Celebs News

ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କର୍କଟ ରୋଗରେ ଆକ୍ରାନ୍ତ

By Krishna Kumar Manoj

July 04, 2018

ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ହୋଇଛି କ୍ୟାନସର ରୋଗ। ଏ ସମ୍ପର୍କରେ ସେ ନିଜେ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ସୂଚନା ଦେବା ସହ ନିରାମୟ ପାଇଁ ସେ ଲଢେଇ ଜାରି ରଖିବେ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କୁ ହାଇ ଗ୍ରେଡ଼ର କର୍କଟ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଦୀର୍ଘ ଦିନ ଧରି ଶରୀରର ପୀଡ଼ାର ଉପସର୍ଗ ଖୋଜିବାକୁ ଯାଇ କର୍କଟ ରୋଗ ଚିହ୍ନଟ ହୋଇଥିଲା। ରୋଗର ଉପଶମ ପାଇଁ ସୋନାଲି ଏବେ ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି।

ବହୁ ବର୍ଷ ହେଲାଣି ସୋନାଲି ବଲିଉଡ୍‌ରୁ ଦୂରେଇ ରହିଛନ୍ତି। ରିୟଲିଟି ଶୋରେ ତାଙ୍କୁ ଦେଖିବାକୁ ମିଳୁଥିଲା। ୧୯୯୪ରେ ‘ଆଗ୍’ ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ପାଦ ରଖିଥିଲେ। ସେ ପ୍ରାୟ ସବୁ ବଡ଼ ଷ୍ଟାରଙ୍କ ସହ କାମ କରିଛନ୍ତି। ‘ହମ୍ ସାଥ୍ ସାଥ୍ ହୈ’ ଓ ‘ସରଫୋରସ୍’ ଭଳି ଫିଲ୍ମରେ ସେ କାମ କରିଛନ୍ତି। ଶାହାରୁଖଙ୍କ ଫିଲ୍ମ ‘କଲ ହୋ ନା ହୋ’ରେ ମଧ୍ୟ ଅଭିନୟ କରିଥିଲେ। ସେ ପ୍ରାୟ ୫୦ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି। ହିନ୍ଦୀ ବ୍ୟତୀତ ସେ ତାମିଲ, ତେଲଗୁ, ମରାଠୀ ଓ କନ୍ନଡ଼ ଫିଲ୍ମରେ ବି କାମ କରିଛନ୍ତି।

୧୯୭୫ ମସିହା ଜାନୁଆରୀ ୧ ତାରିଖରେ ସେ ମୁମ୍ବାଇରେ ଜନ୍ମ ହୋଇଥିଲେ।

ପଢନ୍ତୁ;ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଅପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା!