• Home
  • POLITICALS
  • ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ
POLITICALS

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଜେଡିରେ ମିଶିଲେ

ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି । ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ସୈାମ୍ୟରଂଜନ । ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସୌମ୍ୟ ପଟ୍ଟନାୟକ ବିଜେଡିରେ ଯୋଗ ଦେବା ଦ୍ୱାରା ବିଜେଡି ଅଧିକ ସମୃଦ୍ଧ ହେବ ।

ବିଜେଡିରେ ଯୋଗ ଦେବା ପରେ ସେ କହିଛନ୍ତି କି  କୈଣସି ସର୍ତ୍ତ ରଖି ସେ  ବିଜେଡିରେ ଯୋଗ ଦେଇ ନାହାନ୍ତି । ଗୋଟିଏ ବିଚାର ସପକ୍ଷରେ, ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ଅଧିକ ସୁରକ୍ଷିତ କରିବାକୁ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ।

ବିଜେଡିରେ ସାମିଲ ହେବା ପରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୩ ବର୍ଷ ତଳେ ସେ ଭୁବନେଶ୍ୱର ବିଧାନସଭା ଆସନ ପାଇଁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପରେ ବିଜୁ ବାବୁ ତାଙ୍କ ସହିତ କାମ କରିବା ପାଇଁ ତାଙ୍କୁ ଡାକିଥିଲେ ।୨୩ ବର୍ଷ ପରେ ବିଜୁବାବୁଙ୍କ ନାମରେ ନାମିତ ଦଳରେ ସେ ସାମିଲ ହୋଇଛନ୍ତି ।

ବର୍ତ୍ତମାନ ଦେଶ ଓ ରାଜ୍ୟର ରାଜନୈତିକ ସ୍ଥିତି ଯାହା, ସେଥିରେ ରାଜ୍ୟର ସ୍ୱାର୍ଥ , ସ୍ୱାଭିମାନ ଓ ବିକାଶ ପାଇଁ ସେ ଚାହାନ୍ତିି । ତେଣୁ ଗୋଟିଏ ବିଚାର ସପକ୍ଷରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଏ ନେଇ କୌଣସି ସର୍ତ୍ତ ସେ ରଖି ନାହାନ୍ତିି । ବର୍ତ୍ତମାନ ଅବସ୍ଥାରେ ବ୍ୟକ୍ତି, ଦଳ ବଡ଼ ନୁହେଁ, ବରଂ ପ୍ରସଙ୍ଗ ଗୁରୁତ୍ୱ ବହନ କରୁଛି ।

ତେଣୁ ଆଗାମୀ ଦିନରେ ସେ ଚାଷୀ  ଓ ଜମାକାରୀଙ୍କ ସ୍ୱାର୍ଥ ଲାଗି ତାଙ୍କ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ବିଜେଡିରେ ସାମିଲ ହେବା ବେଳେ ନବୀନ ନିବାସରେ ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ସମୀର ଦାସ, ପ୍ରତାପ ଜେନା, ଉଷା ଦେବୀ, ସ୍ନେହାଙ୍ଗୀନି ଛୁରିଆ, ବେଦପ୍ରକାଶ ଅଗ୍ରଓ୍ଵାଲ ପ୍ରମୁଖ ବହୁ ବରିଷ୍ଠ ନେତା ଉପସ୍ଥିତ ।

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ cm and somyaranjan 1

ପଢନ୍ତୁ ;

ଖରାଦିନେ ମେକଅପକୁ ନେଇ ସମସ୍ୟାରେ ପଡ଼ୁଛନ୍ତି କି ? ତେବେ ଜାଣନ୍ତୁ ଖରାଦିନେ ମେକଅପ କିପରି ନେବେ

 

Related posts

ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିପ୍ରସାଦ ବନାମ ହରିବଂଶ

Krishna Kumar Manoj

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

Krishna Kumar Manoj

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More