ୍ଲୀ ଅଶୋକ ବିହାରରେ ଭୁଷୁଡ଼ିଲା ୩ ମହଲା କୋଠା,୨ ପିଲା ମୃତ

ENO Beuro

ଚର୍ଚ୍ଚାରେ କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ : ଯେଉଁ ବର୍ଷ କଲେ ପ୍ରଥମ ବିବାହ ସେହି ବର୍ଷ ଜନ୍ମ ହୋଇଥିଲେ ଦ୍ୱିତୀୟ ପତ୍ନୀ

ENO Beuro

“ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More