LIFESTYLE

ଶାରୀରିକ ବିକାଶ ପାଇଁ ପାଳଙ୍ଗ ଶାଗରୁ ମିଳିଥାଏ ବିଭିନ୍ୟ ପ୍ରକାରର ପୋଷକ ତତ୍ତ୍ୱ ; ଆସନ୍ତୁ ଜାଣିବା ଏହାର ଉପକାରିତା

ଶାରୀରିକ ବିକାଶ ପାଇଁ ପାଳଙ୍ଗ ଶାଗରୁ ପାଖାପାଖି ସମସ୍ତ ପୋଷକ ତତ୍ତ୍ୱ ମିଳିଥାଏ  । ମିନେରାଲ୍ସଭିଟାମିନ ଓ ଅନ୍ୟ ନ୍ୟୁଟ୍ରିସନ୍‌ରେ ଭରପୁର ଥିବା ପାଳଙ୍ଗ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ  । ପାଳଙ୍ଗରେ ଭିଟାମିନ୍ ଏସିକେ ଓ ବି କମ୍ପ୍ଲେକ୍ସ ବହୁମାତ୍ରାରେ ମିଳିଥାଏ  । ଏହା ବ୍ୟତୀତ ଏଥିରେ ମାଙ୍ଗାନିକକ୍ୟାରେଟିନ୍ଆଇରନ୍ଆୟୋଡିନ୍କ୍ୟାଲ୍‌ସିୟମ୍ମ୍ୟାଗ୍ନେସିୟମ୍ପୋଟାସିୟମ୍ସୋଡିୟମ୍ଫସଫରସ୍ ଓ ଆବଶ୍ୟକ  ଓମୀନୀ ଏସିଡ୍ ମଧ୍ୟ ମିଳିଥାଏ  ।

-ସାଧାରଣତଃ ଲୋକମାନେ ପାଳଙ୍ଗ ଶାଗକୁ ପ୍ରସ୍ତୁତ କରି ବା ପରଟା ରୂପେ ଖାଇବାକୁ ପସନ୍ଦ କରିଥାନ୍ତି  । କିନ୍ତୁ ଯଦି ପାଳଙ୍ଗର ପୁରା ଲାଭ ଉଠାଇବାକୁ ଚାହୁଛନ୍ତି ,ତେବେ ପାଳଙ୍ଗର ଜୁସ୍ ସବୁଠାରୁ ଭଲ ବିକଳ୍ପ ଅଟେ  । 

ଆସନ୍ତୁ ଜାଣିବା ପାଳଙ୍ଗ ଜୁସର ଉପକାରୀଗୁଣ ;

-ଶାରୀରିକ ବିକାଶ ପାଇଁ ପାଳଙ୍ଗ ଶାଗରୁ ପାଖାପାଖି ସମସ୍ତ ପୋଷକ ତତ୍ତ୍ୱ ମିଳିଥାଏ  । ମିନେରାଲ୍ସ, ଭିଟାମିନ ଓ ଅନ୍ୟ ନ୍ୟୁଟ୍ରିସନ୍‌ରେ ଭରପୁର ଥିବା ପାଳଙ୍ଗ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ  । ପାଳଙ୍ଗରେ ଭିଟାମିନ୍ ଏ, ସି, ଇ, କେ ଓ ବି କମ୍ପ୍ଲେକ୍ସ ବହୁମାତ୍ରାରେ ମିଳିଥାଏ  । ଏହା ବ୍ୟତୀତ ଏଥିରେ ମାଙ୍ଗାନିକ, କ୍ୟାରେଟିନ୍, ଆଇରନ୍, ଆୟୋଡିନ୍, କ୍ୟାଲ୍‌ସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ଫସଫରସ୍ ଓ ଆବଶ୍ୟକ  ଓମୀନୀ ଏସିଡ୍ ମଧ୍ୟ ମିଳିଥାଏ  । । ଯାହା ତ୍ୱଚାକୁ କୁଞ୍ଚିତ ହେବାରୁ ରକ୍ଷା କରିଥାଏ। ତାସହିତ ଚେହେରା ଉଜ୍ଜଳ ଦେଖାଯାଇଥାଏ  ।

