• Home
  • SPORTS
  • ସେଞ୍ଚୁରିଅନ ଟି-୨୦: ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତିଲା
SPORTS

ସେଞ୍ଚୁରିଅନ ଟି-୨୦: ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତିଲା

କ୍ଲାସେନ୍‌-ଡ୍ୟୁମିନି ଛକାରେ ଜିତିଲା ଦକ୍ଷିଣ ଆଫ୍ରିକା

ହେନରିକ୍‌ କ୍ଲାସେନ ଓ ଅଧିନାୟକ ଜେପି ଡୁମିନି ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳି  ଗତକାଲି  ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛନ୍ତି। ଭାରତ ପକ୍ଷରୁ ଧାର୍ଯ୍ୟ ୧୮୯ ରନ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା।

ଫଳରେ ତିନି ଟିକିଆ ଶୃଙ୍ଖଳାକୁ ୧-୧ରେ ସମାନ ସ୍ତରକୁ ନେଇ ଆସିଛି। ସେଥିପାଇଁ ଶନିବାର ଖେଳା ଯିବାକୁ ଥିବା ତୃତୀୟ ତଥା ଶେଷ ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ସେଞ୍ଚୁରିଅନ୍‌ର ସୁପରସ୍ପୋର୍ଟସ ପଡ଼ିଆରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୧୮୯ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ଓ୍ଵିକେଟ୍‌ ରକ୍ଷକ ହେନରିକ କ୍ଲାସେନ (୬୯ ରନ୍‌, ୩୦ ବଲ୍‌, ୩ ଚୌକା, ୭ ଛକା)ଙ୍କ ଛକା ବର୍ଷା ସହ ଅଧିନାୟକ ଜେପି ଡୁମିନି (୬୪* ରନ୍‌, ୪୦ ବଲ୍‌, ୪ ଚୌକା, ୩ ଛକା)ଙ୍କ ଦାୟିତ୍ୱବାନ ଓ ଦ୍ରୁତ ଅର୍ଧଶତକ ପାଇଁ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ମାତ୍ର ୪ ଓ୍ଵିକେଟ୍‌ ହରାଇ ବିଜୟର ସ୍ୱାଦ ଚାଖିଥିଲା। ଜୟଦେବ ଉନାଦକଟଙ୍କୁ ଲଗାତାର ଛକା ମାରି ଡୁମିନି ବିଜୟ ମୁଣ୍ଡି ମାରିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ଓଭରରେ ୪ଟି ୱିକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା । ଭାରତ ପାଇଁ ମନୀଷ ପାଣ୍ଡେ କ୍ୟାରିୟରର ୨ୟ ଅର୍ଦ୍ଧଶତକ(୭୯) ହାସଲ କରିଥିଲେ । ମହେନ୍ଦ୍ର ସିଂହ ଧୋନି ମଧ୍ୟ ୨ୟ ଅର୍ଦ୍ଧଶତକ(୫୨) ହାସଲ କରିଥିଲେ ।

ଓପନର ରୋହିତ ଶର୍ମା କୌଣସି ରନ ନକରି ପାଭଲିୟନ ଫେରିଯିବା ପରେ ସୁରେଶ ରୈନା(୩୦) ଓ ଶିଖର ଧାୱନ(୨୪)ଙ୍କ ଯୋଡ଼ି ୪୪ ରନ ଭାଗିଦାରୀ ହୋଇ ପାରିଥିଲେ । ଡୁମିନିଙ୍କ ବଲ ଖେଳିବାକୁ ଯାଇ ଧାୱନ ଆଉଟ ହୋଇଥିଲେ । ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମାତ୍ର ୧ ରନ ସଂଗ୍ରହ କରି ପାଭଲିଅନ ଫେରି ଆସିଥିଲେ।

ସେଞ୍ଚୁରିଅନ ଟି-୨୦: ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତିଲା south africa

ପଢନ୍ତୁ;ପ୍ରିୟା ପ୍ରକାଶଙ୍କ ବିରୋଧରେ ସମସ୍ତ ଅପରାଧିକ ମାମଲା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

Related posts

ସୁପରକିଙ୍ଗସର ବିଶାଳ ବିଜୟ : ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନାଇ

Krishna Kumar Manoj

ସାଇନା ନେହ୍ଵାଲ ହେଲେ ଚମ୍ପିୟାନ, ପ୍ରଣୟ ପ୍ରଥମ ଥର ଲାଗି ଜାତୀୟ ବିଜେତା

Krishna Kumar Manoj

Odisha Boy Anshuman Rath Selected As The Vice Captain Of Hong Kong Cricket Team

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More