• Home
  • News
  • କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !
News

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !

କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୌସୁମୀ ପ୍ରଭବାରେ କେରଳର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ମୌସୁମୀ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ଓ ଲାକ୍ଷାଦ୍ୱୀପର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଦେଖାଯାଇଛି ।

ଆସନ୍ତା ୪୮ ଘଂଟା ମଧ୍ୟରେ କର୍ଣ୍ଣାଟକ ଓ କେରଳର ଅବଶିଷ୍ଠ ସ୍ଥାନରେ ବର୍ଷା ହେବ । ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ଓଡ଼ିଶାର ଅଧିକାଂଶ ସ୍ଥାନରେ ଜୁନ ଦି୍ୱତୀୟ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ହେବା ନେଇ ଆକଳନ କରାଯାଉଛି । ତେବେ ଆଜି ମୌସୁମୀ କେରଳ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି ।

ଜୁନ୍ ୧୦ ସୁଦ୍ଧା ଓଡ଼ିଶାର ସୀମାନ୍ତ ହେଇ ପ୍ରଭାବିତ ହୋଇପାରେ ମୌସୁମୀ ବାୟୁ । ଏହାର ପ୍ରଭାବରେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଜୁନ ପ୍ରଥମ ସପ୍ତାହରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ମୌସୁମୀ ବାୟୁ ପ୍ରଭାବରେ ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି ।

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ! monsoon

ପଢନ୍ତୁ ;

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ !

Related posts

ଆସୁଛି ଦମଦାର ପାୱାରବ୍ୟାଙ୍କ – ଚୁଟକିରେ ଚାର୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

Krishna Kumar Manoj

ଆଜି ବିଶ୍ୱ ପରିବେଶ ଦିବସ !

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More