• Home
  • SPORTS
  • କେପ୍‌ଟାଉନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୭୨ ରନ୍‌ରେ ପରାସ୍ତ
SPORTS

କେପ୍‌ଟାଉନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୭୨ ରନ୍‌ରେ ପରାସ୍ତ

ରବିବାର ବର୍ଷା ଦେଇଥିବା ଆଶା ସୋମବାର ପାଣି ଫୋଟକା ଭଳି ଉଭେଇଗଲା। ଅଭିଜ୍ଞ ଷ୍ଟେନ୍‌ ଆହତ ହୋଇ ବୋଲିଂ କରି ନଥିଲେ, କିନ୍ତୁ ଭାରତକୁ ସମାନ ପୁରୁଣା ଯନ୍ତ୍ରଣା ମିଳିଥିଲା। ଅଠରର ଅଠାକାଠି ଲଢ଼େଇରେ ଗୋଟିଏ ଦିନ ୧୮ ଓ୍ଵିକେଟ୍‌ର ପତନ ଭିତରେ ଭାରତ କେପ୍‌ ଟାଉନ୍‌ ଟେଷ୍ଟ୍‍କୁ ଅପ୍ରତ୍ୟାଶିତ ଭାବେ ୭୨ ରନ୍‌ରେ ହାରିଗଲା। ଗୋଟିଏ ଦିନ ଆଗରୁ ଏହି ଟେଷ୍ଟ୍‍ ଶେଷ ହୋଇଥିଲେ ମଧ୍ୟ ସବୁଠାରୁ ବଡ଼ କଥା ହେଲା ଏହି ଟେଷ୍ଟ୍‍ରେ ଉଭୟ ଦଳ ପ୍ରାୟ ସମତୁଲ ପ୍ରଦର୍ଶନ କରିଥିଲେ। ବ୍ୟାଟିଂ ଓ ବୋଲିଂରେ ସାମାନ୍ୟ ଉନ୍ନତ ଘରୋଇ ଦଳ କିନ୍ତୁ ବାଜି ମାରିନେଲା। ୩ ମ୍ୟାଚ୍‌ ଶୃଙ୍ଖଳାରେ ବି ଫାପ୍‌ ଡୁ ପ୍ଲେସିସ୍‌ଙ୍କ ଦଳ ୧-୦ରେ ଆଗୁଆ ରହିଲା।

ଭାରତ ୨ୟ ଇନିଂସରେ ବିଜୟ ପାଇଁ ୨୦୮ ରନ୍‌ର ପିଛା କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଠାରୁ ୭୨ ରନ୍‌ରେ ପରାସ୍ତ ହୋଇଛି । ଘରୋଇ ପେସ୍‌ ବୋଲର ଭର୍ନନ ଫିଲାଣ୍ଡର ୬ଟି ୱିକେଟ ନେଇ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମ ଇନିଂସରେ ୭୭ ରନ୍‌ ଆଗରେ ଥିବା ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ମାତ୍ର ୧୩୦ ରନ୍‌ରେ ସମସ୍ତ ୱିକେଟ ହରାଇବା ପରେ ଭାରତ ପାଇଁ ଜିତିବାର ସୁଯୋଗ ସୃଷ୍ଟି ହୋଇଥିଲା । ତେବେ ୨୦୮ ରନ୍‌ର ବିଜୟଲକ୍ଷ୍ୟ ଭାରତ ପାଇଁ ଅପହଞ୍ଚ ହୋଇଥିଲା । ଭାରତ ୨ୟ ଇନିଂସରେ ୧୩୫ ରନ୍‌ରେ ଅଲ୍‌ଆଉଟ ହୋଇଥିଲା ।

