Celebs News

ସଲମାନ୍‌ଙ୍କୁ ‘ବିଷାକ୍ତ ପୁରୁଷ’ କହି ଚର୍ଚ୍ଚାରେ ସୋନା ମହାପାତ୍ର

C

ବଲିଉଡ୍‌ ଟାଇଗର ସଲମାନ୍‌ଙ୍କର ବଲିଉଡରେ ଖାତିରି ବେଶ୍‌ ଅଧିକ। ବଡ଼ ବଡ଼ ପ୍ରଯୋଜକଙ୍କଠୁ ନେଇ ନିର୍ଦ୍ଦେଶକ ସମସ୍ତଙ୍କୁ ନିଜ ହାତ ମୁଠାରେ ରଖିଛନ୍ତି ସଲମାନ୍। ଏମିତିରେ ସମସ୍ତଙ୍କୁ ନିଜ ଇସାରାରେ ନଚାଉଛନ୍ତି କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ। ତା’ ଛଡ଼ା ସଲମାନ୍‌ଙ୍କ ରାଗକୁ କିଏ ବା ନ ଜାଣେ। ସେଇଥିପା‌ଇଁ ତ ଇଣ୍ଡଷ୍ଟ୍ରିର କେହି ବି ତାଙ୍କ ସହ ପଙ୍ଗା ନେବାକୁ ଚାହାଁନ୍ତି ନାହିଁ। ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଗାୟିକା ସୋନା ମହାପାତ୍ର   ପୁଣି ଥରେ ବିବାଦ ଘେରକୁ ଚାଲିଆସିଛନ୍ତି।

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଟ୍ୱିଟରରେ ସୋନାଙ୍କ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ ପ୍ରିୟଙ୍କା   ନିଜ ବାହାଘର ପାଇଁ ଅଧାରୁ ଛାଡିଥିବା କଥା ସଲମାନଙ୍କୁ ପସନ୍ଦ ଆସିଲା ନାହିଁ।ପ୍ରିୟଙ୍କାଙ୍କୁ ସମର୍ଥନ କରି ସୋନା ଏକ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ରେ ସୋନା ସଲମାନଙ୍କୁ ସୋସିଆଲ୍ ମିଡିଆରେ ବିଷାକ୍ତ ପୌରଷତ୍ୱର ପରାମର୍ଶଦାତା ବୋଲି କହିଛନ୍ତି। ସୋନା ଲେଖିଛନ୍ତି, ପ୍ରିୟଙ୍କାଙ୍କୁ ଜୀବନରେ ଅନେକ କିଛି କାମ କରିବାର ଅଛି। ଯେଉଁଥିରେ ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସହ ଜୀବନ ବିତାଇବା ମଧ୍ୟ ସାମିଲ ରହିଛି।ତେବେ ସୋନାଙ୍କ ଏଭଳି ତାତ୍ସଲ୍ୟଭରା କମେଣ୍ଟଙ୍କୁ ସଲମାନ କିଭଳି ନେଉଛନ୍ତି ଓ କ’ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଲା। ଏଥିସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ସୋନାଙ୍କର ସମର୍ଥନ ପସନ୍ଦ ଆସୁଛି ନା ସେ ଓଲଟା ସୋନାଙ୍କୁ ଟାର୍ଗେଟ କରିଛନ୍ତି ତାହା ଦେଖିବା ବେଶ୍‌ ମଜାଦାର ହେବ।
ପଢନ୍ତୁ: ନବୀନଙ୍କ ପୁତୁରା ରାଜନୀତିକୁ ଆସିବା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଲେ ନବୀନ

Related posts

Ajay Padhi – Successful Ollywood Director Biography & Career Journey

ENO Beuro

ଓଡିଆ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ ଙ୍କ ପାଇଁ ବଡ ସୁଯୋଗ, ବଲିଉଡରେ ମିଳିଲା ବ୍ରେକ

ENO Beuro

New Comer Supriya In “Love Pain Kuchh Bhi Karega”

Jitendra

Leave a Comment