EnewsOdia.Com

୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଦାଦା

ଭାରତୀୟ କ୍ରିକେଟ୍‌ରେ ନିଜେ ଅଧିନାୟକ ଥିବା ବେଳେ ଅନେକ ରେକର୍ଡ ସୃଷ୍ଟି କରିଥିବା ସୌରଭ ଗାଙ୍ଗୁଲୀ ବୁଧବାର ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ପଶିଆସିଲେ ସୌରଭ ଗାଙ୍ଗୁଲୀ। ଗାଙ୍ଗୁଲୀ ଅଧିନାୟକ ଭାବେ କ୍ରିକେଟରେ ଯେଉଁ ଅବତାରରେ ଆସିଥିଲେ ସଭାପତି ଭାବେ ମଧ୍ୟ ଆଜି ମୁମ୍ବାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେହିଭଳି ଦେଖାଯାଇଛନ୍ତି।

ସୌରଭ ଗାଙ୍ଗୁଲୀ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଢିଲା ବ୍ଲେଜର ପିନ୍ଧି ଆସିଥିଲେ, ଯେଉଁଥିରେ କି ‘ବିସିସିଆଇ’ର ଲୋଗା ଥିଲା। ଏବାବଦରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ଯେ, ଏଭଳି ବ୍ଲେଜର ଅଧିକ ସଭାପତି ପିନ୍ଧି ନ ଥାନ୍ତି। ଗାଙ୍ଗୁଲୀ ଉତ୍ତର ରଖିଥିଲେ ଯେ, ମୁଁ ଯେତେବେଳେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହୋଇଥିଲି, ସେତେବେଳେ ମୋତେ ଏହି ବ୍ଲେଜର ମିଳିଥିଲା। ସେଥିପାଇଁ ମୁଁ ଏହି ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀ ଯିବାକୁ ଇଚ୍ଛା କରିଥିଲି।

ସୌରଭ ଗାଙ୍ଗୁଲୀ କହିଛନ୍ତି, ମୁଁ ତ ଭାବି ନେଇଥିଲି ଯେ, ଏହି ବ୍ଲେଜର ହିଁ ପିନ୍ଧିବି। ମାତ୍ର ମୋତେ ଏହା ବିଶ୍ୱାସ ନ ଥିଲା ଯେ, ବ୍ଲେଜର ଏତେ ଢିଲା ହୋଇଯିବ। କାରଣ ଏହି ବ୍ଲେଜର ମୁଁ ଯେତେବେଳେ ଅଧିନାୟକ ହୋଇଥିଲି, ସେହି ସମୟରେ ମିଳିଥିଲା। ସୂଚନାଯୋଗ୍ୟ ୧୯୯୯ରେ ସୌରଭ ଗାଙ୍ଗୁଲୀ ଭାରତୀୟ କ୍ରିକେଟ ଟିମ୍‌ର ଅଧିନୟକ ହୋଇଥିଲେ। ଗାଙ୍ଗୁଲୀ କହିଛନ୍ତି, ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ କାଲି (ଅକ୍ଟୋବର ୨୪) ଆଲୋଚନା କରିବି।

ପଢନ୍ତୁ: ‘ନୱାଜ ସରିଫଙ୍କୁ ଖାଇବାରେ ବିଷ ଦିଆଯାଇଛି’ ବୋଲି ଅଭିଯୋଗ କରିଛନ୍ତି ସରିଫଙ୍କ ପୁଅ

ସମ୍ବନ୍ଧିତ ଖବର

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

Ratnamani Maharana

ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ

Ratnamani Maharana

ଜଷ୍ଟିସ ଏସ୍‌.ଏ. ବବ୍‌ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ମହା, ୬ରେ ଗୁଜରାଟ ତଟରେ ହୋଇପାରେ ମାଡ଼

Ratnamani Maharana

୨୫ ହଜାରରୁ ଊର୍ଦ୍ଧ୍ୱ ପିଲା ଦାନ୍ତ ଘଷି ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କିସ୍‌

Ratnamani Maharana

ଭୁବନେଶ୍ଵର କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

Ratnamani Maharana