POLITICALS

ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ଆଜି ଗୃହରେ ଏନେଇ ବିଧିବଦ୍ଧ ଘୋଷଣା ହୋଇପାରେ। ବୈଜୟନ୍ତ ମୌସୁମୀ ଅଧିବେଶନ ପୂର୍ବରୁ ମଙ୍ଗଳବାର ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏ ନେଇ ବୁଧବାର ସେ ଟୁଇଟ କରି ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ,ବିଜେଡି ରାଜ୍ୟରେ ଶାସନ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପଣ୍ଡାଙ୍କୁ ଦୁଇଥର ରାଜ୍ୟସଭାକୁ ପଠାଇଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ଟିକେଟ୍‌ରେ ଜିତି କେନ୍ଦ୍ରାପଡା ଆସନରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିଲେ। ମାତ୍ର ଜାନୁଆରି ୨୪ ତାରିଖ ଦିନ ଶ୍ରୀ ପଣ୍ଡାଙ୍କୁ ବିଜେଡି ନିଲମ୍ବିତ କରିଥିଲା। ସେହିପରି ମେ’ ୨୮ ତାରିଖ ଦିନ ଶ୍ରୀ ପଣ୍ଡା ଦଳରୁ ସଂପର୍କ ଛିନ୍ନ କରିଥିଲେ ଓ ଜୁନ୍‌ ୧୨ ତାରିଖରେ ସାଂସଦ ପଦରୁ ଇସ୍ତଫା ଦେବା ନେଇ ବାଚସ୍ପତିଙ୍କୁ ଜଣାଇଥିଲେ।

ପଢନ୍ତୁ; ରଥଯାତ୍ରାରେ ଟେଲିଭିଜନ୍‌ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

Related posts

ବିଜେପି ଛାଡିଲେ ଦିଲ୍ଲୀପ ରାୟ

ENO Beuro

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

ENO Beuro

ହାତ ଛାଡି ପଦ୍ମ ଧରିବେ ଅଭିନେତ୍ରୀ ଅପରାଜିତା ମହାନ୍ତି

ENO Beuro

1 comment

Leave a Comment