Entertainment

କମୁଛି ବଲିଉଡ ଅଭିନେତ୍ରୀ ସୋନାଲିଙ୍କ ଦୃଷ୍ଟିଶକ୍ତି

sonali

ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନ୍ୟୁୟର୍କରେ କ୍ୟାନସରର ଚିକିତ୍ସା କରାଉଛନ୍ତି । ସୋନାଲୀ ଧର୍ଯ୍ୟର ସହ ଏହି ରୋଗକୁ ମାତ୍ ଦେବାରେ ଲାଗିପଡିଛନ୍ତି । ହାଇଗ୍ରେଡ୍‌ କ୍ୟାନସରରେ ପୀଡିତ ସୋନାଲି କିନ୍ତୁ ସବୁବେଳେ ସୋସିଆଲ ମିଡିଆରେ ରହୁଛନ୍ତି ଆକ୍ଟିଭ। କିଛିଦିନ ବ୍ୟବଧାନରେ ସେ ତାଙ୍କର ଫଟୋ ସହ କିଛି ବାର୍ତ୍ତା ମଧ୍ୟ ଶେୟାର କରୁଛନ୍ତି। ଆଉ ଏହାକୁ ନେଇ ତାଙ୍କ ପ୍ରଶଂସକ ମଧ୍ୟ ଅପେକ୍ଷା କରି ରହୁଛନ୍ତି ଆସନ୍ତା ବାର୍ତ୍ତାକୁ।

sonali

ନିକଟରେ ସୋନାଲି କହିଛନ୍ତି କେମୋଥେରାପି ଯୋଗୁ ତାଙ୍କ ଦୃଷ୍ଟିଶକ୍ତି ସମାନ୍ୟ କମିଥିବା ସେ ଲକ୍ଷ୍ୟ କରିଛନ୍ତି। କାରଣ ପଢାପଢିରେ ରୁଚି ରଖୁଥିବା ସୋନାଲି ଗତ ସପ୍ତାହରେ ତାଙ୍କର ପଢିବାରେ ସାମାନ୍ୟ ଅସୁବିଧା ହୋଇଥିବା କହିଥିଲେ।

ହେଲେ ଏବେ ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଏହା ଆଗାମୀ ବହିର ଘୋଷଣା କରିବାର ବେଳ । ପୂର୍ବଥର ବହି ପଢିବାରେ ତାଙ୍କୁ ଅସୁବିଧା ହୋଇଥିଲା । କାହିଁକି ନା କେମୋ ଥେରାପି ଯୋଗୁଁ ତାଙ୍କୁ ଭଲ ଦେଖାଯାଉନଥିଲା । ସେ ପଢି ପାରୁନଥିଲେ । ମାତ୍ର ଏବେ ସବୁ ଠିକ୍ ଅଛି ବୋଲି ସେ ଲେଖିଛନ୍ତି । ଆଗାମୀ ପୁସ୍ତକ ନ୍ୟୁୟର୍କରେ ପଢିବାକୁ ସକ୍ଷମ ବୋଲି ସେ ଲେଖିଛନ୍ତି । ସେ ଯେଉଁ ବହି ବଢିବାକୁ ଯାଉଛନ୍ତି ତାହା ହେଉଛି ହାନ୍ୟା ୟାନାଗିହାରାଙ୍କ ‘ଏ ଲିଟିଲ ଲାଇଫ୍’ । ଏହି ବହି ବିଭିନ୍ନ ସାହିତ୍ୟିକ ଆଓ୍ବାର୍ଡ ପାଇଁ ନୋମିନେଟ ହୋଇସାରିଛି । ଏହହ ବନ୍ଧୁତ୍ବ ଏବଂ ମହତାକାଂକ୍ଷାର କାହାଣୀ ।

ପଢନ୍ତୁ; ଆଜି ଖୋଲିବ ସବରିମାଳା ମନ୍ଦିର ,ସୁରକ୍ଷା ବ୍ୟବସ୍ଥା କଡାକଡି

Related posts

ବଲିଉଡ୍‌ ସୁପରଷ୍ଟାର “ଅମିର ଖାଁ” ହେଲେ ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ନୂଆ ବ୍ରାଣ୍ଡ୍‌ ଆମ୍ବାସଡ଼ର୍‌!

ENO Beuro

ନିକ୍‍ଙ୍କ ସହ ନିର୍ବନ୍ଧ କଲେ ପ୍ରିୟଙ୍କା,ଅକ୍ଟୋବରରେ ହୋଇପାରେ ବିବାହ!

ENO Beuro

ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ବିଦ୍ୟା ବାଲାନ୍‌

ENO Beuro

Leave a Comment