Entertainment

ସୁସ୍ଥ ହୋଇ ମୁମ୍ବାଇ ପହଞ୍ଚିଲେ ସୋନାଲି ବେନ୍ଦ୍ରେ

sonali

ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେକୁ ମିଳିଲା ନୂଆ ଜୀବନ । କ୍ୟାନସର ସହ ଦୀର୍ଘଦିନର ସଂଘର୍ଷ ପରେ ବାଜି ମାରିଛନ୍ତି ସୋନାଲି । ସୁସ୍ଥ ହୋଇ ନ୍ୟୁୟର୍କରୁ ଫେରିଲେ ଅଭିନେତ୍ରୀ ସୋନାଲି ବିନ୍ଦ୍ରେ । ଚିକିତ୍ସା ତ ସରିଯାଇଛି କିନ୍ତୁ ଏବେବି ଭୟ ତାଜା ଅଛି । ରେଗୁଲାର ଚେକ-ଅପ ପାଇଁ ସୋନାଲି ନ୍ୟୁୟର୍କ ଯିବେ ବୋଲି କହିଛନ୍ତି ପତି ଗୋଲ୍ଡି ବେହଲ ।

sonali

ସୋନାଲି ବେନ୍ଦ୍ରେ ଯେତେବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ,ସେତେବେଳେ ତାଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ। ସୋନାଲି ମିଡ଼ିଆକୁ ଦେଖି ଭାବପ୍ରବଣ ହୋଇଥିଲେ। ସେ ଲଗାତର ଭାବେ ହାତ ଯୋଡି ଧନ୍ୟବାଦ ଜଣାଉଥିଲେ। ସେ ଆହୁରି ମଧ୍ୟ କହିଥିଲେ ‘ଧନ୍ୟବାଦ, ମୋତେ ମୋର ଫ୍ୟାନ୍‌ମାନେ ଏତେ ଭଲପାଇବା ଦେଇଛନ୍ତି ଯେ ସେମାନଙ୍କୁ କେବଳ ଧନ୍ୟବାଦ କହି ତାହାର ଭରଣା କରିପାରିବିନି।’

ସୂଚନାଯୋଗ୍ୟ,ଚିକିତ୍ସା ସମୟରେ ନିର୍ଭୀକ ଭାବେ ମୁକାବିଲା କରୁଥିଲେ ସୋନାଲି । କ୍ୟାନ୍ସର ଭଳି ରୋଗ ସହ ଲଝୁଥିବା ବେଳେ ରୀତିମତ ସେ ନିଜର ସକାରତ୍ମକ ଭାବନା ସହ ପୋଷ୍ଟ ସେୟାର କରୁଥିଲେ ତାହା ମଧ୍ୟ ସାହସର କଥା । କେମୋଥେରାପି ସମୟରେ ତାଙ୍କ ଦୃଷ୍ଟିଶକ୍ତିରେ ପ୍ରଭାବ ପକାଇଥିଲା । ଫଳରେ ସେ କିଛି ଠିକ ରୂପେ ପଢିପାରୁ ନଥିବା କଥା ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ପଢନ୍ତୁ;  ଡଟ୍ ଫେଷ୍ଟ: ଆଜି ସୋନା ମହାପାତ୍ରଙ୍କ ଲାଇଭ ଶୋ’

Related posts

କପିଲ ଶର୍ମାଙ୍କ ନୂଆ ସୋ’ରେ ନଜର ଆସିପାରନ୍ତି ସୁନୀଲ

ENO Beuro

Odisha Girl Padmalaya Nanda To Represent India As Little Miss World Finalist -2017

ENO Beuro

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଦୀପିକା-ରଣବୀର , କେବେ ବିଭାହ କରିବେ ଜାଣନ୍ତୁ ?

ENO Beuro

Leave a Comment