EnewsOdia.Com

ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ ମଶାଣିରେ କାର ଜାଳିଦେଲା ପୁଅ

ଅତି ଆପଣାର କେହି ଜଣେ ପ୍ରାଣତ୍ୟାଗ କଲେ ଦୁଃଖରେ ଆମେ ଭାଂଗିପଡ଼ୁ । ତାଙ୍କ ସ୍ମୃତି ଚାରଣ କରୁ । ସେ କିପରି ଥିଲେ, କ’ଣ କରୁଥିଲେ, କ’ଣ ଭଲ ପାଉଥିଲେ ତାର ତର୍ଜମା କରୁ । କିଛିଲୋକ ମୃତକଙ୍କ ପସନ୍ଦର ଜିନିଷ ନେଇ ଶ୍ମଶାନରେ ରଖିଦେଇ ଆସୁଥିବା ମଧ୍ୟ ଶୁଣିବାକୁ ମିଳିଥାଏ । ତେବେ ଏଯାଏଁ ମୃତ ବାପାଙ୍କ ପାଇଁ କାର ପଠାଇଥିବା କଥା ଶୁଣାଯାଇନାହିଁ ।

ମାତ୍ର ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ । ବାପା କେଶବ ଚନ୍ଦ୍ର ରାଉତଙ୍କ ମୃତ୍ୟୁରେ ଦୁଃଖିତ ପୁଅ ସ୍ୱର୍ଗୀୟ ପିତାଙ୍କ ଯାତାୟାତ ପାଇଁ କାର ପଠାଇବାକୁ ମନସ୍ଥ କରିଥିଲା । ଦୁର୍ଘଟଣା ବାପା କେଶବ ଚନ୍ଦ୍ର ଗୁରୁତର ଆହତ ହୋଇଥିଲେ, ମେଡିକାଲରେ ଦୀର୍ଘ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏଥିରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିବା ପୁଅ ନିରଞ୍ଜନ ରାଉତ ବାପାଙ୍କ ଏଟିଅସ କ୍ରସ କାରକୁ ମଶାଣିକୁ ନେଇ ସେଥିରେ ନିଆଁ ଲଗାଇଦେଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।

ପଢନ୍ତୁ: ରାତି ପାହିଲେ ପବିତ୍ର ରାସ ପୂର୍ଣ୍ଣିମା, କ’ଣ ଏହାର ମାହାତ୍ମ୍ୟ ?

ସମ୍ବନ୍ଧିତ ଖବର

ସିଏବି ବିରୋଧରେ ଜଳୁଛି ଆସାମ, ତ୍ରିପୁରା

Ratnamani Maharana

ରଥଯାତ୍ରା ବନ୍ଦ ହେଲେ ଏହା ହାନିକାରକ ନୁହେଁ: ମୁକ୍ତିମଣ୍ଡପ

admin

ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପଝିପ୍ ବର୍ଷା

Ratnamani Maharana

ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ

Ratnamani Maharana

ପକ୍ଷୀ ପ୍ରେମରେ ଛାଡିଦେଲେ ଇଂଜିନିୟରିଙ୍ଗ ଚାକିରି

Ratnamani Maharana

କମିପାରେ ସୁନା ଦର

Ratnamani Maharana