Loading...

କରୋନାରେ ଆକ୍ରାନ୍ତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

କରୋନାରେ ଆକ୍ରାନ୍ତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ବିସିସିଆଇ ଅଧ୍ୟକ୍ଷ ତଥ୍ୟା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ୍ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବିସିସିଆଇ ଅଧ୍ୟକ୍ଷ ତଥ୍ୟା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ୍ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୯ ବର୍ଷର ସୌରଭ ଗାଙ୍ଗୁଲିଙ୍କୁ କୋଲକତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାଙ୍ଗୁଲିଙ୍କ କରୋନା ସାମ୍ପୁଲକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଜଣା ପଡିବ ଏହା ଓମିକ୍ରନ୍ ଭାରିଆଣ୍ଟ କି ନାହିଁ । ସୌରଭ୍ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇର ଚିନ୍ତା ବଢିଯାଇଛି । ବର୍ତ୍ତମାନ ସୌରଭ୍ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନା ମିଲିଛି । 

ଗତବର୍ଷ ଜାନୁଆରୀ ୨ ତାରିଖରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ କଲିକତାର ଉଡଲ୍ୟାଣ୍ଡସ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଘରେ ଜିମ୍‌ରେ ଟ୍ରେଡମିଲରେ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଜାନୁଆରୀ ୨୭ରେ ତାଙ୍କୁ କଲିକତାର ଆପୋଲୋ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା। ୨୯ ତାରିଖରେ ତାଙ୍କର ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟ ହୋଇଥିଲା। ଏହାଛଡା ଗତବର୍ଷ ଗାଙ୍ଗୁଲିଙ୍କ ସମସ୍ତ ପରିବାରକୁ କରୋନା ହୋଇଥିଲା। ତେଣୁ ଗାଙ୍ଗୁଲି ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରହିଥିଲେ

 

 

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.