ଏକଦା ସୋନପରି ବନି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ ଏବେ କି କାମ କରୁଛନ୍ତି ?

ଏକଦା ସୋନପରି ବନି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ ଏବେ କି କାମ କରୁଛନ୍ତି ?

ଆପଣ ସମସ୍ତଙ୍କୁ ମନେଥିବ ଷ୍ଟାରପ୍ଲୁସ ରେ ଆସୁଥିବା ଧାରାବାହିକ ସୋନପରି ବିଷୟରେ, ସୋନପରି ପିଲା ଙ୍କ ସହ ବଡମାନଙ୍କର ମଧ୍ୟ ଖୁବ ପସନ୍ଦର ଧାରାବାହିକ ଥିଲା । ୨୦୦୦ ମସିହାରେ ଏହାର ପ୍ରଥମ ଏପିସୋଡ ଆସିଥିଲା । କିନ୍ତୁ ଏମିତି ଲୋକପ୍ରିୟ ହେଲା ଯେ ୨୦୦୪ ପର୍ଜ୍ୟନ୍ତ ଏହି ଧାରାବାହିକଟି ଚାଲିଥିଲା ।

ଏହି ଧାରାବାହିକ ରେ ସୋନପରିର ହସ, କଥା ଓ ବ୍ୟବହାର ପିଲାମାନଙ୍କୁ ବହୁତ ଭଲଲାଗୁଥିଲା । କାରଣ ସୋନପରି ଏଥିରେ ସମସ୍ତଙ୍କ ବିପଦ ସମୟରେ ସାହାଜ୍ୟ କରୁଥିଲା । ଆଜି ବି ଆପଣଙ୍କୁ ମନେଥିବ କେମିତି ସୋନପରି ଏଥିରେ “ଇତୁ ବିତ୍ତୁ ଜିନ ପତୁତା” କହିକି ଗାୟବ ହେଇଯାଉଥିଲା । ପରି ସହ ପିଲାମାନେ ଏକ ଅଲଗା ଯାଦୁର ଦୁନିଆରେ ପହଞ୍ଚି ଯାଉଥିଲେ ।

କଣ ଆପଣମାନେ ଜାଣିଛନ୍ତି କି ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା କଳାକାର ଜଣଙ୍କ ଏବେ କୌଠି ଓ କଣ କରୁଛନ୍ତି ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ସୋନା ଆଣ୍ଟିଙ୍କ ଚରିତ୍ରରେ ଅଭିନୟ କରୁଥିବା ନାୟିକାଙ୍କ ପ୍ରକୃତ ନାମ ହଉଛି ମୃଣାଲ କୁଲକର୍ଣୀ । ମୃଣାଲଙ୍କ ମାତା ପିତା ପୁନେ ବିଶ୍ୱବିଦ୍ୟାଳୟ ରେ ପ୍ରଫେସର ଥିଲେ ଏବୋଂ ମୃଣାଲ  ମଧ୍ୟ ଏହିଠାରୁ ନିଜର ମାସ୍ଟର ଡିଗ୍ରୀ କରିଥିଲେ ।

ଆପଣଙ୍କୁ ଏହା ଜାଣିକରି ବିଶ୍ଵାସ ହବନି କି ଯେତେବେଳେ ସୋନପରି ଧାରାବାହିକର ଶୁଟିଙ୍ଗ ଆରମ୍ଭ ହେଲା ତାଙ୍କୁ ସେତେବେଳେ  ୩୧ ବର୍ଷ ହେଇଥିଲା । ମୃଣାଲ ନିଜର ଅଭିନୟ ୧୬ ବର୍ଷ ବୟସରୁ ଏକ ମରାଠୀ ଟିବି ଧାରାବାହିକ “ସ୍ଵାମୀ” ରୁ ଆରମ୍ଭ କରିଥିଲେ । ସେ ମରାଠୀ ଓ ହିନ୍ଦୀ ଉଭୟ ଧାରାବାହିକ ରେ କାମ କରିସାରିଛନ୍ତି ।

ତାଙ୍କର କେବେବି ଅଭିନୟ ପ୍ରତି ରୁଚି ନଥିଲା । କାରଣ ସେ ଫିଲୋସୋଫି ରେ ଡକ୍ଟର ଡିଗ୍ରୀ କରିବାକୁ ଭାବିଥିଲେ ଓ ସେଥିପାଇଁ ଅଭିନୟ ପ୍ରତି ଏତେ ରୁଚି ରଖୁନଥିଲେ । କିନ୍ତୁ ତାଙ୍କ ପାଖକୁ ଲଗାତାର ଅଭିନୟ ଅଫର ଆସିବାରୁ ସେ ୧୯୯୪ ରେ ଏହାକୁ ନିଜର କେରିୟାର ବନେଇଲେ ଓ ଏହି କ୍ଷେତ୍ରରେ ମନ ଲଗେଇକି କାମ କଲେ ।

ସେ ତାଙ୍କର ଅଭିନୟ କେରିୟାରରେ ବହୁତ ୟତିହାସିକ ଚରିତ୍ର କରିଛନ୍ତି, ଯେମିତିକି ଦ୍ରୌପଦୀ, ଅହଲ୍ୟା ଏବୋଂ ରାମାବାଇ ଇତ୍ୟାଦି ।  ନିଜର ସାଙ୍ଗ ରୁଚିର କୁଳକରଣୀଙ୍କୁ ବିବାହ କଲାପରେ ସେ କିଛିଦିନ ପାଇଁ ଅଭିନୟ ଜୀବନରୁ ଦୂରେଇ ଯାଇଥିଲେ । କିନ୍ତୁ ଏବେ ପୁଣି ସେ ବିଭିର୍ଣ୍ଣ ଧାରାବାହିକ ଓ ସିନେମାରେ ନଜର ଆସୁଛନ୍ତି ।

ଏକଦା ସୋନପରି ବନି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ ଏବେ କି କାମ କରୁଛନ୍ତି ?

ଓଡିଆ ନୂଆ ସିନେମା ମା ଧାମରାଇ