-ପାଳଙ୍ଗରେ  ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ ।  ସେଥିପାଇଁ ପାଳଙ୍ଗ ଜୁସ୍  ପିଇବା ଦ୍ୱାରା ହାଡ ଶକ୍ତ ହୋଇଥାଏ ।

-ପାଚନ କ୍ରିୟାକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ଜୁସ୍ ପିଇବା ପାଇଁ ଉପଦେଶ ଦିଆଯାଇ ଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହଯ୍ୟ କରିଥାଏ । ଏହା ବ୍ୟତୀତ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ ।

-ଯଦି ଆପଣଙ୍କୁ ତ୍ୱଚା ସମ୍ବନ୍ଧିତ କୌଣସି ସମସ୍ୟା ରହୁଛି ତେବେ ପାଳଙ୍ଗ ଜୁସ ଆପଣଙ୍କ ପାଇଁ ଖୁବ ଲାଭଦାୟକ ହେବ । ପାଳଙ୍ଗ ଜୁସ୍  ପିଇବା ଦ୍ୱରା ତ୍ୱଚା ଅଧିକ ଉଜ୍ଜଳ ହେବା ସହ ସତେଜ ରହିଥାଏ ।

-ଗର୍ଭବତୀ ମହିଳାଙ୍କୁ ମଧ୍ୟ ପାଳଙ୍ଗ ଜୁସ୍ ପିଇବାର ଉପଦେଶ ଦିଆଯାଇଛି । ପାଳଙ୍ଗର ଜୁସ ପିଇବାଦ୍ୱାରା ଗର୍ଭବତୀ ମହିଳାଙ୍କ ଶରୀରରେ ଆଇରନର ଅଭାବ ଦେଖାଯାଇ ନଥାଏ  ।

-ଅନେକ ଅଧ୍ୟୟନ ପରେ କୁହାଯାଇଛି ଯେ ପାଳଙ୍ଗରେ ମହଜୁତ ଥିବା କ୍ୟାଟେରୀନ୍ ଓ କ୍ଲୋରୋଫିଲ୍ କ୍ୟାନ୍‌ସରରୁ ରକ୍ଷା କରିଥାଏ । ଏହା ଦୃଷ୍ଟି ଜନିତ ସମସ୍ୟା ଦୂର କରିଥାଏ।

ପାଳଙ୍ଗ ଜୁସ କିପରି କରାଯାଏ ଆସନ୍ତୁ ଜାଣିବା ଏହାର ପକ୍ରିୟା ;

ପାଳଙ୍ଗର ଜୁସ୍  ପ୍ରସ୍ତୁତ କରିବା ପାଇଁ  ପାଳଙ୍ଗ ଓ ପୁଦିନା ପତ୍ରକୁ ଧୋଇ ମିଶାଇ ପେଷ୍ଟ ତିଆରି କରନ୍ତୁ  । ତପରେ  ସେଥିରେ ପାଣିଭଜା ଜୀରାକଳା ଲୁଣ ଓ ଲେମ୍ବୁ ମିଶାଇ ପ୍ରସ୍ତୁତ କରି ପିଇ ଦିଅନ୍ତୁ  । 

ପଢନ୍ତୁ ;

ଆପଣ ଜାଣନ୍ତି କି? ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ; ଆସନ୍ତୁ ଜାଣିବା ଏହାର କିଛି ଉପକାରୀ ଗୁଣ

Related posts

ହୃଦ୍‌ରୋଗ ପାଇଁ ବେଶ ଲାଭଦାୟକ ଗୋଲପ ଫୁଲ! ଆସନ୍ତୁ ଜାଣିବା ଏହି ଫୁଲରେ ଥିବା ଉପକାରୀ ଗୁଣ ସମ୍ପର୍କରେ

ENO Beuro

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ

ENO Beuro

ଦୈନିକ ବାଇଗଣ ଖାଇବା ଶରୀର ପାଇଁ କେତେ ସ୍ୱାସ୍ଥ୍ୟ ପଦ ଆସନ୍ତୁ ଜାଣିବା

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More