Loading...

ଅନୁଭବଙ୍କ ସୋ ‘ଦାଦାଗିରି’ରେ ଦାଦା

ଅନୁଭବଙ୍କ ସୋ ‘ଦାଦାଗିରି’ରେ ଦାଦା

ଓଡ଼ିଆ ଟେଲି ଦର୍ଶକଙ୍କୁ ଆମୋଦିତ କରିବେ କ୍ରିକେଟର ସୈ।ରଭ ଗାଙ୍ଗୁଲି। ଏବେ ଓଡ଼ିଶାରେ ଜୀ-ସାର୍ଥକ ଚ୍ୟାନେଲ୍‌ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ଦେଖିବା ପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି।

ଓଡ଼ିଆ ଟେଲି ଦର୍ଶକଙ୍କୁ ଆମୋଦିତ କରିବେ କ୍ରିକେଟର ସୈ।ରଭ ଗାଙ୍ଗୁଲି। ଏବେ ଓଡ଼ିଶାରେ ଜୀ-ସାର୍ଥକ ଚ୍ୟାନେଲ୍‌ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ଦେଖିବା ପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀ-ସାର୍ଥକ। ‘ଦାଦାଗିରି’ରେ ଦେଖିବାକୁ ମିଳିବ ଦାଦାଙ୍କ ‘ଦାଦାଗିରି’ । ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଓଡିଶାର ରିଅଲିଟି ସୋ ଦାଦାଗିରିରେ ଦେଖିବାକୁ ମିଳିବ । ଜୀ ସାର୍ଥକ ଓଡ଼ିଆରେ ପ୍ରସାରିତ ସବୁଠାରୁ ବ୍ୟୟ ବହୁଳ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି”କୁ ଆସୁଛନ୍ତି ଗାଙ୍ଗୁଲି।

ବଙ୍ଗଳାରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି”ର ମଧ୍ୟ ଏବେ ପରିଚାଳକ ଅଛନ୍ତି ସୌରଭ ଗାଙ୍ଗୁଲି । ବିଗତ ୯ବର୍ଷ ଧରି ବଙ୍ଗଳା “ଦାଦାଗିରି” ଧାରାବାହିକକୁ ସଂଚାଳନା କରି ଆସୁଛନ୍ତି ଦାଦା । ଏଥର ଓଡ଼ିଶାର ଜୀ ସାର୍ଥକ ଚ୍ୟାନେଲ ରେ ଚାଲୁଥିବା ଧାରାବାହିକ “ଦାଦାଗିରି” ର ସ୍ବତନ୍ତ୍ର ଅଧ୍ୟାୟରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି । “ଦାଦାଗିରି” ର ଏହି ସପ୍ତମ ଅଧ୍ୟାୟ ଆସନ୍ତା ଫେବୃଆରୀ ୫ ତାରିଖ ଶନିବାର ରାତି ୯ଟାରେ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ତରଫରୁ ପ୍ରକାଶ ପାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.