Entertainment

ବଧୂବେଶରେ ସୋନମଙ୍କ ପ୍ରଥମ ଲୁକ୍ !

ହାତରେ ଚୁଡି ଏବଂ ଗହଣାରେ ଭରା ସୋନମଙ୍କ ବିବାହର ପ୍ରଥମ ଲୁକ

ସୋନମ କପୁର ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।  ବେଦୀରେ ବସିବାକୁ  ଯାଉଛନ୍ତି ବଲିଉଡର ସୁନ୍ଦରୀ ସୋନମ । ଦୀର୍ଘଦିନର ପ୍ରତିକ୍ଷା ପରେ ଆଜି ସୋନମ  ନିଜ ବୟପ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରୁଛନ୍ତି । ବିବାହରେ ସୋନମ ନାଲି ରଙ୍ଗର ଲେହେଙ୍ଗା ସହ ଓଜନଦାର ଗହଣା ପିନ୍ଧିଥିବା ନଜର ଆସିଛନ୍ତି । ନାଲି ରଙ୍ଗର ଲେହେଙ୍ଗାରେ ସୋନମ ଖୁବ୍ ସୁନ୍ଦର ଦିଶୁଛନ୍ତି ।

ବିବାହର ପ୍ରଥମ ଫଟୋରେ ସୋନମ ନାଲି ରଂଗର ପୋଷାକରେ ନଜର ଆସିଛନ୍ତି । ହାତରେ ଚୁଡି ଏବଂ ଗହଣାରେ ଭରା ସୋନମ ଖୁବ ସୁନ୍ଦର ଦିଶୁଛନ୍ତି । ସୋନମଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଡିଜାଇନର ଅନୁରାଧା ବକିନ ଏହି ଲେହେଙ୍ଗାକୁ ଡିଜାଇନ କରିଛନ୍ତି । ନିଜ ଫ୍ୟାନ୍ସ ମାନଙ୍କ ପାଇଁ ସୋନମ ବଧୂବେଶର ଏକ ଫଟୋ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି ।

ସୋନମଙ୍କ ବିବାହ ଉତ୍ସବ​‌ରେ ବଲିଉଡର ବହୁ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଛି । ଶ୍ରୀଦେବୀଙ୍କ ଦୁଇ ଝିଅ ଜହ୍ନବୀ ଓ ଖୁସି ସହ ବୋନି କାପୁର ଏବଂ ପୁଅ ଅର୍ଜୁନ କାପୁର ମଧ୍ୟ ପହଞ୍ଚିଛନ୍ତି । ଜ୍ୟାକଲିନ୍ ଓ ସ୍ବରା ଭାସ୍କର ମଧ୍ୟ ସୋନମଙ୍କ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି । ଭେନ୍ୟୁରେ ସୁପରଷ୍ଟାର ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଶ୍ୱେତା ବଚ୍ଚନ, ସ୍ୱରା ଭାସ୍କର ଏବଂ କରଣ ଜୋହର ପହଂଚିଛନ୍ତି ।

କପୁର ପରିବାର ଏହି ବିବାହ ଉତ୍ସବରେ ସୌଫ ଅଲ୍ଲୀ, ତୈମୁର ଓ ଭଉଣୀ କରିସ୍ମାଙ୍କ ସହ କରୀନ ପହଞ୍ଚିଛନ୍ତି । ଏହି ଉତ୍ସବରେ ବିଗ୍ ବି ଅମିତାଭ ବଚ୍ଚନ ଯୋଗ ଦେଇଛନ୍ତି ।

ପଢନ୍ତୁ ;

ଜାଣନ୍ତୁ ସଙ୍ଗୀତ ନିର୍ଦେଶକ ସୁନୀଲ ମହାନ୍ତିଙ୍କ ଜୀବନୀ କଥା

Related posts

‘ବେଓ୍ଵଫା ବ୍ୟୁଟି’ ଆଇଟମ୍‌ ନମ୍ବର ଗୀତରେ ନଜର ଆସିବେ ଏହି ହେରୋଇନ 

ENO Beuro

ସ୍ୱର୍ଗତ ଶ୍ରୀଦେବୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର

ENO Beuro

ନୀରବ ମୋଦିଙ୍କ ସହ ହୋଇଥିବା ସବୁ ଚୁକ୍ତିରୁ ଓହରିଲେ “ପ୍ରିୟଙ୍କା”

ENO Beuro

1 comment

Leave a Comment