News

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ପୋଡିଗଲା ବିମାନର ବାମପାର୍ଶ୍ଵ ଇଞ୍ଜିନ

ନ୍ୟୁୟର୍କରୁ ଡେଲାସ୍‌ ଅଭିମୁଖେ ଯାଉଥିବା ସାଉଥ୍‌ଓ୍ବେଷ୍ଟ ଏୟାର ଲାଇନ୍ସର ଏକ ବିମାନରେ ବିସ୍ଫୋରଣ ଘଟିଥିବା ବେଳେ ମହିଳା ପାଇଲଟଙ୍କ ସାହସିକତା ଯୋଗୁ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ବିମାନର ଇଞ୍ଜିନରେ ବିସ୍ଫୋରଣ ହେବା ଯୋଗୁଁ ସମସ୍ତ ୧୪୮ ଜଣ ଯାତ୍ରୀ ଆତଙ୍କରେ ଥରହର ହୋଇଥିଲେ ।

ତେବେ ବିମାନଟି ୨୦ ମିନିଟ୍‌ ପରେ ଫିଲାଡେଲଫିଆରେ ଜରୁରୀ ଅବତରଣ କରିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଥିଲା । ବିସ୍ଫୋରଣ ପୂର୍ବରୁ ଉଡ଼ନ୍ତା ବିମାନର ଏକ ଝରକା ଭାଙ୍ଗି ଯିବାରୁ ମହିଳା ଯାତ୍ରୀ ବାହାରକୁ ଟାଣି ହୋଇଯିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଯାତ୍ରୀମାନେ ଉକ୍ତ ଭଙ୍ଗା ଝରକାକୁ ବନ୍ଦ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଇଞ୍ଜିନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା ।

ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୭ ଜଣ ଆହତ ହୋଇଥିବା ଜଣାପଡି ଛି। ବିମାନଟି ଉଡିବାର ମାତ୍ର ୨୦ ମିନିଟ୍‌ ମଧ୍ୟରେ ମଝି ଆକାଶରେ ୩୨ ହଜାର ଫୁଟ ଉପରେ ଏହାର ଇଞ୍ଜିନରେ ବିସ୍ଫୋରଣ ହୋଇଥିଲା । ଏଥିରେ ଥିବା ମହିଳା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିମାନଟିକୁ ଫିଲାଡେଲଫିଆ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା ।

ପଢନ୍ତୁ ;

ବନ୍ଧୁମାନଙ୍କ ସହ ମିଶି ଝିଅକୁ ବଳାତ୍କାର କଲା ବାପା

Related posts

ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ :ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ENO Beuro

ବିଶ୍ୱ ରେକର୍ଡ କଲା ଆସାମ ଚା’, କେଜି ପିଛା ୩୯,୦୦୧ ଟଙ୍କା

ENO Beuro

ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି

ENO Beuro

1 comment

Leave a Comment