ଭାରତ ୨୦୮ ରନ୍‌ର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଳେ ଦକ୍ଷିଣ ଆଫ୍ରିକା ଜାଣିଥିଲା ଯେ ଏହାର ପ୍ରମୁଖ ବୋଲର ଡେଲ୍‌ ଷ୍ଟେନ୍‌ ବୋଲିଂ କରିପାରିବେ ନାହିଁ । ଭାରତୀୟ ଓପ୍‌ନିଂ ଯୋଡ଼ି ଆରମ୍ଭରୁ ଦକ୍ଷିଣ ଆଫ୍ରିକା ନୂଆବଲ୍‌ ଆକ୍ରମଣ ସମ୍ମୁଖରେ ଅସୁବିଧା ଅନୁଭବ କରିଥିଲେ ହେଁ ଦୁହେଁ ୮ମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ଏବଂ ୩୦ ରନ୍‌କରି ଭାଗିଦାରୀ କରିଥିଲେ । ହେଲେ ଏହାପରେ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା ଏବଂ ଦଳ ପରବର୍ତ୍ତୀ ୫୨ ରନ୍‌ରେ ୭ଟି ୱିକେଟ ହରାଇ ପରାଜୟ ଆଶଙ୍କାରେ ପଡ଼ି ଯାଇଥିଲା । କ୍ରମାଗତ ୨ୟ ଇନିଂସରେ ସର୍ଟ ପିଚ୍‌ ବଲ୍‌କୁ ପୁଲ୍‌ମାରିବା ପ୍ରୟାସରେ ଶିଖର ଧାୱନ (୧୬) ଆଉଟ ହୋଇଥିବା ବେଳେ କ୍ରମାଗତ ୨ୟ ଇନିଂସରେ ଅଫ୍‌ଷ୍ଟମ୍ପ୍‌ ବାହାର ବଲ୍‌କୁ ସ୍ଲିପ୍‌ ହାତକୁ ଖେଳି ମୁରଲୀ ବିଜୟ (୧୩) ବିଦାୟ ନେଇଥିଲେ । ଚେତେଶ୍ୱର ପୂଜାରା ୪ ରନ୍‌କରି ଭର୍ନନ ଫିଲାଣ୍ଡରଙ୍କ ଆଉଟ୍‌ସ୍ୱିଙ୍ଗରଙ୍କୁ ୱିକେଟ ରକ୍ଷକଙ୍କ ହାତକୁ ମାରିଥିଲେ । ଅଧିନାୟକ ବିରାଟ କୋହଲି ଚମକ୍ରାର ଷ୍ଟ୍ରୋକ୍‌ସବୁ ଖେଳି ସ୍କୋର୍‌କୁ ବଢ଼ାଇ ଚାଲିଥିବା ବେଳେ ୪ଟି ଚୌକା ସହ ୨୮ ରନ୍‌କରି ଆଉଟ ହୋଇଥିଲେ । ରୋହିତ ଶର୍ମା କ୍ରମାଗତ ୨ୟ ଇନିଂସରେ ବିଫଳ ହୋଇ ୧୦ ରନ୍‌ କରିଥିଲେ । ଋଦ୍ଧିମାନ ଶାହା ୮ ଓ ÷ହାର୍ଦିକ ପାଣ୍ଡ୍ୟା ୮ ରନ୍‌ କରି ପାରିଥିଲେ । ୮୨ ରନ୍‌ରେ ୭ଟି ୱିକେଟ ପଡ଼ିଯିବା ପରେ ଅଶ୍ୱିନ ଓ ଭୁବନେଶ୍ୱର କୁମାର ୪୯ ରନ୍‌ ଯୋଡ଼ିଥିଲେ । ୪ ରନ୍‌ରେ ଭାରତ ଶେଷ ୩ଟି ୱିକେଟ ହରାଇଥିଲା । ଅଶ୍ୱିନ ୫ଟି ଚୌକା ସହ ସର୍ବାଧିକ ୩୭ ରନ୍‌ କରିଥିଲେ । ଭର୍ନନ ଫିଲାଣ୍ଡର ମାତ୍ର ୪୨ ରନ୍‌ଦେଇ ୬ଟି ୱିକେଟ ପାଇଥିବା ବେଳେ ମର୍କେଲ ଓ କାଗିସୋ ରାବାଡ଼ା ୨ଟି ଲେଖାଏଁ ୱିକେଟ ପାଇଥିଲେ ।

କେପ୍‌ଟାଉନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୭୨ ରନ୍‌ରେ ପରାସ୍ତ cricket south africa nd india

ପଡନ୍ତୁ ;

କୌଣସି ବଡ କାମ କରିବାର ଥିଲେ ,ଧ୍ୟାନରେ ରଖନ୍ତୁ ଏହି ସବୁ କଥା

Related posts

Odisha Boy Anshuman Rath Selected As The Vice Captain Of Hong Kong Cricket Team

Krishna Kumar Manoj

ଧୋନୀଙ୍କ ଅପେକ୍ଷାରେ ଆଉ ଏକ ନୂଆ ରେକର୍ଡ 

Krishna Kumar Manoj

ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ମାମଲା : ଆଇପିଏଲରୁ ପଡି ପାରନ୍ତି ବାଦ 

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More