ନିର୍ଦ୍ଦୋଷରେ ଖଲାସ ହେଲେ ସୂରଜ ପାଞ୍ଚୋଲି। ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାର ଆସିଲା ରାୟ।ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।ମୃତ୍ୟୁ ପଛରେ ସୂରଜଙ୍କ ଭୂମିକା ରହିଥିଲା ବୋଲି ଅଭିଯୋଗ କରିଥିଲେ ଜିୟାଙ୍କ ମା । ଜିୟାଙ୍କ ମା’ଙ୍କ ଅଭିଯୋଗ କ୍ରମେ ୨୦୧୩ ଜୁନ ୧୧ରେ ଗିରଫ ହୋଇଥିଲେ ସୂରଜ । ମାତ୍ର ଜୁଲାଇ ୧ରେ ତାଙ୍କୁ ମିଳିଥିଲା ଜାମିନ । ଜିୟାଙ୍କ ମୃ୍ତ୍ୟୁକୁ ନେଇ ବିବିସି ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଥିଲା ।
ସୂଚନାନୁସାରେ, ୨୦୧୩ ଜୁନ ୩ରେ ମୁମ୍ବାଇରେ ଜିୟା ଖାଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସହ ଏକ ୬ ପୃଷ୍ଠାର ଚିଠି ଜବତ ହୋଇଥିଲା । ସେଥିରେ ସେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ଓ ତାଙ୍କ ପରିବାରଙ୍କ ସହ ସମ୍ପର୍କ ନେଇ ପ୍ରତିକୂଳ ମନ୍ତବ୍ୟ ଦର୍ଶାଇଥିଲେ । ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ସୂରଜଙ୍କୁ ଗିରଫ କରାଯାଇଥିଲା ମାତ୍ର ପରେ ତାଙ୍କୁ ଜାମିନ ମିଳିଥିଲା ।