News

ନବୀନଙ୍କୁ ଏନଡିଏ ବିରୋଧୀ ବୈଠକରେ ନିମନ୍ତ୍ରଣ କଲେ ସୋନିଆ ଗାନ୍ଧି

Nn

ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ ୨୩ରେ  ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ କେନ୍ଦ୍ରରେ ଅଣବିଜେପି ସରକାର ଗଠନ ଲାଗି ଦିଲ୍ଲୀରେ ଜୋରସୋର କସରତ ଚାଲିଛି ।  ଏଥିପାଇଁ ସମସ୍ତ ୟୁପିଏ ସମର୍ଥିତ ଓ ଏନଡିଏ ବିରୋଧୀ ଦଳଗୁଡିକୁ ନିମନ୍ତ୍ରଣ ଦେଲାଣି କଂଗ୍ରେସ  । ଆଉ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଟାଇବା ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି  ବିରୋଧୀଙ୍କୁ ଏକାଠି କରିବା ପାଇଁ ଲାଗି ପଡିଛନ୍ତି ।

ସରକାର ଗଢିବା ପାଇଁ ତଥା ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଦଳ ନେତାମାନେ ମଧ୍ୟ ଅଣ୍ଟା ଭିଡିଲେଣି । ବିରୋଧୀ ନେତାମାନଙ୍କ ଏକତାକୁ ଅଧିକ ସୁଦୃଢ କରିବା ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମେ ୨୩ ତାରିଖରେ ୟୁପିଏ ସହେଯାଗୀଙ୍କ ସହ କିଛି ଅଣ-ଏନଡିଏ ଦଳର ବୈଠକ ଡାକିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଜୁ ଜନତା ଦଳ, ତେଲୁଗୁ ଦେଶମ ପାର୍ଟି(ଟିଡିପି), ୱାଇଏସଆର କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)କୁ ଚିଠି ଲେଖିଛନ୍ତି ସୋନିଆ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ନବୀନ ପଟ୍ଟନାୟକଙ୍କୁ ଫୋନ କରି ଏହି ବୈ÷ଠକରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।  ଆଉ ଏବେ ଉପା ଅଧ୍ୟକ୍ଷା ବୈଠକ ଡାକିବା ପରେ ଜାତୀୟ ରାଜନୀତିର ସମୀକରଣ ଜଟିଳ ହେବାରେ ଲାଗିଛି ।

ପଢନ୍ତୁ: ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲ ରେଜଲ୍ଟ ସଂକ୍ଷେପରେ

Related posts

ପାରିବାରିକ କଳହକୁ ନେଇ ଅଗ୍ନିକାଣ୍ଡ,୪ଜଣ ଜୀବନ୍ତ ଦଗ୍ଧ

ENO Beuro

ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

ENO Beuro

ଶଶାଙ୍କ ମନୋହର ପୁଣି ହେଲେ ଆଇସିସି ଅଧକ୍ଷ!

ENO Beuro

Leave a Comment