ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ସୋନାମ କପୁର !

ଆନନ୍ଦ ଆହୁଜାଙ୍କ ସହ ନୂଆ ଜୀବନ ଆରମ୍ଭ କରିବେ ସୋନାମ କପୁର

ବଲିଉଡ ଅଭିନେତ୍ରୀ ସୋନମ୍ କପୁରଙ୍କ ଆଜି ବାହାଘର । ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୁରା କପୁର୍ ଫ୍ୟାମିଲି ଚଳ ଚଞ୍ଚଳ ହୋଇ ଉଠିଛି । ସୋନମ୍‌ଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି ।  ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି ।

ରବିବାର ମେହେନ୍ଦି ପରେ ସୋମବାର ସରିଛି ସଙ୍ଗୀତ୍‌ । ସୋନମ୍‌ଙ୍କ ମୁମ୍ବାଇ ବାସଭବନରେ ଗତ ଦୁଇ ଦିନ ଧରି ସମ୍ପକୀୟ ଏବଂ ବଲିଉଡ ଷ୍ଟାରଙ୍କ ଭିଡ ଜମିଲାଣି । ମଙ୍ଗଳବାର ସୋନମ ବିଜ୍‌ନେସମ୍ୟାନ୍‌ ଆନନ୍ଦ ଆହୁଜାଙ୍କ ସହ ଆରମ୍ଭ କରିବେ ନୂଆ ଜୀବନ ।

ମିଳିଥିବା ସୂଚନା ମୁତାବକ ପାରମ୍ପରିକ ଶିଖ୍ ରୀତି ନୀତିରେ ଉଭୟ ବିବାହ କରିବେ । କପୁରଙ୍କ ବାଦ୍ରା ସ୍ଥିତ ରକ୍‌ଡାଲେ ଆପାଟ୍‌ମେଣ୍ଟରେ ଏହି ବିବାହ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ।  ସନ୍ଧ୍ୟାରେ ଏକ ପଞ୍ଚ ତାରକା ହୋଟେଲରେ ଗ୍ରାଣ୍ଟ ପାର୍ଟିର ଆୟୋଜନ ହୋଇଛି । ଯେଉଁଠି ବଲିଉଡ୍ ସମେତ ରାଜନୈତିକ ଜଗତର ବହୁ ନାମି ଦାମୀ ଚେହେରା ନଜର ଆସିବେ ।

ପଢନ୍ତୁ ;

କୃଷ୍ଣସାର ମୃଗ ଶିକାର ମାମଲା : ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି

ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍ - 92%

92%

ମିଳିଥିବା ସୂଚନା ମୁତାବକ ପାରମ୍ପରିକ ଶିଖ୍ ରୀତି ନୀତିରେ ଉଭୟ ବିବାହ କରିବେ - 90%

90%
91%

Excellent!

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ସୋନାମ କପୁର !

ବଲିଉଡ ଅଭିନେତ୍ରୀ ସୋନମ୍ କପୁରଙ୍କ ଆଜି ବାହାଘର । ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୁରା କପୁର୍ ଫ୍ୟାମିଲି ଚଳ ଚଞ୍ଚଳ ହୋଇ ଉଠିଛି । ସୋନମ୍‌ଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି ।  ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି । 

No Votes Yet

You're not rated yet