News

ତାତିଲାଣି ପଶ୍ଚିମ ଓଡ଼ିଶା ! ଟିଟିଲାଗଡ଼ ଓ ସୋନପୁରରେ ତାତି ଛୁଇଁଲା ୩୫ଂ

ଏଥର ପୂର୍ବାନୁମାନ ଜଣାପଡିଛି ଯେ ,ଏଥର ତାପମାତ୍ରା ଭୟଙ୍କର ବଢ଼ିବ ।ଫେବୃଆରୀ ପ୍ରଥମ ସପ୍ତାହ ଶେଷ ହୋଇ ନ ଥିବା ବେଳେ ରାଜ୍ୟର ପ୍ରାୟତଃ ଅଧିକ ସହରରେ ତାପମାତ୍ରା ୩୦ ଡିଗ୍ରୀ ଟପି ସାରିଛି । ସୋନପୁର ଓ ଟିଟିଲାଗଡ଼ରେ ସୋମବାର ପାରା ୩୫ ଡିଗ୍ରୀରେ ପହଞ୍ଚିଛି । ଭାରତୀୟ ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ସୋନପୁରରେ ତାପମାତ୍ରା ୩୫.୨ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ପାରା ପହଞ୍ଚିଛି ୩୫ଡିଗ୍ରୀ ।

କଟକ, ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ଗତକାଲି ୩୩ ଡିଗ୍ରି ଉପରେ ରହିଥିଲା।

ମୋଟ ୧୧ଟି ସହରର ତାପମାତ୍ରା ୩୩ ଡିଗ୍ରି ଉପରେ ଥିବା ବେଳେ ୫ଟି ସହରରେ ୩୪ ଡିଗ୍ରି ଟପିଛି। ଦିନର ତାପମାତ୍ରା ବଢ଼ୁଥିବାରୁ ଆଗକୁ ତାତି ଅସହ୍ୟ ହେବାର ଆଶଙ୍କା ମଧ୍ୟ ପ୍ରକାଶ କରାଯାଇଛି। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ରାତି ସମୟର ତାପମାତ୍ରା ବି ବଢ଼ୁଥିବା ଲକ୍ଷ୍ୟ ରଖାଯାଇଛି। ପାରାଦ୍ୱୀପ, ପୁରୀ ସହରର ସର୍ବନିମ୍ନ ତାପମାତ୍ରା ଇତି ମଧ୍ୟରେ ୨୦ ଡିଗ୍ରି ଉପରକୁ ଚାଲିଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ଆକଳନ କହୁଛି ଯେ , ଏଥର ଶୀଘ୍ର ଗ୍ରୀଷ୍ମ ପ୍ରବାହ ହୋଇଛି। ଝାଞ୍ଜି ପବନ ସହ ସୂର୍ଯ୍ୟଙ୍କ ପ୍ରକୋପ ଯୋଗୁଁ ତାତି ବଢ଼ୁଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ଗୋଟିଏ ଦୁଇ ଡିଗ୍ରି ଏପାଖ ସେପାଖ ରହିବ। ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରି ଝୁଇଁବାର ସମ୍ଭାବନା ରହିଛି। ଆଗଭଳି ରାତିରେ ଆଉ ସେତେଟା ଥଣ୍ଡା ଅନୁଭୂତ ହେବନାହିଁ । ଉପକୂଳ ଓଡ଼ିଶାରେ କିନ୍ତୁ କୁହୁଡ଼ିର ପ୍ର୍ରକୋପ ବଢ଼ିବ। ୨୦୦ ମିଟର ପରେ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ। ଭୋର ସମୟରେ ହିଁ କୁହୁଡ଼ି ବଢ଼ିବ। ୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ।

ଆକଳନରୁ ଜଣାପଡିଛି ଯେ ,ଗତ ୨୪ ଘଣ୍ଟାରେ ଟିଟିଲାଗଡ଼, ସୋନପୁର ବ୍ୟତୀତ ବଲାଙ୍ଗିରରେ ୩୪.୨ ଡିଗ୍ରି ରେକର୍ଡ କରାଯାଇ ଥିବାବେଳେ ଅନୁଗୁଳରେ ୩୪.୧, ମାଲକାନଗିରିରେ ୩୪, ସମ୍ବଲପୁରରେ ୩୩.୭, କଟକ ଓ ତାଳଚେରରେ ୩୩.୬, ଭୁବନେଶ୍ୱରରେ ୩୩.୫, ଝାରସୁଗୁଡ଼ା ଓ ହୀରାକୁଦରେ ସର୍ବୋଚ୍ଚ ତାପମାତ୍ରା ୩୩.୩ ଡିଗ୍ରି ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ଓ ସୁନ୍ଦରଗଡ଼ରେ ୯ ଡିଗ୍ର୍ରି ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପଢନ୍ତୁ ;

ଅବଦୁଲ କାଲାମ ଦ୍ୱୀପରୁ ସ୍ୱଳ୍ପଦୂରଗାମୀ ବାଲାଷ୍ଟିକ ମିଶାଇଲ ଅଗ୍ନୀ-୧ର ସଫଳ ପରୀକ୍ଷଣ

Related posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୀରୁ ପାର୍ଥୀ ହେଇପାରନ୍ତି: ଅରୁଣ ସିଂ

Ratnamani Moharana

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

ENO Beuro

ଜେଲ ଗଲେ ଅଭିନେତା ରାଜପାଲ ଯାଦବ

ENO Beuro

2 comments

Leave a Comment